• Wednesday, November 13, 2024

କାର୍ପେଟ ବୁଣି ସ୍ୱାବଲମ୍ବୀ ଆଦିବାସୀ ମହିଳା

Subhadra Live:Carpet-Weaves-Gives-Livelihood-To-Tribal-Women-In-Odishas-Gajapati

ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଘମାରି ପଞ୍ଚାୟତ ଅନ୍ତର୍ଗତ ଶିକୁଳୀପଦର୍ ଗ୍ରାମର ଅନେକ ଯୁବତୀ କାର୍ପେଟ ବୁଣା ପ୍ରଶିକ୍ଷଣ ନେବା ପରେ ଏବେ ସ୍ୱାଧୀନ ଭାବେ କାମ କରି ଆରମ୍ଭ କରିଛନ୍ତି ସ୍ୱାବଲମ୍ବୀର ଯାତ୍ରା । ଦିନେ ସେମାନଙ୍କୁ ରୋଜଗାର ପାଇଁ କୃଷି ଓ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡୁଥିଲା । କିନ୍ତୁ ସେଥିରେ ପରିଶ୍ରମ ତୁଳନାରେ ମିଳୁନଥିଲା ଆୟ । ବିକଳ୍ପ ଜୀବିକା ସନ୍ଧାନରେ ଥିବା ବେଳେ କାର୍ପେଟ ବୁଣା ଭଳି କାମ ସମ୍ପର୍କରେ ସୂଚନା ପାଇ ସୃଷ୍ଟି ହୋଇଥିଲା ସେମାନଙ୍କ ମନରେ ଆଗ୍ରହ ।

ଗଜପତି ଜିଲ୍ଲାରେ ପ୍ରଥମେ ତିଦ୍ଧତୀୟ ପରିବାର ଗୁଡିକ ଆରମ୍ଭ କରିଥିଲେ କାର୍ପେଟ ବୁଣା । ନିଜର ଉତ୍ପାଦିତ ଦ୍ରବ୍ୟର ବିକ୍ରି ବଟ୍ଟା ପାଇଁ ସେମାନେ ସୃଷ୍ଟି କରିଥିଲେ ଏକ ବଜାର ଶୃଙ୍ଖଳା । ସ୍ଥାୟୀ ,ସୁନ୍ଦର ଓ ଶସ୍ତା ହୋଇଥିବାରୁ ଏଠାକାର କାର୍ପେଟ ଗୁଡିକ ବେଶ ଭଲ ଦରରେ ବିକ୍ରି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ତିବ୍ଦତୀୟ ବୁଣାକାର ମାନଙ୍କୁ ତାଲିମଦାତା ଭାବେ ନିଯୁକ୍ତି କରି ଅନ୍ୟ ମାନଙ୍କୁ ତାଲିମ ଦେବାକୁ ପ୍ରୟାସ କରିଥିଲା ଗଜପତି ପ୍ରସାଶନ । ଏହି କ୍ରମରେ ଗଜପତି ଜିଲ୍ଲା ମୋହନା ବ୍ଲକ  ଶିକୁଳି ପଦର ଗାଁରେ ୧୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ପଶମରେ କାର୍ପେଟ ବୁଣା କୌଶଳ ଶିକ୍ଷା ଦିଆଯାଇଥିଲା । ଚନ୍ଦ୍ରଗିରି ଠାରେ ଥିବା ସଉରା ଉନ୍ନୟନ ସଂସ୍ଥା ଓ ଓ ପି ଇଏଲ ପି ପକ୍ଷରୁ ତାଲିମ ଗ୍ରହଣ କରୁଥିବା ମହିଳା ମାନଙ୍କୁ ଷ୍ଟାଇପେଣ୍ଡର ବ୍ୟବସ୍ଥା କରାଯାଇଥିବାରୁ ଆବାସିକ ଭାବେ ରହି ସେମାନେ ଅତି କମ ଦିନ ଭିତରେ କାମକୁ ଆୟତ୍ତ କରିପାରିଥିଲେ । ତାଲିମ ଶେଷରେ ଏହି ମହିଳା ମାନେ ଏବେ କାର୍ପେଟ ବୁଣି ତିବ୍ଦତୀୟ ସମବାୟ ସଂସ୍ଥାକୁ ବିକ୍ରି କରୁଛନ୍ତି  । ଏଥିରେ ନିୟୋଜିତ ମହିଳା ମାନେ କୃଷି ଶ୍ରମିକ ଭାବେ ଯେତିକି ରୋଜଗାର କରୁଥିଲେ ଏବେ ତା ଠାରୁ ଢେର ଅଧିକ ଆୟ କରିପାରୁଛନ୍ତି ।

ଅଧିକ ପଢ଼ନ୍ତୁ : ନିଜକୁ ମିଳୁନଥିଲା ରାହା ;ଏବେ ୩୦ ମହିଳାଙ୍କୁ ଦେଇଛନ୍ତି ନିଯୁକ୍ତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.