• Saturday, September 21, 2024

ଜୀବନର ଯୁଦ୍ଧ ଜିତିଲେ ସୁଇଟି

Subhadra Live:Noida-hit-and-run-victim-Sweety-finally-out-of-coma

ଗ୍ରେଟର ନୋଇଡ଼ାର ଇଂଜିନିୟରିଂ ଛାତ୍ରୀ ସୁଇଟି ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମେଡିକାଲରେ ପହଂଚିବା ବେଳକୁ ସେ କୋମାକୁ ଚାଲିଯାଇଥିଲେ । ଆଇ ସି ୟୁ ରେ ରଖାଯାଇ ଚାଲିଲା ତାଙ୍କର ଚିକିତ୍ସା । ଚିକିତ୍ସା ଖର୍ଚ୍ଚ ବାବଦକୁ ୪୦  ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶୁଣାଇଦେଇଥିଲେ ଡାକ୍ତର । ସୁଇଟିଙ୍କ ପରିବାର ନିକଟରେ ଏତେ ଟଙ୍କା ଯୋଗାଡ଼ କରିବା ଥିଲା କଷ୍ଟ । ଏଭଳି ସମୟରେ ସୁଇଟିଙ୍କ ସହକର୍ମୀ ଓ ସାଙ୍ଗସାଥି ମାନେ ଆଗକୁ ଆସିଲେ । ଏକାଠି ହେଲେ ଓ ସୁଇଟିଇଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ,ଡାକ୍ତରଙ୍କ ମତ ଇତ୍ୟାଦି ସବିଶେଷ ଲେଖି ମିଲାପ ଫଣ୍ଡ ରେଇଜ ଜରିଆରେ ସହଯୋଗ କରିବାକୁ ଅପିଲ କଲେ । ସୁଇଟିଙ୍କ ସ୍ୱାସ୍ଥ୍ୟଗତ ସଙ୍କଟର କାହାଣୀ ସୋସିଆଲ ମିଡିଆରେ ଅନେକ ଲୋକଙ୍କ ନିକଟରେ ପହଁଚିଲା । ବିଭିନ୍ନ ଆଡୁ ଛୁଟିଲା ତାଙ୍କ ନିକଟକୁ ସହଯୋଗର ସୁଅ । ଗୌତମ ବୁଦ୍ଧ ନଗର ପୋଲିସ କମିଶନର ଲକ୍ଷ୍ମୀସିଂ ଓ ସେମାନଙ୍କର ସହକର୍ମୀ ମାନେ ୧୧ ଲକ୍ଷ ଟଙ୍କା ଯୋଗାଡ଼ କରିଥିବା ବେଳେ କଲେଜର ସହକର୍ମୀ ମାନେ ୩୦ ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସଫଳ ହେଲେ ।

ସୁଇଟି ଗୌତମବୁଦ୍ଧ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ଇଂଜିନିୟରିଂ କଲେଜରେ ଶେଷ ବର୍ଷର ଛାତ୍ରୀ ଥିଲେ । କଲେଜରୁ ବସ ରେ ଫେରିବା ପରେ ସେ ନିଜ ଘରକୁ ଚାଲି ଚାଲି ଯାଉଥିଲେ । ଏଭଳି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ପଛ ପଟୁ ତାଙ୍କୁ ଧକ୍କା କରି ନିମିଷକ ମଧ୍ୟରେ ଖସି ଚାଲିଯାଇଥିଲା । ପଛରେ କାରରେ ଆସୁଥିବା ଏକ ଦମ୍ପତି ସୁଇଟିଇଙ୍କୁ ଧରି ହସ୍ପିଟାଲରେ ପହଂଚିଥିଲେ । ଆର୍ଥିକ ସହଯୋଗ ସୁଇଟିଙ୍କ ଜୀବନ ବଂଚାଇଦେଲା । ଏବେ ବି ସେ ହସ୍ପିଟାଲ ବେଡ଼ ରେ । ଜୀବନ ବଂଚିଯାଇଛି କିନ୍ତୁ ସ୍ୱାଭାବିକ ସ୍ଥିତି ଫେରିପାଇବା ପାଇଁ ସମୟ ଲାଗିବ । ସୁଇଟି ନିଜର ସ୍ଥିତିକୁ ଜାଣିବା ପରେ ସକରାତ୍ମକ ଚିନ୍ତାରେ ସମୟ ବିତାଉଛନ୍ତି । କହିଛନ୍ତି ମୁଁ ନିଶ୍ଚୟ ଭଲ ହେବି ଓ ସମାଜ ପାଇଁ କିଛି କରିବି ।

ଅଧିକ ପଢନ୍ତୁ:ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

 

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.