ସସ୍ମିତା ପଣ୍ଡା ଭୁବନେଶ୍ୱରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ । ପରିବାର ଚାହୁଁଥିଲେ ସସ୍ମିତା ନିଜ ଭାଇଙ୍କ ପରି ଡାକ୍ତରୀ ପଢନ୍ତୁ । କିନ୍ତୁ ସସ୍ମିତାଙ୍କ ଆଗ୍ରହ ଥିଲା ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତି । ତଥାପି ସେ ଉଭୟ ଡାକ୍ତରୀ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ଦେଲେ । ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଆଣ୍ଡ ଇଲୋକ୍ଟ୍ରୋନିକ୍ସ ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖାଇଲେ । ଏହି ପାଠ୍ୟକ୍ରମରେ ସେ ସର୍କିଟ ,ଇଲୋକ୍ଟ୍ରୋନିକ୍ସ ଆଉ କମ୍ପ୍ୟୁଟର ସାଇନ୍ସ ବିଷୟରେ ଜାଣିଲେ । ଶେଷ ବର୍ଷରେ ଥିବା ବେଳେ ତାଙ୍କର ଦେହ ଖରାପ ହେଲା । ଏକ ସର୍ଜରୀ ପାଇଁ ୬ ମାସ ତାଙ୍କୁ ପାଠରୁ ବିରତି ନେଲେ । ପରେ ପରେ ସୁସ୍ଥ ହୋଇ ଫାଇନାଲ ପରୀକ୍ଷା ଦେଇ ୮.୧ ସିଜିପିଏ ସହିତ ଉତ୍ତୀର୍ଣ୍ଣ ହେଲେ ଓ କାନପୁର ଆଇଆଇଟିରେ ଗବେଷଣା ସହାୟକ ଭାବେ କାମ ଆରମ୍ଭ କଲେ । ପରେ ଚାକିରୀ ଛାଡି ୟୁନିକସ ରେ ଯୋଗଦେଲେ ଓ ଏଥିପାଇଁ ତାଙ୍କୁ କୋଲକାତାରେ ରହିବାକୁ ପଡିଲା । ଦୁଇବର୍ଷ ପରେ ସେ ଅଳଷ୍ଟମ ଟ୍ରାନ୍ସପୋର୍ଟରେ ସିନିୟର ସଫ୍ଟୱେର ଇଂଜିନିୟର ଭାବେ କାମ ଆରମ୍ଭ କଲେ । ଏହି ସମୟରେ ତାଙ୍କର ବିବାହ ହେଲା । ସ୍ୱାମୀ ଚେନ୍ନାଇରେ କାମ କରୁଥିଲେ ଓ ଚେନାଇରେ ସସ୍ମିତାଙ୍କ ଅଫିସ ନ ଥିଲା ।
ତେଣୁ ସେ ଚାକିରୀ ଛାଡିଲେ ଓ ଗୃହିଣୀ ଭାବେ କିଛି ମାସ ରହିଲେ । ପୁଣି ସେ ସିଟି ବ୍ୟାଙ୍କର ଓରବୀ ଟେକ କମ୍ପାନୀରେ ଯୋଗଦେଇ କିଛି ମାସ କାମ କରିବା ଭିତରେ ସେ ଗର୍ଭବତୀ ହେଲେ ଓ ଛୁଟିରେ ରହିଲେ । ଝିଅ ଜନ୍ମ ହେବାର ୪ ମାସ ପରେ ସେ କାମରେ ଯୋଗଦେଲେ ଓ ନିଜକୁ ଅପଡେଟ ରଖିଥିବାରୁ କଗନିଜେଣ୍ଟ କମ୍ପାନୀରେ ଟିମ ଲିଡ଼ ଭାବେ ନୂଆ ଦାୟିତ୍ୱ ନେଲେ । ବାରମ୍ବାର ପ୍ରତିବନ୍ଧକ ସତ୍ୱେ ସେ ଆଇ ଟି କମ୍ପାନୀରେ କାମ କରିବା ସହିତ ଅନସାଇଟ ଯାଇ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶିତ କରିଛନ୍ତି ।