• Wednesday, January 22, 2025

ଅନ୍ୟ ଜଣେ ଶକ୍ତିମୟୀ ,ପିଲାଙ୍କ ମୁହଁରେ ଆହାର ପାଇଁ ସାଜିଛନ୍ତି କୁଲି

Subhadra Live:Sandhya-Marawi-a-young-widow-who-carry-loads-on-her-head-to-shoulder-her-kids-responsibility

 ମଧ୍ୟପ୍ରଦେଶର ଜଣେ ମହିଳାଙ୍କ କାହାଣୀ ସୋସିଆଲ ମିଡିଆରେ ଲକ୍ଷାଧିକ ଦର୍ଶକଙ୍କ ହୃଦୟକୁ ଛୁଇଁଛି । ମହିଳାଙ୍କ ନାଁ ହେଉଛି ସନ୍ଧ୍ୟା ମାରବି । ଦିନେ ତାଙ୍କର ସଂସାର ଖୁସିରେ ଉଛୁଲୁଥିଲା । ଅଭାବ ସତ୍ୱେ ପରିବାରରେ ଥିଲା ଶାନ୍ତି । ସ୍ୱାମୀ ଓ ତିନି ସନ୍ତାନଙ୍କୁ ନେଇ ଗରିବ ଘରର ତେଲ ଲୁଣ ସଂସାର ଆଗକୁ ବଢୁଥିବା ୨୦୧୬ରେ ଅପ୍ରତ୍ୟାଶିତ ଭାବେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଲା । ସ୍ୱାମୀଙ୍କ ପରଲୋକ ପରେ କିଛି ମାସ ପାଇଁ ଜଡ଼ ପାଲଟିଗଲେ ସନ୍ଧ୍ୟା । ଘରେ ଚଳିବା ପାଇଁ କିଛି ସଂଚିତ ଅର୍ଥ ନ ଥିଲା କି ନ ଥିଲା କିଛି ସୁନା ଅଳଙ୍କାର ବା ବିକ୍ରି କରି ଚଳିବା ପାଇଁ ଅସ୍ଥାବର ସମ୍ପତ୍ତି । ତିନି ପିଲାଙ୍କୁ କିଭଳି ମଣିଷ କରିବେ ସେ ଚିନ୍ତା ଥିଲା ମୁଣ୍ଡ ଉପରେ । ପିଲାଙ୍କ ଦାୟିତ୍ୱ କାନ୍ଧ ଉପରେ ଥିବାରୁ ସେ ଘର ଭିତରେ ଆଉ ନିଜକୁ ସୀମିତ ନ ରଖି ଘର ବାହାରକୁ ବାହାରିଲେ । ଆଖପାଖରେ କାମ କରୁ କରୁ ପାଲଟିଗଲେ ଷ୍ଟେସନ କୁଲି ।

ସନ୍ଧ୍ୟା ନିଜ ଘର ଠାରୁ ଦୈନିକ ୪୫ କିଲୋମିଟର ଦୂର ଜବଲପୁର ଯାଏଁ ଆସନ୍ତି । ସେଠାରୁ ସେ କଟନି ଯାଏଁ ଯାଇଥାନ୍ତି । ସକାଳ ୬ରୁ ସନ୍ଧ୍ୟା ୮ ଯାଏଁ ତାଙ୍କୁ କରିବାକୁ ପଡେ କଠିନ ଶାରୀରିକ ପରିଶ୍ରମ । କୁଲି ଭାବେ ସେ ନିଜକୁ ପଂଜିକୃତ କରିଛନ୍ତି । ତାଙ୍କର ବ୍ୟାଚ ନମ୍ବର ହେଉଛି ୩୬ ।  ରେଳ ବିଭାଗ ପକ୍ଷରୁ କୁଲି ଭାବେ ଷ୍ଟେସନରେ କାମ କରିବା ପାଇଁ ସୁଯୋଗ ମିଳିଛି । ସନ୍ଧ୍ୟା ହେଉଛନ୍ତି ଦେଶର ପ୍ରଥମ ମହିଳା କୁଲି । ଜଣେ ମା ହିସାବରେ ସେ ନିଜକୁ କୁଲି କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ । କାରଣ ଏହି ଝାଳ ବୁହା ଅର୍ଥରେ ତାଙ୍କ ପିଲାମାନଙ୍କ ପ୍ରତିପାଳନ ହେଉଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.