• Saturday, September 21, 2024

ହଲିଉଡ ଚଳଚ୍ଚିତ୍ରରେ ଗଞ୍ଜାମର ଝିଅ ସିଲଭିଆ

Subhadra Live:Ganjam-Girl-Designed-Set-in-A-Hollywood-Movie

ହଲିଉଡ ଚଳଚ୍ଚିତ୍ରରେ ଓଡ଼ିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି । ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିଥିବା ଏକ ହଲିଉଡ ଚଳଚ୍ଚିତ୍ରର ସେଟ ଡିଜାଇନ କରି ଝିଅ ଜଣକ ରାତାରାତି ହଲିଉଡରେ ଚହଳ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର କରଣ ସାହିର ବାସିନ୍ଦା  ପ୍ରଫେସର ଅଜିତ ମହାପାତ୍ରଙ୍କ ଜ୍ୟେଷ୍ଠା  କନ୍ୟା ସିଲଭିଆ ମହାପାତ୍ର । ଗତ ବର୍ଷ ଡିସେମ୍ବର ମାସରେ  ମୁକ୍ତି ଲାଭ କରିଥିବା ମେଗା ସିନେମା  ସ୍ପାଇଡର ମ୍ୟାନ ନୋ ଓ୍ବେ ହୋମ ବକ୍ସ ଅଫିସରେ ଧମାକା ଦେଖାଇ ୧୦ ଦିନରେ ୭୫୦୦ କୋଟି ଟଙ୍କାର ବ୍ୟବସାୟ କରିଛି ।  ଭାରତରେ ଏହି ସମୟରେ ୧୬୫ କୋଟିର  ବ୍ୟବସାୟ କରିଛି ।  ଏହି ସିନେମାର ସେଟ ଡିଜାଇନର ସିଲଭିଆ ସିନେପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ସୀଲଭିଆଙ୍କ  ଜନ୍ମ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ।  ବାପା ଅଜିତ ମହାପାତ୍ର ଓ ମାଆ ନଳିନୀ ପଟନାୟକ ଆମେରିକାର ଜର୍ଜିଆ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ । ଜାମିଆ, ବୋଷ୍ଟନ ଓ  ଆମେରିକାର ଆଟଲାଣ୍ଟ ସ୍ଥିତ ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରେ ସିଲଭିଆ ଶିକ୍ଷା ଲାଭ କରିଛନ୍ତି।

ଅଧିକ ପଢ଼ନ୍ତୁ:  କୃଷି ଶ୍ରମୀକରୁ ସଫଳ ସି ଇ ଓ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.