ଷଷ୍ଠରୁ ପାଠ ଛାଡିଥିବା ୧୧ ବର୍ଷର ଅନାବିୟା ବିଦେଶୀ ପର୍ଯ୍ୟଟକଙ୍କୁ ପରିଷ୍କାର ଇଂରାଜୀରେ ଭାରତୀୟ ପ୍ରତ୍ନତାତ୍ଵିକ ଗୁରୁତ୍ୱ ବୁଝାଇ ପ୍ରସଂଶିତ ହୋଇଛନ୍ତି । ଅନା ଏବେ ଇଂରାଜୀ ସହିତ ଉର୍ଦୁ ଓ ହିନ୍ଦୀରେ ସୁନ୍ଦର ସୁନ୍ଦର କଥା କହିବାରେ ମାହିର ହୋଇଛନ୍ତି । ଏବେ ସେ ଫ୍ରେଞ୍ଚ ଓ ସ୍ପାନିସ ଭାଷା ଶିଖିବାକୁ ଆଗ୍ରହୀ । ଏତେ ଭାଷା ଶିଖିବା ପଛରେ ରହିଛି ତାଙ୍କର ଆଗ୍ରହ ଓ ପିତାଙ୍କ ପ୍ରଚେଷ୍ଟା। ଲିଭର ସଂକ୍ରମଣ କାରଣରୁ ସ୍କୁଲ ଶିକ୍ଷାରୁ ବିଛିନ୍ନ ଅନା ନିଜ ଜେଜେ ବାପାଙ୍କ ଠାରୁ ଇତିହାସ କାହାଣୀ ଶୁଣିବାରେ ଆଗ୍ରହ ଦେଖାଇଥିଲେ। ପରେ ତାଙ୍କ ବାପା ତାଙ୍କୁ ଇଂରାଜୀ ଶିକ୍ଷା ଦେବା ସହିତ ଇତିହାସ ବହି ଓ ଇତିହାସର କାହାଣୀ ବହି ପଢିବାକୁ ଦେଉଥିଲେ । ଇଂରାଜୀରେ ବୁଝାଇ କହିବାର ଶୈଳୀ ପାଇଁ ସ୍ଥାନୀୟ ଏକ ସଂଗଠନ ସଲାମ ବାଳକ ଟ୍ରଷ୍ଟ ତାଙ୍କୁ ଟୁରିଷ୍ଟ ଗାଇଡ଼ ହେବାର ତାଲିମ ଦେଇଥିଲା । ଏବେ ଅନା ଖୁବ ପ୍ରାଞ୍ଜଳ ଓ ପରିଷ୍କାର ଇଂରାଜୀରେ ଦିଲ୍ଲୀର ସ୍ମାରକୀ ସ୍ଥଳ ଗୁଡିକ ବାବଦରେ ବିଦେଶୀ ପର୍ଯ୍ୟଟକଙ୍କୁ ବୁଝାଇପାରୁଛନ୍ତି । ଅନା କେବଳ ଏକା ନୁହଁନ୍ତି ସଲାମ ବାଳକ ଟ୍ରଷ୍ଟ ପକ୍ଷରୁ ୧୬ ବର୍ଷର କାଜଲ ,୧୭ ବର୍ଷର ଚାନ୍ଦିନୀ ଓ ୨୧ ବର୍ଷର ହୀନା ପର୍ଯ୍ୟଟକ ଗାଇଡର ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ଅନାଙ୍କ କଣ୍ଠରୁ ଶୁଦ୍ଧ ଓ ନିର୍ଭୁଲ ଇଂରାଜୀ ଶୁଣି ବିଦେଶୀ ପର୍ଯ୍ୟଟକ ମଧ୍ୟ ବିସ୍ମିତ ଓ ବିମୋହିତ ହେଉଛନ୍ତି । ତାଙ୍କ ସହିତ ଫଟୋ ଉଠାଇବା ସହିତ ତିଆରି କରୁଛନ୍ତି କୁନି ଗାଇଡରଙ୍କ ଭିଡିଓ । ଏସବୁ କିଶୋରୀ ଗାଇଡର ମାନେ ପର୍ଯ୍ୟଟକଙ୍କ ଠାରୁ କୌଣସି ଦେୟ ମାଗନ୍ତିନି । ଯିଏ ଯାହା ଦେଲା ତାହା ଖୁସିରେ ଗ୍ରହଣ କରନ୍ତି ।