• Wednesday, November 13, 2024

ବାର୍ଷିକ ୮.୩ କୋଟି ଦରମାରେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଭବ ମହିଳା

Subhadra Live:Pam-Kaur-is-First-Female-CFO-in-the-History-of-160-years-in-HSBC

ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତ୍ତକ ଓ ଅର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ରୁ ଚାଟାର୍ଡ ଆକାଉଣ୍ଟ ପାଠ୍ୟକ୍ରମ ପରେ ସିଟି ବ୍ୟାଙ୍କରୁ କ୍ୟାରିୟର ଆରମ୍ଭ କରିଥିବା ପାମ କୌର ଆଗାମୀ ଜାନୁଆରୀ ମାସଠାରୁ  ବିଶ୍ବର ଅଗ୍ରଣୀ ବ୍ୟାଙ୍କ୍‌ ‘ଏଚ୍‌ଏସ୍‌ବିସି’ର ଚିଫ୍‌ ଫାଇନାନ୍‌ସିଆଲ୍‌ ଅଫିସର୍‌ (ସିଏଫ୍‌ଓ) ଭାବେ ଯୋଗଦେବାକୁ ମନୋନୀତ ହୋଇଛନ୍ତି । ଏହି ବାବଦକୁ ସେ ପାରିଶ୍ରମିକ ଭାବେ ବାର୍ଷିକ ୮.୩ କୋଟି ଟଙ୍କାର ଦରମା ପାଇବେ । ଏତେ ବଡ ପ୍ୟାକେଜକୁ ନେଇ ନୁହଁ ବରଂ ଏକ ବିଶାଳ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ୧୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ‘ଜଣେ ମହିଳାଙ୍କୁ ସିଏଫ୍‌ଓ’ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତି ଦେବାର ସାହସ କରିଛି ବ୍ୟାଙ୍କ ।

ସିଟିବ୍ୟାଙ୍କ୍‌ରୁ ନିଜର କ୍ୟାରିଅର୍‌ ଆରମ୍ଭ କରିଥିବା ପାମ ପରେ ଏକାଧିକ ଆର୍ଥିକ ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଛନ୍ତି । ବିଗତ ଏକ ଦଶନ୍ଧି ରୁ ଅଧିକ ସମୟ ଧରି ପାମ ‘ଏଚ୍‌ଏସ୍‌ବିସି’ର ଆଭ୍ୟନ୍ତରୀଣ ଅଡିଟ୍‌ର ଗ୍ରୁପ୍‌ ହେଡ୍‌ ରୂପେ କାମ କରିବାର ସୁଯୋଗ ପାଇଛନ୍ତି । କ୍ରମେ ସେ ପଦୋନ୍ନତି ପାଇ ଏବେ ସିଏଫ୍‌ଓ ଭାବେ ନିଯୁକ୍ତ ହୋଇଛନ୍ତି । ଏଥି ସହିତ ସେ ବୋର୍ଡ ଅଫ୍ ଡିରେକ୍ଟର୍ସର ଏକ୍‌ଜିକ୍ୟୁଟିଭ୍‌ ଡିରେକ୍ଟର୍‌ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିବେ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.