• Thursday, November 14, 2024

ମହିଳାଙ୍କ ଶରୀର ଛୁଇଁ ପୋଷାକର ମାପ ନେଇ ପାରିବେନି ପୁରୁଷ ଟେଲର

Subhadra Live:Uttar-Pradesh-Panel-Proposes-New-Guidelines-Should-Male-Tailors-Refrain-from-Taking-Womens-Measurements

ଉତ୍ତରପ୍ରଦେଶ ମହିଳା କମିଶନ ଖୁବ ଶୀଘ୍ର ଆଣିବାକୁ ଯାଉଛନ୍ତି ଏକ ନିର୍ଦେଶାବଳୀ । ଏହି ନିର୍ଦେଶାବଳୀ ଅନୁଯାୟୀ ସେଲୁନ ଓ ଟେଲର ଦୋକାନ ଗୁଡିକରେ ନିୟୋଜିତ ପୁରୁଷ କର୍ମୀ ମାନେ ଏଣିକି ମହିଳା ଗ୍ରାହକଙ୍କ ମାପ ନେଇ ପାରିବେନି କିମ୍ବା କେଶ କାଟି ପାରିବେନି । କେତେକ ପୁରୁଷ କର୍ମୀଙ୍କ ଦ୍ୱାରା ମହିଳା ଗ୍ରାହକ ଖରାପ ସ୍ପର୍ଶର ଅନୁଭବ ପାଇବା ପରେ ଉତ୍ତର ପ୍ରଦେଶ ମହିଳା ଆୟୋଗ ଏଭଳି ବିଷୟରେ ବିଚାର ବିମର୍ଷ କରୁଛନ୍ତି  । ଅକ୍ଟୋବର ୨୮ ତାରିଖରେ ଆୟୋଜିତ ଏକ ବୈଠକରେ ଏହାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଅଧିକାଂଶ ସଭ୍ୟ ମହିଳା ମାନଙ୍କ ସୁରକ୍ଷା ପାଇଁ ଏଭଳି ଏକ ଆଇନର ଆବଶ୍ୟକତା ଥିବା ଦର୍ଶାଇ ଥିଲେ ।

ଏହି ନିର୍ଦେଶାବଳୀ ଆଇନରେ ପରିଣତ ହେଲେ ମହିଳାମାନଙ୍କୁ ‘ବ୍ୟାଡ୍‌ ଟଚ୍‌’ ବା ଖରାପ ସ୍ପର୍ଶରୁ ବଞ୍ଚାଇବା ପାଇଁ ପୁରୁଷ ଟେଇଲରଙ୍କ ଦ୍ୱାରା ମହିଳାଙ୍କ ଶରୀରର ମାପ ନିଆଯାଇପାରିବ ନାହିଁ ।  ଯାହା ଦ୍ବାରା ମହିଳାମାନେ ପୁରୁଷମାନଙ୍କ ଖରାପ ଦୃଷ୍ଟିରୁ ନିଜକୁ ସୁରକ୍ଷା ଦେଇପାରିବେ। ଏହାକୁ ତଦାରଖ କରିବା ପାଇଁ ପ୍ରତ୍ୟେକ ଦୋକାନରେ ସି ସି ଟି ଭି ଲାଗିବା ସମ୍ପର୍କରେ ଆଲୋଚନା ହୋଇଛି ବୋଲି ରାଜ୍ୟ ମହିଳା କମିଶନର ବବିତା ଚୌହାନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜିମ ଓ ଯୋଗ କେନ୍ଦ୍ର ଗୁଡିକ ଉପରେ ମଧ୍ୟ ମହିଳା ଗ୍ରାହକଙ୍କୁ ପ୍ରଶିକ୍ଷିତ ପାଇଁ ମହିଳା ପ୍ରଶିକ୍ଷିକା ରହିବେ । ମହିଳା ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ ପ୍ରସ୍ତାବ ବିଧାନ ସଭାରେ ଗୃହୀତ ହୋଇ ପାସ ହେଲେ ଆଇନରେ ପରିଣତ ହେବ ଏବଂ ଆଇନକୁ ପ୍ରଶାସନ କାର୍ଯ୍ୟକାରୀ କରିବ ବୋଲି ବବିତା ଚୌହାନ କହିଛନ୍ତି ।

ମାଡ଼ିନାହାନ୍ତି ସ୍କୁଲ ବାରଣ୍ଡା ;ପାଇଛନ୍ତି ପଦ୍ମଶ୍ରୀ

Author Image

Subhadra

0 Comments

Add Comment




Most Popular

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.