• Wednesday, January 22, 2025

ଝୁମ୍ପୁଡି ହୋଟେଲରୁ ପାଇଲଟ ହେବାର ସ୍ବପ୍ନ

Subhadra Live:Lipsa-Swami-aspires-to-be-a-pilot

କଡେଇରେ ଫୁଟୁଛି ତେଲ । ଗରମ ତେଲ ଭିତରୁ ଛଣା ଯାଉଛି ପୁରୀ । ସେପଟେ ତାୱାରେ ପଡିଛି ଦୋସା । ୟୁନିଫର୍ମରେ ଥିବା ଝିଅଟିଏ ସ୍କୁଲ ଯିବା ପୂର୍ବରୁ ମାଙ୍କୁ  କାମରେ ସହଯୋଗ କରୁଥିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷା ଗୁମୁଡାରେ । ଝିଅଟି ପାଖରେ ମା ମଧ୍ୟ ଉପସ୍ଥିତ ରହି ଲାଗିଛନ୍ତି କାମରେ । କୋଷା ଗୁମୁଡା ସରକାରୀ ହାଇସ୍କୁଲ ସାମ୍ନାରେ ଥିବା ଏକ ବଖୁରିକିଆ ଘର ମା ଓ ଝିଅଙ୍କୁ ଦେଖାଇଛି ଅନେକ ସ୍ବପ୍ନ । ସ୍ୱାମୀ ପକ୍ଷାଘାତରେ ପୀଡିତ ହେବା ପରେ ପରିବାର ମୁହଁରେ ଆହାର ଗଣ୍ଡାଏ ଦେବାର ସ୍ବପ୍ନ ନେଇ ମା ବେବି ସ୍ୱାମୀ ଛୋଟ ଏକ ଟିଫିନ ସେଣ୍ଟର ଖୋଲିଥିବା ବେଳେ ଏଠାରେ ମା ସହିତ କାମ କରି ଭବିଷ୍ୟତରେ ପାଇଲଟ ହେବାର ସ୍ବପ୍ନ ଦେଖୁଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଲିପ୍ସା ସ୍ୱାମୀ । ଉଭୟ ମା ଓ ଝିଅ ସାଜିଛନ୍ତି ଜୀବନ ଜଂଜାଳର ସୁଦକ୍ଷ ସୈନିକ । ଝିଅ ନ ଥିଲେ ମୁଁ କିଛି କରିପାରନ୍ତିନି ବୋଲି ମା ବେବି ସ୍ୱାମୀ କହିଥିବା ବେଳେ ଝିଅ କହିଛନ୍ତି ଅଭାବ ଭିତରେ ମୁଁ ଆଗକୁ ବଢିବାକୁ ଚାଁହୁଛି । ପାଠପଢି ଭବିଷ୍ୟତରେ ପାଇଲଟ ହେବାର ରହିଛି ଲକ୍ଷ । ଛୋଟ ଏହି ଜଳଖିଆ ଦୋକାନରୁ ଦିନକୁ ହଜାରେ ଟଙ୍କା ଆୟ ହେଉଥିବା କହିଛନ୍ତି ବେବି ।

ସକାଳ ହେବା ମାତ୍ରେ ବେବି ସ୍ୱାମୀ ଗ୍ରାହକଙ୍କ ପାଇଁ ତିଆରି କରନ୍ତି ସ୍ୱାଦିଷ୍ଠ ଟିଫିନ । ସକାଳେ ଇଡ଼ଲି ,ବରା,ପୁରୀ ,ଚକୁଳି ଓ ଦୋସା ତିଆରି ହେଉଥିବା ବେଳେ ସନ୍ଧ୍ୟାରେ ତିଆରି ହୁଏ ରୋଲ ଆଉ ଚାଓମିନ । ନିୟମିତ କିଛି ଗ୍ରାହକଙ୍କ ପାଇଁ ରୁଟି ତିଆରି ହୋଇ ପାର୍ସଲ ହୋଇଥାଏ । ଏସବୁ କାମରେ ବେବିଙ୍କ ବଡ଼ ଝିଅ ପୂର୍ବରୁ ସାହାଯ୍ୟ କରୁଥିଲେ । ସେ ପାଠପଢିବା ପାଇଁ ଭୁବନେଶ୍ୱର ଚାଲିଆସିବା ପରେ ଦଶମ ଶ୍ରେଣୀରେ ପଢ଼ୁଥିବା ସାନ ଝିଅ ଲିପ୍ସା ସକାଳେ ଓ ସଂଜରେ ମାଙ୍କୁ ଏଭଳି କାମରେ ସହାୟତା କରିଥାନ୍ତି । ପ୍ରତିକୂଳ ପରିସ୍ଥିତି ସତ୍ୱେ ଲିପ୍ସା ଜାରି ରଖିଛନ୍ତି ପାଠପଢ଼ା । ଲିପ୍ସା ଭଲ ପଢ଼ନ୍ତି ଓ ତାଙ୍କୁ ସହଯୋଗ ମିଳିଲେ ସେ ଅଧିକ ଭଲ ପଢିପାରିବେ ବୋଲି କହିଛନ୍ତି ତାଙ୍କର ଜଣେ ଶିକ୍ଷକ । ମା ଝିଅଙ୍କ ସଂଘର୍ଷ ଦେଖିଲେ ଆମେ ଦୁଃଖ ଓ ସୁଖ ଅନୁଭବ କରିଥାଉ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ: କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ପାଇଁ ହରପ୍ରିୟାଙ୍କ ପ୍ରୟାସ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.