• Wednesday, November 13, 2024

ବିନି ହେଲେ ବଣ୍ଡା ଘାଟିର ପ୍ରଥମ ଓ ଏ ଏସ

Subhadra Live:Bini-Muduli-1st-Bonda-Girl-to-crack-Civil-Services-exam-using-YouTube

ବିନି ମୁଦୁଲି ବଣ୍ଡା ଘାଟିର ପ୍ରଥମ ଯୁବତୀ ଯିଏକି ନିକଟରେ ପ୍ରକାଶିତ ୨୦୨୨ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ପ୍ରଥମ କରି ବଣ୍ଡା ଘାଟିର ଜଣେ ଝିଅ ଓ ଏ ଏସ ହେବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ଦଶମ ଓ ଅତି ବେଶୀରେ ଆଇ ଆଇ ଟି ଯାଏଁ ପାଠ ପଢ଼ିଥିବାର ନଜିର ଥିବାବେଳେ ଆଦିମ ବିପଦ ସଂକୁଳ ଜନଜାତି ବର୍ଗର ଏହି ଗୋଷ୍ଠୀଙ୍କ ମଧ୍ୟରୁ କେହି ଜଣେ ବି ବଡ଼ ଚାକିରୀ କରିବାର ସୁଯୋଗ ପାଇନାହାନ୍ତି । ବିନି ମୁଦୁଲିଙ୍କ ବାପା ସ୍ଥାନୀୟ ଏକ ସ୍କୁଲର ରୋଷେୟା ହୋଇଥିବା ବେକେ ମା' ହେଉଛନ୍ତି ଅଙ୍ଗନୱାଡ଼ି କର୍ମୀ। ଆର୍ଥିକ ସମସ୍ୟା କାରଣରୁ ସେ କୋଚିଂର ସୁବିଧା ପାଇନଥିଲେ। ୟୁଟ୍ୟୁବରୁ ସେ ପାଠ ପଢି ଏତେ ବଡ ସଫଳତା ହାସଲ କରିଛନ୍ତି।

ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ୮୦ କିଲୋମିଟର ଦୂରରେ ଥିବା ବଣ୍ଡା ଘାଟି ଖଇରପୁଟ ବ୍ଲକ ଅଂଚଳର ସବୁଠୁ ଅବିକଶିତ ପଂଚାୟତ ଭାବେ ରାଜ୍ୟରେ ଜଣାଶୁଣା । ଚାରିପଟେ ପାହାଡ଼ ଓ ଘଂଚ ଜଙ୍ଗଲ ଭିତରେ ଗଢି ଉଠିଥିବା ଗାଁ ମାନଙ୍କରେ ଅତି ଦୟନୀୟ ଭାବେ ସେମାନେ ଜୀବିକା ନିର୍ବାହ କରିଥାନ୍ତି । କାମ ଅନ୍ୱେଷଣରେ ପଳାୟନ ବ୍ୟାପକ ଭାବେ ଦେଖିବାକୁ ମିଳୁଥିବା ବେଳେ ଏହି ସମ୍ପ୍ରଦାୟ ଖାଦ୍ୟ ,ଶିକ୍ଷା ,ସ୍ୱାସ୍ଥ୍ୟ ଓ ପାନୀୟଜଳର ସଂକଟକୁ ସାମ୍ନା କରିଥାନ୍ତି । ଏଭଳି ପରିବେଶରେ ବଢିଥିବା ଝିଅ ବନି ଏବେ ଓ ଏ ଏସ ପାଇବା ପରେ ଖେଳିଯାଇଛି ଖୁସି ।

 ଅଧିକ ଦେଖନ୍ତୁ :

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.