• Wednesday, January 22, 2025

ଦୁଇ ସନ୍ତାନର ମା ,ବନିଲେ ସରକାରୀ ବଡ଼ ଅଧିକାରୀ

Subhadra Live:Aarti-Guptas-Journey-from-a-school-teacher-to-becoming-a-PCS-Officer-in-Uttar-Pradesh

 ଏ କାହାଣୀ ଜଣେ ମହିଳାଙ୍କର ଯିଏକି ନିଜ ସ୍ବପ୍ନ ପୁରା କରିବା ପାଇଁ ଲଢ଼ିଥିଲେ ଲମ୍ବା ଲଢେଇ । ସାଧାରଣ ଶିକ୍ଷୟତ୍ରୀ ପଦବୀରୁ ସେ ଶିକ୍ଷା ବିଭାଗର ପି ସି ଏମ ଅଧିକାରୀ ପାଲଟିଗଲେ । ଏହି ଯାତ୍ରା ତାଙ୍କର ସହଜ ନଥିଲା କିନ୍ତୁ ଦୃଢ଼ମନ ନେଇ ଦୁଇଟି ସନ୍ତାନର ଜନନୀ ଭାବେ ସେ  ଏଭଳି ଅସମ୍ଭବ କାମକୁ ସଂମ୍ଭଵ କରାଇଛନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ଆରତୀ ଗୁପ୍ତା । ଆରତୀଙ୍କ ଘର ଉତ୍ତର ପ୍ରଦେଶର ରାୟବରେଲୀ ।

ଆରତୀ ଯେତେବେଳେ ଛୋଟ ଥିଲେ ସେତେବେଳେ ସେ ପ୍ରତିଦିନ ୫ କିଲୋମିଟର ସାଇକେଲ ଚଳାଇ ସ୍କୁଲ ଯାଉଥିଲେ । ଯେହେତୁ ତାଙ୍କ ମା ଶିକ୍ଷୟତ୍ରୀ ଥିଲେ ତେଣୁ ସେ ସ୍କୁଲରୁ ଫେରିବା ପରେ ଦୁଇ ସାନ ଭାଇଙ୍କର ନେଉଥିଲେ ଦାୟିତ୍ୱ । ୨୦ ବର୍ଷ ବୟସରେ ଆରତୀଙ୍କ ବିବାହ ହେଲା । ସେତେବେଳକୁ ସେ ନେଉଥିଲେ ଶିକ୍ଷୟତ୍ରୀ ହେବାର ତାଲିମ । ତାଲିମ ଶେଷ କରି ସେ ନିୟମିତ ଶିକ୍ଷୟତ୍ରୀ ଭାବେ ଯୋଗ ଦେବା ବେଳକୁ ତାଙ୍କର ଦୁଇଟି ସନ୍ତାନ ହୋଇଯାଇଥିଲା । କିନ୍ତୁ ଘରର ଜଂଜାଳରେ ବାନ୍ଧି ହେବା ଅପେକ୍ଷା ଶିକ୍ଷା ବିଭାଗର ବଡ଼ ଅଧିକାରୀ ହେବାର ଥିଲା ତାଙ୍କର ସ୍ବପ୍ନ । ୨୦୧୮ ମସିହାରେ ପି ସି ଏମ ପାଇଁ ସେ ଫର୍ମ ପୁରଣ କରିଥିଲେ । ଏଥିପାଇଁ ସେ ରାତି ତିନିଟା ଯାଏଁ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ । କିନ୍ତୁ ସେହି ବର୍ଷ ମିଳିନଥିଲା ସଫଳତା । ସନ୍ତାନ ,ପରିବାରର ଜଂଜାଳ ଓ ସ୍କୁଲରେ ଶିକ୍ଷାଦାନରେ ସେ ପେଷି ହୋଇଯାଉଥିଲେ । କିନ୍ତୁ ମାନି ନଥିଲେ ପରାଜୟ । ଗୋଟିଏ ବର୍ଷର ବ୍ୟବଧାନରେ ପରୀକ୍ଷା ଦେବାର ନିଷ୍ପତ୍ତି ନେଇ ଆରତୀ ଘର ଛାଡିଲେ । ଦିଲ୍ଲୀରେ ଭଡା ଘର ନେଇ ଲାଗିଲେ ପ୍ରସ୍ତୁତିରେ । ଶେଷରେ ସେ ପାଇଲେ ସଫଳତା । ଗୋଟିଏ ସକାଳେ ପ୍ରତ୍ୟେକ ଖବର କାଗଜରେ ତାଙ୍କର ଫଟୋ ସହିତ ପ୍ରକାଶିତ ହୋଇଥିଲା ସଫଳତାର ଏହି ଅନନ୍ୟ କାହାଣୀ ।

ଦିନେ ଅଳିଆ ଗଦାରୁ ସାଉଣ୍ଟୁଥିଲେ ଖାଦ୍ୟ, ଏବେ ବିଦେଶରେ ଡାକ୍ତରୀ ପଢି ଫେରିଛନ୍ତି

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.