• Saturday, September 6, 2025

ସ୍ୱପ୍ନାମୟୀଙ୍କ ସଫଳ କୃଷି

Subhadra Live:Swapnamayis-successful-farming
ଖବର ଓଡିଶା :02/09/2025

୪ ଏକର ଜମିରେ ହୋଇଛି ହାଇ ଭେଲ୍ୟୁ କ୍ରପ । ଯୋଜନାବଦ୍ଧ ଭାବେ ହୋଇଥିବାରୁ ଏଥିରୁ ରହିଛି ଅଧିକ ଆଶା ।  ଅମଳ ପରେ କୋଟିଏ ଟଙ୍କାର ଲାଭ ହେବାର ରହିଛି ଆକଳନ । ଗବେଷଣା ଓ ବିକାଶକୁ ଧ୍ୟାନରେ ରଖି  ଦୀର୍ଘ,ମଧ୍ୟମ ଓ ସ୍ୱଳ୍ପ ସୂତ୍ରୀ କୃଷି ଅଭ୍ୟାସ କରିଛନ୍ତି କଟକ ଜିଲ୍ଲା ସଦର ବ୍ଲକ ଶଗଡିପାଟଣାର ସ୍ବପ୍ନାମୟୀ ସିଂ । ବ୍ୟବସାୟିକ ପରିବାରରୁ ଆସିଥିବା ସ୍ୱପ୍ନାମୟୀ ମିଶ୍ରିତ ଚାଷକୁ ନେଇ ଦେଖିଛନ୍ତି ସ୍ୱପ୍ନ । ସ୍ୱପ୍ନର ପ୍ରଭାବୀ ରୂପାୟନ ପାଇଁ କୃଷି ,ଉଦ୍ୟାନକୃଷି ,ମାଛଚାଷ ଓ ଜୈବିକ ଖତ ଉତ୍ପାଦନ ଉପରେ ଦେଇଛନ୍ତି ଧ୍ୟାନ । ଗୋଟିଏ ଜାଗାରେ ଅନେକ ପ୍ରଜାତିର ମୂଲ୍ୟବାନ ଗଛ ଆଗନ୍ତୁକ ମାନଙ୍କ ମନରେ ଉତ୍ସାହ ସହିତ କୃଷି ପ୍ରତି ପ୍ରେରଣା ଦେଇଛି ।

ସ୍ୱପ୍ନାମୟୀ ୭/୮ ଲକ୍ଷ ଟଙ୍କା ନିବେଶ କରି ବାର୍ଷିକ ୧୦ ଲକ୍ଷ ଟଙ୍କାର ରୋଜଗାର କରିବାର ଆଶା ବାନ୍ଧିଛନ୍ତି । ସ୍ଥାନୀୟ ଅଂଚଳରେ ଏତେ ପ୍ରକାର ଫୁଲ ,ଫଳ ,ଔଷଧୀୟ ଗଛଲତା ଗୋଟିଏ ଜାଗାରେ ଦେଖିବାକୁ ମିଳୁନଥିବା ବେଳେ ସ୍ୱପ୍ନା ଏହାକୁ ସମ୍ଭବ କରାଇଛନ୍ତି ।ଜାତିଜାତିକା ଗଛ ଲତାର ବିବିଧତାରେ ପରିପୂର୍ଣ୍ଣ ହୋଇଛି ସ୍ୱପ୍ନାଙ୍କ ଫାର୍ମ  । ସ୍ୱଳ୍ପ ଅବଧିର ବାଇଗଣ ,ଭଣ୍ଡା ,ଲଙ୍କା ,ଟମାଟୋ ଓ ମାଛ ଚାଷ ରହିଥିବା  ବେଳେ ମଧ୍ୟବର୍ତ୍ତୀ କାଳୀନ ଅମଳ ଓ ଲାଭପାଇଁ ଲଗାଯାଇଛି ଗୁଆ ,ନଡ଼ିଆ ,ଆମ୍ବ ,ଲେମ୍ବୁ ,ପଣସ  ଆଉ ଅଙ୍ଗୁର । ଫାର୍ମର ପ୍ରମୁଖ ଆକର୍ଷଣ ସାଜିଛି ଶାଗୁଆନ ଆଉ ରକ୍ତଚନ୍ଦନ । ଆଗାମୀ କିଛିବର୍ଷ ମଧ୍ୟରେ ଏସବୁ ଗଛର ଅମଳ ଚାଷୀଙ୍କୁ କୋଟିପତି କରାଇବ ।

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.