• Saturday, September 21, 2024

୭୫ ବର୍ଷ ବୟସରେ ୨୫ବର୍ଷର ଉତ୍ସାହ

Subhadra Live:25-years-of-enthusiasm-at-the-age-of-75
ଭୁୁବନେଶ୍ୱର,ଖବରଓଡ଼ିଶା

ଗୁଜୁରାତି ପରିବାରର ସ୍ୱାଦିଷ୍ଠ ଜଳଖିଆ ଏବେ ଦେଶର ବିଭିନ୍ନ ରାଜ୍ୟରେ ମିଳୁଛି । ଅଧିକାଂଶ ଗୁଜୁରାତି ପରିବାର ରବିବାର ଓ ପର୍ବପର୍ବାଣୀରେ ଜଲବୀ ସହିତ ଖାଇଥାନ୍ତି ବେଶନରେ ତିଆରି ସ୍ୱାଦିଷ୍ଠ ଫାଫଡେ । ଏହି ଫାଫଡ ନାଗପୁରର କଳାବନ୍ତିଙ୍କ ପରିବାର ଚଳାଇବାରେ ସାହାରା ପାଲଟିଛି । 

କଳାବନ୍ତି ନିଜ ସ୍ୱାମୀଙ୍କ ସହିତ ୪୦ ବର୍ଷ ତଳେ ଜୀବିକା ଅନ୍ୱେଷଣରେ ନାଗପୁରରେ ପହଞ୍ଚି ଥିଲେ । କଳାବନ୍ତୀଙ୍କ ସ୍ୱାମୀ ଏକ ମିକ୍ସଚର ତିଆରି ଉଦ୍ୟୋଗରେ କାମ ପାଇଲେ । କିଛି ବର୍ଷ ପରେ ରାମମନୁଜ ଫାଫଡ ବାଲା ନାମରେ ଠେଲା ଗାଡ଼ିରେ ନିଜର କରି ଆରମ୍ଭ କଲେ ଫାଫଡ ବ୍ୟବସାୟ । ଧୀରେ ଧୀରେ ଗୁଜୁରାଟୀ ନାଗପୁର ବାସୀ ଠେଲା ପାଖରେ ଭିଡ଼ ଜମାଇଲେ । କଂଚାଲଙ୍କା ଚଟଣୀ, ଦହି ଓ ଜଲବୀ ସହିତ ସ୍ୱାଦିଷ୍ଠ ଫାଫଡର ଚାହିଦା ବଢିବା ଭିତରେ କଳାବନ୍ତି ଏହାର ଆୟରେ ଦୁଇଝିଅ ଓ ଦୁଇପୁଅଙ୍କ ପାଠପଢା ଓ ବିବାହ କରାଇବାରେ ସଫଳ ହେଲେ ।

ସବୁକିଛି ଠିକ ଚାଲିଥିବା ବେଳେ ଆଖିବୁଜିଲେ ସ୍ୱାମୀ । ଏକା ହୋଇପଡିଲେ କଳାବନ୍ତି । ଭାବିଥିଲେ ଆଉ ଦୋକାନ ଖୋଲି ପାରିବେ ନାହିଁ । କିନ୍ତୁ ତାଙ୍କର ଏହି ସ୍ୱାଦିଷ୍ଠ ଜଳଖିଆର ସୁନାମ ଏଭଳି ବ୍ୟାପୀ ଯାଇଥିଲା ଯେ ଗ୍ରାହକ ମାନେ ଘରକୁ ଆସି ଅର୍ଡର ଦେବାରେ ଲାଗିଲେ । ସ୍ୱାମୀଙ୍କ ପରଲୋକ ପ୍ରାପ୍ତି ପରେ ସବୁକିଛି ସରି ଯାଇଥିବା ଭଳି ମନେକରୁଥିବା କଳାବନ୍ତି ପୁଣିଥରେ ଠେଲାକୁ ସଜାଇଲେ ଓ ଠେଲାଗାଡିର ୪୦ ବର୍ଷର ବିଶ୍ୱାସର ଚକକୁ ଗଡାଇ ନେଲେ । ତାଙ୍କ ସାନ ପୁଅ ଭାବେଶ ମଧ୍ୟ ଏଥିରେ ଯୋଡି ହେଲେ । ଏବେ ୨୫ ବର୍ଷ ବୟସର ଉତ୍ସାହ ନେଇ କଳାବନ୍ତି ଗୁଜୁରାତି ଶୁଦ୍ଧ ସ୍ୱାଦ ପାଇଁ ବାଦାମ ତେଲରେ ତିଆରି କରୁଛନ୍ତି ଫାଫଡ ଓ ସେସବୁ ନେଇ ବଜାରରେ ଠିଆ ହେଉଛନ୍ତି । ସକାଳ ୮ ରୁ ରାତି ୮ ଯାଏଁ ଠେଲାରେ ୩ହଜାର ଟଙ୍କାର ଦୈନିକ ବେପାର କରି ଖୁସି ଖୁସିରେ ଘରକୁ ଫେରନ୍ତି କଳାବନ୍ତି । ତାଙ୍କ ଜଳଖିଆ ଦୋକାନ ନିକଟରେ ଏବେ ଫୁଡ଼ ବ୍ଲଗର ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ । କଳାବନ୍ତି ଏବେ ଗୁଜୁରାଟୀ ପ୍ରସିଦ୍ଧ ସ୍ନାକ୍ସ ଫାଫଡ ସହିତ କୋକନଟ ପେଟିସ,ଖାଣ୍ଡବି ଓ ଗାଂଠିଆ ବିକ୍ରିକରି ୪୦ ବର୍ଷତଲର ସ୍ୱାମୀଙ୍କ ସ୍ୱପ୍ନକୁ ସାକାର କରିବାର ସ୍ୱପ୍ନ ଦେଖୁଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.