ବିଲହୁଡାରେ ବସି କାମୁଣି ମାନଙ୍କ କାମ ଦେଖି ଦେଖି ଶୈଶବ ଓ କୈଶୋର ଜୀବନ ଅତିକ୍ରାନ୍ତ କରିଥିବା ସଂଯୁକ୍ତା ବସା ପରବର୍ତ୍ତୀ ଜୀବନରେ ପ୍ରକୃତି ,ଜୀବଜନ୍ତୁ,ଓ ବନବାସିନ୍ଦାଙ୍କ ପ୍ରେମରେ ପଡନ୍ତି । ଭାଷା ନ ବୁଝିଲେବି ମଣିଷ ସହିତ ଭାବରେ ଭାବରେ କଥା ହେଉଥିବା ଜୀବଜନ୍ତୁ ମାନେ ତାଙ୍କୁ ବେଶ ଭଲ ଲାଗନ୍ତି । ପରେ ସେ ସାମାଜିକ ସଂଗଠନ ସହିତ ଯୋଡି ହୋଇ ଆରମ୍ଭ କରନ୍ତି ବଣ୍ୟ ଜୀବଜନ୍ତୁ ଓ ବନ୍ୟ ଜୀବନର ସୁରକ୍ଷା । ଜିଲ୍ଲା ପ୍ରଶାସନ ତାଙ୍କୁ ଅବୈତନିକ ବଣ୍ୟ ପ୍ରାଣୀ ସଂରକ୍ଷକ ଭାବେ ପ୍ରଦାନ କରନ୍ତି ଅତିରିକ୍ତ ଦାୟିତ୍ୱ । ଏବେ ସଂଯୁକ୍ତା ବିଗତ ୨୦ ବର୍ଷ ଧରି ମୟୁରଭଞ୍ଜର ପ୍ରକୃତି ,ପରିବେଶ ,ବନ୍ୟପ୍ରାଣୀ ଓ ବନବାସୀଙ୍କ ସାଜିଛନ୍ତି ପ୍ରତିନିଧି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଲ୍ୟାମସ ନାମକ ସାମାଜିକ ସଂଗଠନ ସହିତ ଯୋଡ଼ି ସେ ଶିମିଳିପାଳ ସୁରକ୍ଷା ଦିଗରେ ଅନେକ କାର୍ଯକ୍ରମ ନିର୍ବାହ କରିଛନ୍ତି। ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ସଂରକ୍ଷଣ ଓ ବନବାସୀଙ୍କ ଜୀବିକା ରକ୍ଷା ଦିଗରେ ସଂଯୁକ୍ତାଙ୍କ ଭୂମିକା ସ୍ମରଣୀୟ।
ଅଧିକ ପଢନ୍ତୁ : ଅଚିହ୍ନା ଶବର ସତ୍କାର କରି ପୂଜା ପାଲଟିଛନ୍ତି ପ୍ରେରଣା