• Thursday, October 16, 2025

ଚାଷ କ୍ଷେତରୁ ଉଦ୍ୟୋଗୀ

Subhadra Live:Agricultural-laborers-are-becoming-cottage-industry-owners
ଖବର ଓଡିଶା :04/10/2025

ଜଣେ କୃଷି ଶ୍ରମିକ ପାଲଟିଛନ୍ତି କୁଟୀର ଶିଳ୍ପର ମାଲିକ । ପାନ ପତ୍ରରୁ ସୋଡା଼ ତିଆରି କରି ସେ ମାସିକ କରୁଛନ୍ତି ୩୦ ହଜାର ଟଙ୍କା । ଦିନେ ସେ କଠିନ ଶାରୀରିକ ଶ୍ରମ ବିନିମୟରେ ଏହାର ଅଧା ମଧ୍ୟ ରୋଜଗାର କରିପାରୁନଥିଲେ । ସରକାରୀ ଯୋଜନା ସହିତ ନିଜର ଆଗ୍ରହ ତାଙ୍କୁ ସଫଳତାର ସିଡ଼ି ନିକଟରେ ପହଞ୍ଚାଇଥିଲା । ଏହି ମହିଳା ହେଉଛନ୍ତି କେ ରେଣୁଗା । କୃଷି ଜମିରେ ଦିନ ମଜୁରିଆ ଭାବେ କାମ କରି ଦିନକୁ ଦୁଇଶହରୁ ତିନିଶହ ଟଙ୍କା ରୋଜଗାର କରୁଥିବା ରେଣୁଗା ଏବେ ଘରେ ମୃଦ୍ୟୁ ପାନୀୟ ପ୍ରସ୍ତୁତ କରି ନିଜ ପାଇଁ ତିଆରି କରିଛନ୍ତି ବଡ଼ ପରିଚୟ ।  

ଆନ୍ଧ୍ରପ୍ରଦେଶ ଶିବପୁରମ ଗାଁରେ ରହନ୍ତି ରେଣୁଗା । ସପ୍ତମ ଶ୍ରେଣୀ ଯାଏଁ ପଢିଥିବା ରେଣୁଗାଙ୍କ ଆର୍ଥିକ ସ୍ଥିତି ଆଦୌ ଭଲ ନୁହଁ । କୃଷି ଶ୍ରମିକ ଭାବେ ସେ ପାଉଥିବା ମଜୁରୀ ପରିବାରର ଖର୍ଚ୍ଚକୁ ପାଏନି । ସ୍ୱାମୀ ମଧ୍ୟ ଶ୍ରମିକ ଭାବେ ଯାହା ରୋଜଗାର କରନ୍ତି ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚରେ ବଡ଼ ଭାଗ ଖର୍ଚ୍ଚ ହୋଇଯାଏ । ଚାଷ ଜମିରେ କାମ କରୁଥିବା ଭିତରେ ଦିନେ ସେ ଶୁଣିଲେ ଖାଦ୍ୟ ପ୍ରକ୍ରିୟାକରଣ ତାଲିମ ସହିତ ଋଣ ମଂଜୁର ଦିଗରେ ସରକାରୀ ସହଯୋଗ ରହିଛି । ସପ୍ତମ ଯାଏଁ ଶିକ୍ଷା ଗ୍ରହଣ କରିଥିବା ରେଣୁଗା ୨୦୨୩ରେ ଖାଦ୍ୟ ପ୍ରକ୍ରିୟାକରଣ ,ଲାଇସେନସିଙ୍ଗ,ଓ ମାର୍କେଟିଙ୍ଗ ତାଲିମ ନେବା ସହିତ ୧୪ ଲକ୍ଷ ୩୦ ହଜାର ଟଙ୍କାର ଋଣ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ । ପାନ ପତ୍ରରୁ ରସ ଆହରଣ କରି ମିଠା ଓ ବିନା ମିଠା ବାଲା ଥଣ୍ଡା ପାନୀୟ ପ୍ରସ୍ତୁତ କରିବାର ବ୍ୟବସାୟ ଆରମ୍ଭ କଲେ । ୧ କେଜି ପାନ ପତ୍ରରୁ ୯୦୦ ଏମ ଏଲ ରସ ଆହରଣ ହେଉଥିଲା । ରେଣୁଗା କହନ୍ତି ତାଙ୍କ ଜେଜେ ମା ପାନପାତ୍ରର ଔଷଧୀୟ ବ୍ୟବହାର କରୁଥିଲେ  । ଥଣ୍ଡା ,କଫ ପାଇଁ ଏହା ରାମବାଣ ସଦୃଶ୍ୟ କାଟୁ କରୁଥିଲା । ଏହାକୁ ବ୍ୟବସାୟ ନମୁନାରେ ରୂପାନ୍ତରିତ କରି ରେଣୁଗା ନିଜ ସ୍ଥିତି ଓ ପରିଚୟକୁ ନୂଆ ଉଚ୍ଚତାକୁ ନେଇଛନ୍ତି । 

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.