• Wednesday, January 22, 2025

ହସ୍ତଶିଳ୍ପ ପାଲଟିଛି ଆୟର ମୁଖ୍ୟ ମାଧ୍ୟମ

Subhadra Live:Handicrafts-have-indeed-emerged-as-a-significant-income-source

ପୂର୍ବରୁ ସେମାନେ କେବଳ ଘର କାମ କରୁଥିଲେ । ରୋଷେଇ ,ବୟସ୍କଙ୍କ ଯତ୍ନ ,ପିଲାଙ୍କ ଦାୟିତ୍ୱ ବୁଝିବାରେ ବିତୁଥିଲା ସମୟ । ନିଜର ରୋଜଗାର ନଥିବାରୁ ବ୍ୟକ୍ତିଗତ ଖର୍ଚ୍ଚ ର ଆବଶ୍ୟକତା ପଡିଲେ ସ୍ୱାମୀଙ୍କୁ ହାତ ପଢେ଼ଇବାକୁ ପଡୁଥିଲା ।ଏବେ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ମହିଳା ମାନେ ନାରୀ ରୋଜଗାର କରିପାରିଲେ ଅଧିକ ସଶକ୍ତ ହୋଇପାରିବ ବୋଲି ଅନୁଭବ କରୁଛନ୍ତି । ଟଙ୍କାଟିଏ ଉପାର୍ଜନ କରିବାକୁ ସକ୍ଷମ ହେଉନଥିବା ମହିଳା ମାନେ ଉତ୍ପାଦିକା ଦଳ ଗଢି ଗୋଲଡେନ ଗ୍ରାସରେ ବୁଣୁଛନ୍ତି ବିଭିନ୍ନ ସାଜସଜ୍ଜା ଓ ବ୍ୟବହାର କରିହେଉଥିବା ସାମଗ୍ରୀ । ସ୍ଥାନୀୟ ହାଟ,ବଜାର ଓ ମେଳା ଗୁଡିକରେ ବିକ୍ରି କରି ଆୟ କରୁଛନ୍ତି ବେଶ ଦୁଇ ପଇସା ।

ବିଜୟନଗରମ ଜିଲ୍ଲାର ଛୋଟ ଏକ ଗାଁ ହେଉଛି ଗଂଜାଦା । କୃଷି ଉପରେ ନିର୍ଭର ଏହି ଗାଁର ମହିଳା ମାନେ ଘରୋଇ କାମରେ ନିଜକୁ ନିୟୋଜିତ ରଖୁଥିଲେ । ଆର୍ଥିକ ଅସୁବିଧା ଥିବା ପରିବାର ଗୁଡିକର ମହିଳାମାନେ ଚାଷ ,ଉଦ୍ୟାନ କାମ ଓ ଛୋଟ ବ୍ୟବସାୟରେ ସାମିଲ ଥିଲେ । ଜିଲ୍ଲା ପ୍ରଶାସନ ସହଯୋଗରେ ସେମାନଙ୍କୁ ହସ୍ତଶିଳ୍ପ ତାଲିମ ଦିଆଗଲା। ଗାଁ ପାଖରେ ଆପେ ଆପେ ହେଉଥିବା ଗୋଲଡେନ ଗ୍ରାସକୁ ବ୍ୟବହାର କରି ବିଭିନ୍ନ କଳାକୃତି କରିବା ଦିଗରେ ସେମାନଙ୍କୁ ପ୍ରବର୍ତା ଯାଇଥିଲା । ଏବେ ଗାଁର ଅଧିକାଂଶ ମହିଳା କୁଶଳୀ କାରିଗର । ସୁନାର ଘାସରେ ସେମାନେ ତିଆରି କରୁଥିବା ଚମତ୍କାର କାରିଗରୀ ସେମାନଙ୍କୁ ସ୍ୱାବଲମ୍ବୀ ଭାବେ ଗଢି ତୋଳିଛି ।

 

ମହିଳାଙ୍କ ସାମୁହିକ ଉଦ୍ୟମର ଫଳ : ଗାଁ ହେଲା ଶୂନ ଆବର୍ଜନାର ଗାଁ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.