• Tuesday, July 15, 2025

ଅନୁଗୋଳର ବିହଙ୍ଗ କନ୍ୟା ସମୀକ୍ଷା

Subhadra Live:Anguls-Bihang-Kanya-Samikhya-Shrutikirty

 ନାଁ ତାଙ୍କର ସମୀକ୍ଷା ଶୃତକୀର୍ତ୍ତି । ଘର ଅନୁଗୋଳ ଜିଲ୍ଲା କାଙ୍ଗୁଲା ଗାଁରେ । ଆଗ୍ରହ ,ଇଛା ଓ ନିଷ୍ଠା ଥିଲେ କିଭଳି ସ୍ୱପ୍ନରେ ଯୋଡି ହୁଏ ଡେଣା ତାହା ପ୍ରମାଣିତ କରିଛନ୍ତି ଏହି ୨୨ ବର୍ଷର ଝିଅ ସମୀକ୍ଷା । ଅନୁଗୋଳ ଜିଲ୍ଲାର ସବୁଠୁ କମ ବୟସର ଝିଅ  ଭାବେ ସେ ହାସଲ କରିଛନ୍ତି ବ୍ୟବସାୟିକ ପାଇଲଟ ଲାଇସେନ୍ସ । କମ ବୟସରେ ଜିଲ୍ଲାର ପ୍ରଥମ ପାଇଲଟ ଭାବେ  ଲାଇସେନ୍ସ ହାସଲ କରିଥିବାରୁ ତାଙ୍କର ପରିବାର ,ପଡୋଶୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ । ପିଲାଟି ଦିନରୁ ବକ୍ତୃତା ,ଚିତ୍ରାଙ୍କନ ଓ କଳା ପ୍ରତି ଆଗ୍ରହୀ ସମୀକ୍ଷା ଏକ କାର୍ଯ୍ୟକ୍ରମରେ ବିମାନ ଯାତ୍ରା ବେଳେ ପାଇଲଟ ଵନିବାର ସ୍ବପ୍ନ ଦେଖିଥିଲେ । ଏଥିରେ ଇନ୍ଧନ ଭରିଥିଲେ ତାଙ୍କର ଜଣେ ସମ୍ପର୍କୀୟ । ଯୁକ୍ତ ଦୁଇ ଶିକ୍ଷା ଶେଷରେ ସମୀକ୍ଷା ସରକାରୀ ଆଭିଏସନ ଟ୍ରେନିଂ ଇନଷ୍ଟିଟ୍ୟୁଟ (GATI )ରେ ନାଁ କେଖାଇଥିଲେ । ଢେଙ୍କାନାଳ ବିରାଶିଳା ତାଲିମ କେନ୍ଦ୍ରରୁ ପ୍ରାକ୍ଟିକାଲ ଟ୍ରେନିଂ ପରେ ପୂନେରୁ ନେଇଥିଲେ ମଲଟି ଇଂଜିନ ଟ୍ରେନିଂ । ୩ ବର୍ଷର କଠିନ ପରିଶ୍ରମ ଓ ନିରବଛିନ୍ନ ଉଦ୍ୟମ ଫଳରେ ୨୦୨୫ ଏପ୍ରିଲରେ ତାଙ୍କୁ ମିଳିଥିଲା କମରସିଆଲ ପାଇଲଟ ଲାଇସେନ୍ସ ।

ବକ୍ତୃତା ,ଚିତ୍ରାଙ୍କନ ଓ ସଠିକ ଉଚ୍ଚାରଣରେ ମାହିର ସମୀକ୍ଷା ପାଠରେ ବି ଆଗୁଆ । ନିଆରା କିଛି କରିବାର ଆଗ୍ରହ ତାଙ୍କୁ ଆଣି ଏଠି ପହଞ୍ଚାଇ ଦେଇଛି । ପିତା ସଞ୍ଜୟ ବେହେରା ପୋଲିସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ମା ସରୋଜିନୀ ବାଘ ଝିଅ ସମୀକ୍ଷାଙ୍କ ଦାୟିତ୍ୱ କାରଣରୁ ପୋଲିସ ଚାକିରୀରୁ ନେଇଥିଲେ ଅବ୍ୟାହତି । ଝିଅ ଏବେ ଯୋଗ୍ୟ ପ୍ରମାଣିତ କରିଛି । ୨୦୦ ଘଣ୍ଟାର ଉଡାଣ ଭରିବା ସହିତ ୯୫୦୦ ଫୁଟ ଉଚ୍ଚତା ଯାଏଁ ବିମାନ ଉଡ଼ାଇବାର ହାସଲ କରିଛନ୍ତି ଅନୁଭୂତି । କେନ୍ଦୁଝରର ସେଲେଭି ମିଶ୍ରଙ୍କ ପରେ ସମୀକ୍ଷା ହେଉଛନ୍ତି ରାଜ୍ୟର ଅନ୍ୟତମ  ଲାଇସେନ୍ସଧାରୀ କମର୍ସିୟାଲ ପାଇଲଟ । ସେ କେବଳ ନିଜ ପରିବାର ପାଇଁ ନୁହଁ ସାରା ଜିଲ୍ଲା ପାଇଁ ଗୌରବର ପ୍ରତୀକ ।

କୌଶଲ୍ୟାଙ୍କର କୁଶଳୀ କାହାଣୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.