• Thursday, October 16, 2025

ଆଚାର ତିଆରି କରି ସ୍ୱାବଲମ୍ବୀ ସସ୍ମିତା

Subhadra Live:Sasmita-becomes-self-reliant-by-making-pickles
ଖବର ଓଡିଶା: 19/09/2025

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ସୂଧିକେଶ୍ୱର ଗାଁରେ ରୁହନ୍ତି ସସ୍ମିତା ସାହୁ। ଅଭାବ ଭିତରେ ସେ ସ୍ୱପ୍ନ ଦେଖିବା ଭୂଲି ନାହାନ୍ତି । ଭାଗ ଚାଷ କରି ପରିବାର ପୋଷଣ କରୁଥିବା ସ୍ବାମୀଙ୍କୁ ସହଯୋଗ ପାଇଁ ଚିନ୍ତା କରୁକରୁ ପିଲାଦିନେ ମାଙ୍କ ଠାରୁ ଶିଖିଥିବା ଆଚାର ତିଆରିକୁ ଜୀବିକାର ମାଧ୍ୟମ ପାଇଁ ବାଛିଲେ । ଆଗ୍ରହ ଓ ଉତ୍ସାହ ସହିତ ଲକ୍ଷ୍ୟ ଥିବାରୁ ସେ ଏଥିରେ ଆଗେଇଲେ ଓ ସଫଳ ହେଲେ।

ଆଚାର ବି ଜୀବନ ପରିବର୍ତ୍ତନ କରିଦିଏ ଏହା ପ୍ରମାଣିତ କରିଛନ୍ତି ସସ୍ମିତା । ସଫଳତା ସେହି ମାନେ ପାଆନ୍ତି ଯେଉଁମାନେ ସ୍ୱପ୍ନକୁ ସାକାର ପାଇଁ ପରିଶ୍ରମ କରନ୍ତି। ସସ୍ମିତା ଙ୍କ ରିଅଲ୍ ଲାଇଫ୍ ର କାହାଣୀ ଏହିପରି । ସବୁ ଅଭାବୀ ପରିବାର ପରି ତାଙ୍କର ଜୀବନ ବି ଠିକ୍ ସମାନ ଥିଲା। ଅର୍ଥ ଅଭାବ, ପିଲାଙ୍କ ପାଠପଢା, ଶାଶୁଙ୍କ ଔଷଧ। ସ୍ବାମୀ ବି ଭାଗ ଚାଷ ଉପରେ ନିର୍ଭରଶୀଳ। କେତେବେଳେ ବର୍ଷା ତ କେତେବେଳେ ପୋକ, ଫସଲରୁ ଆୟ ସେମିତି କିଛି ନଥିଲା। ଏହାରି ଭିତରେ ସସ୍ମିତା ମନସ୍ଥିର କଲେ। କିଛି କରିବେ .. ତାପରେ ଏ ହେଉଛି ଚିତ୍ର।.. 

 

ସସ୍ମିତା ଆମ୍ବ, ଗାଜର,ଲଙ୍କା, ଅଦା ,ଓଉରୁ ଆଚାର କରନ୍ତି। ରାଗ, ଲୁଣି ,ଖଟା ଓ ମିଠା ର ଆଚାର । ଘରୋଇ ଉପାୟରେ ସେ ଆଚାର କରନ୍ତି । ଆଚାରକୁ କାଚ ବୋତଲରେ ପୁରାଇ ଆଖପାଖ ଗାଁ, ପାଖପଡୋଶୀରେ ବିକନ୍ତି। .. ଆଗକୁ ଯଦି ସବୁ ଠିକ୍ ଠାକ୍ ରହେ, ବେପାର ଭଲ ହୁଏ ତେବେ ସେ ଏହାକୁ ପ୍ୟାକେଜିଂ କରି ବଜାରରେ ଉପଲବ୍ଧ କରାଇବାକୁ ଚେଷ୍ଟା କରିବେ ବୋଲି କହନ୍ତି । ଆଚାରରୁ ତାଙ୍କର ପରିଚୟ ସୃଷ୍ଟି ହେବା ସହିତ ଦି ପଇସା ରୋଜଗାର ବି ହେଉଛି । ଆଚାରରୁ ମିଳୁଥିବା ଲାଭର କିଛି ଅଂଶ ସେ ବ୍ୟବସାୟରେ ବିନିଯୋଗ କରୁଥିବାରୁ ବ୍ୟବସାୟ ବଢୁଥିବା ଲକ୍ଷ କରାଯାଉଛି। ଆଗକୁ ସେ ପ୍ୟକେଜିଂ ସହିତ ବଡ ଵଜାରରେ ପହଞ୍ଚାଇବାର ସ୍ୱପ୍ନ ଦେଖୁଛନ୍ତି। ଏବେ ମିଳୁଥିବା ଲାଭ ପରିବାରର ଗୁଜୁରାଣ ପାଇଁ ନିଅଣ୍ଟ ହେଉଥିଲେ ହେଁ ନିଜେ ରୋଜଗାର କରି ଖର୍ଚ୍ଚ କରିବାକୁ ସକ୍ଷମ ହୋଇଥିବାରୁ ଅଛନ୍ତି ଖୁସି।

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.