• Tuesday, July 15, 2025

ଯୁଦ୍ଧ ଜାହାଜର ପାଇଲଟ ହେଲେ ଆସ୍ଥା ପୁନିଆ

Subhadra Live:Meet-Aastha-Poonia-Indian-Navys-First-Woman-Fighter-Pilot

 ଉତ୍ତରପ୍ରଦେଶର ଛୋଟ ଏକ ଗାଁରୁ ନାଭାଲ ଏକାଡେମୀ । ସେଠାରେ ଉତ୍କର୍ଷ ପ୍ରତିପାଦିତ କରି ସ୍ବର୍ଣ୍ଣ ପଦକ ବିଜୟିନୀ । ପୁଣି ଏକ ବର୍ଷର ଅଗ୍ରଣୀ ତାଲିମ ପାଇଁ ଚୟନ । ଏବେ ଫାଇଟଲ ଜାହାଜର ପାଇଲଟ ହେବାର ପୂରଣ କରିଛନ୍ତି ପିଲାଦିନର ସ୍ବପ୍ନ । ଏଭଳି ସ୍ୱପ୍ନରେ ଉଡାଣ ଭରିଥିବା ମହିଳା ହେଉଛନ୍ତି ଉତ୍ତରପ୍ରଦେଶ ମେରୁଟ ଜିଲ୍ଲାର ଛୋଟ ଏକ ଗାଁ ହିସାଭଡାର ଆସ୍ଥା ପୁନିଆ । ଆସ୍ଥା ଏବେ ଭାରତୀୟ ନୌସେନାରେ ପ୍ରଥମ ମହିଳା ଫାଇଟର ଜେଟ୍ ପାଇଲଟ୍ ଭାବେ ଯୋଗଦେଇଛନ୍ତି  । ଦୁଇବର୍ଷର ସଫଳ ପ୍ରଶିକ୍ଷଣ ପରେ ତାଙ୍କୁ ୱିଙ୍ଗ୍ ଅଫ୍‌ ଗୋଲ୍ଡ ପ୍ରଦାନ କରାଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ।

 ପୁନିଆଙ୍କୁ 'ୱିଙ୍ଗ୍ ଅଫ୍‌ ଗୋଲ୍ଡ' ସମ୍ମାନ ପ୍ରଦାନ କରାଯାଇଛି ଯାହା ନୌସେନାର ଫଇଟର ପାଇଲଟ ହେବାର ପ୍ରତୀକ । ଏହି ସମ୍ମାନ ତାଙ୍କୁ ରିୟର ଆଡମିରଲ ଜନକ ବେବଲି, ସହାୟକ ନୌସେନା ଷ୍ଟାଫଙ୍କ ପକ୍ଷରୁ ଆଇଏନଏସ ଡେଗା, ବିଶାଖାପାଟଣା ଠାରେ  ପ୍ରଦାନ କରାଯାଇଛି । ଏବେ ଆସ୍ଥା ଭାରତର ଲଢୁଆ ବିମାନ  MiG-29K କିମ୍ବା ରାଫେଲ ପରି ଫାଇଟର ଜେଟ୍ ଉଡ଼ାଇପାରନ୍ତି । ନାରୀଶକ୍ତିକୁ ଉପଯୋଗ କରୁଥିବା ଭାରତୀୟ ନୌସେନାରେ ଆସ୍ଥା ହେଉଛନ୍ତି ଆଉ ଟିକେ ଭିନ୍ନ ଆଉ ଟିକେ ନିଆରା । ସେ ଦୁଇ ବର୍ଷର ତାଲିମ ପରେ ପୁଣି ଅଗ୍ରଣୀ ଏକ ବର୍ଷ ତାଲିମ ନେଇଛନ୍ତି । ଯୁଦ୍ଧର ସମ୍ମୁଖରେ ରହି ଯୁଦ୍ଧ ଅଭିଜ୍ଞତା ହାସଲର ସୁଯୋଗ ମହିଳା ମାନଙ୍କୁ ମିଳୁଥିବାରୁ ସେ ଦେଶ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆସ୍ଥାଙ୍କ ପିତା ଅରୁଣ ପୁନିଆ ଜଣେ ଗଣିତ ଶିକ୍ଷକ । ମା ସୋନିଗିତା ଚୌଧୁରୀ ଏକ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷ । ଆସ୍ଥା ୨୦୧୯/୨୩ ବର୍ଷରେ ସ୍ଥାନୀୟ ଏକ କଲେଜରୁ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ବିଟେକ କରିବା ପରେ ୨୦୧୩ ରେ ଟେକନିକାଲ ଏଣ୍ଟ୍ରି ସ୍କିମରେ ଭାରତୀୟ ନୌସେନା ପାଇଁ ଚୟନ ହୋଇଥିଲେ । ଛୋଟ ଏକ ଗାଁରୁ ଭାରତୀୟ ସେନାର ଉପ ଲେଫ୍ଟନେଣ୍ଟ ଭାବେ ଯୋଗଦେବା ପଛରେ ତାଙ୍କର ସାହସ ,ନିଷ୍ଠା ଓ ସାଧନା ଅନ୍ୟ ନିକଟରେ ତାଙ୍କୁ ଅନନ୍ୟ କରାଇଛି।

 

ଝାରସୁଗୁଡାରେ ଫୁଟୁଛି କାଶ୍ମୀର କେଶର ;ଦେଉଛି ବାର୍ଷିକ ୨୪ ଲକ୍ଷ ଆୟ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.