• Saturday, September 21, 2024

ସ୍ୱାମୀଙ୍କ ଦୁର୍ଘଟଣା ପରେ ୨ କିଲୋ ହଳଦୀରୁ ଆରମ୍ଭ କଲେ ବ୍ୟବସାୟ ଏବେ କରୁଛନ୍ତି ଲକ୍ଷାଧିକ ରୋଜଗାର

Subhadra Live:After-her-husbands-accident-she-started-her-business-with-2-kilos-of-pepper-and-is-now-earning-lakhs-of-rupees

୫୧ ବର୍ଷର କିରଣ ସ୍ୱାମୀ ଶିବଶକ୍ତି ବ୍ରାଣ୍ଡ ନାମରେ ଅନ୍ନପୂର୍ଣ୍ଣା ଗୃହ ଉଦ୍ୟୋଗର କରୁଛନ୍ତି ପରିଚାଳନା । ଯାହା ଜରିଆରେ ସେ ୧୦ ପ୍ରକାର ହର୍ବାଲ ସରବତ ,୧୭ ପ୍ରକାରର ଆଚାର ,ଖଟାମିଠା ଲେମ୍ବୁ ଚଟଣି ଓ ୧୩ ପ୍ରକାର ମସଲାର ବ୍ୟବସାୟ କରୁଛନ୍ତି । କିରଣ ସ୍ୱାମୀ ଜଣେ ଲମ୍ବା ଯୁଦ୍ଧ ଲଢ଼ିଥିବା ଯୋଧା ।

ଦିନେ ତାଙ୍କ ନିକଟରେ ଦୁଇ ଓଳିର ଆହାର ଯୋଗାଡ଼ କରିବା ଥିଲା କଷ୍ଟ । ମଧ୍ୟପ୍ରଦେଶ ଉଜ୍ଜୟିନୀ ସହରରେ ଏକ ସ୍ୱଚ୍ଛଳ ପରିବାରରେ ଜନ୍ମିତ କିରଣ ରାଜସ୍ଥାନର କୋଟାରେ ରାଜେନ୍ଦ୍ର ସ୍ୱାମୀଙ୍କୁ ବିବାହ କରିଥିଲେ । ବିବାହର ୧୦ ବର୍ଷ ପରେ କୋଳକୁ ଆସିଥିଲେ ଦୁଇଝିଅ । ଦାମ୍ପତ୍ୟ ଜୀବନ ଠିକଠାକ ଚାଲିଥିବା ବେଳେ ଏକ ସଡକ ଦୁର୍ଘଟଣାରେ ସ୍ୱାମୀ ରାଜେନ୍ଦ୍ର ଶଯ୍ୟାଶାୟୀ ହେଲେ । ଏଭଳି ସଙ୍କଟପୂର୍ଣ୍ଣ ସମୟ ଆସିବ ବୋଲି କଳ୍ପନା ବି କରିପାରିନଥିଲେ କିରଣ ।

କିରଣଙ୍କ ନିକଟରେ ଥିବା ସଂଚୟ ସରିଯିବା ପରେ ସେ ନିରୁପାୟ ହୋଇ ଆରମ୍ଭ କଲେ ଲଙ୍କା ଓ ହଳଦୀ ପାଉଡର ପ୍ରସ୍ତୁତି ଓ ବିକ୍ରିର ଛୋଟ ଏକ ବ୍ୟବସାୟ । ପ୍ରାରମ୍ବିକ ଦିନର ସ୍ମୃତି ମନେପକାଇ କିରଣ କହନ୍ତି ଦୁଇ କିଲୋ ହଳଦୀରୁ ସେ ଆରମ୍ଭ କରିଥିଲେ ଯାତ୍ରା । ଶୁଦ୍ଧତା ପ୍ରତି ଦୃଷ୍ଟି ଦେଇ ଭଲ ଉତ୍ପାଦ ଯୋଗାଉଥିବାରୁ ସେ ଆଖପାଖ ପରିବାର ଗୁଡିକର ନିୟମିତ ଅର୍ଡର ପାଇବାରେ ସକ୍ଷମ ହେଲେ ।

ଏବେ ଅନ୍ନପୂର୍ଣ୍ଣା ଗୃହ ଉଦ୍ୟୋଗ ୧୦ ପ୍ରକାର ଔଷଧୀୟ ସରବତର ଯୋଗାଣକାରୀ ଭାବେ ପ୍ରସିଦ୍ଧି ପାଇଛି । ମାସକୁ ଲକ୍ଷାଧିକ ଟଙ୍କାର କାରବାର କରୁଛନ୍ତି କିରଣ । ଏଥିରେ ତାଙ୍କର ସ୍ୱାମୀଙ୍କ ଚିକିତ୍ସା ସହିତ ଦୁଇ ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ ହେଉଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.