• Thursday, October 16, 2025

ନିଆରା ଏକ ମା 'ବଜାର

Subhadra Live:The-largest-all-women-run-market-in-the-world-Ima-Keithel

 ମଣିପୁରର ରାଜଧାନୀ ସହରରେ ରହିଛି ଏକ ନିଆରା ବଜାର । ଏହି ବଜାରର ନାଁ ରହିଛି ଈମା କେଥଲ  ।  ମୈତେୟୀ ଭାଷାରେ ଏହାକୁ ନୁପି କେଥଲ କୁହାଯାଏ । ନୁପି ଅର୍ଥ ମା । କେଥଲ ଅର୍ଥ ବଜାର । ପୁରା ଅର୍ଥ ମାଙ୍କ ବଜାର । ବର୍ଷ ବର୍ଷ ଧରି ଏହି ବଜାରର ବ୍ୟବସାୟୀ ହେଉଛନ୍ତି ମହିଳା । ମହିଳା ବିକ୍ରେତାଙ୍କ ଏହି ଅନନ୍ୟ ବଜାର ଶହ ଶହ ବର୍ଷ ପୁରୁଣା । ଏବେ ବି ଏହି ବଜାର ମହିଳା ସଶକ୍ତିକରଣର ଜ୍ୱଳନ୍ତ ଜ୍ୟୋତି ସାଜିଛି । ୱାଇ ମେମଚା ନାମ୍ନୀ ଜଣେ ମହିଳା ବ୍ୟବସାୟୀ କହନ୍ତି ସେ ବିଗତ ୨୦ ବର୍ଷ ହେଲା ଏହି ବଜାରରେ ଶୁଖୁଆ ବିକ୍ରି କରୁଛନ୍ତି । ୧୫ ବର୍ଷ ତଳୁ ତାଙ୍କର ସ୍ବାମୀଙ୍କ ମୃତ୍ୟୁ ଘଟିଛି । ସେ ଏକାକୀ ଅଭିଭାବକ ଭାବେ ନିଜର ୪ ସନ୍ତାନଙ୍କ ଦାୟିତ୍ୱ ଶୁଖୁଆ ବ୍ୟବସାୟ ସହିତ ସଫଳତାର ସହିତ ଆଗକୁ ନେଇଛନ୍ତି । ତାଙ୍କର ବଡପୁଅ ୟୁନିଭର୍ସିଟିରେ ପଢ଼ୁଥିବା ବେଳେ ଅନ୍ୟ ତିନି ସନ୍ତାନ ମଧ୍ୟ ଉଚ୍ଚ ଶିକ୍ଷା ନେଉଛନ୍ତି । ସମସ୍ତ ଖର୍ଚ୍ଚ ମେମଚା ଏହି ବଜାରରୁ ଯୋଗାଡ଼ କରନ୍ତି । ସେ କେବଳ ଏକା ନୁହଁନ୍ତି ତାଙ୍କ ପରି ୧୨୦୦ ମହିଳା ବ୍ୟବସାୟୀଙ୍କ ଦାନାପାଣି ଯୋଗାଡ଼ରେ ରହିଛି ଏହି ବଜାରର ଦାନ । ଏହା କେବଳ ଏକ ବଜାର ନୁହଁ ଏହା ମହିଳା ଉଦ୍ୟୋଗୀ ସୃଷ୍ଟିର ଏକ ନିଆରା ପାଠଶାଲା । ଏଠି ମହିଳାମାନେ ଉତ୍ପାଦ ନେଇ ପହଞ୍ଚନ୍ତି ,ପରସ୍ପର ମଧ୍ୟରେ ଆଳାପ କରି ଦର ନିର୍ଧାରଣ କରନ୍ତି ଓ ବ୍ୟବସାୟ ସହିତ ଆଇନ ଶୃଙ୍ଖଳା କଥା ମଧ୍ୟ ବୁଝନ୍ତି । ସାରା ବିଶ୍ୱରେ ଏଭଳି ଉଦାହରଣ ବିରଳ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.