ରାସ୍ତାରେ ବୁଲି ବୁଲି ଭିକ୍ଷାବୃତ୍ତି କରୁଥିଲେ ପିଙ୍କି ହରୀୟନି। କେବେ କେବେ ଖାଦ୍ୟ ପାଈଁ ତାଙ୍କୁ ଆବର୍ଜନା ଭିତରେ ଘାଣ୍ଟି ହେବାରୁ ପଡୁଥିଲା ।ହିମାଚଳ ପ୍ରଦେଶର ପିତୃ ମାତୃ ହିନ ଏହି ଝିଅଟି ଉପରେ ପଡ଼ିଲା ଜଣେ ତିବ୍ବତୀୟାନ ସନ୍ନ୍ୟାସୀଙ୍କ ନଜର। ସେ ପିଙ୍କିଙ୍କୁ ନିଜ ପାଖକୁ ନେଇ ଆସିଲେ। ଝିଅ ପରି ପାଳିଲେ। ଏବେ ପିଙ୍କି ଚାଇନାରେ ମେଡିକାଲ ପାଠ୍ୟକ୍ରମ ସାରି ହିମାଚଳ ଫେରିଛନ୍ତି । ସେ ନିଜ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ନେଇଛନ୍ତି ସଂକଳ୍ପ । ବୌଦ୍ଧ ସନ୍ୟାସୀ ଏବେ ଝିଅର ନିଷ୍ପତ୍ତିକୁ ନେଇ ଭାରି ଖୁସୀ।
ପିଙ୍କିଙ୍କ ଜୀବନରେ ଏଭଳି ବଳିଷ୍ଠ ରୂପାନ୍ତରଣ ଆଣିଛନ୍ତି ଜଣେ ତିବ୍ଦତୀୟ ସନ୍ୟାସୀ। ଏହି ସନ୍ୟାସୀ ହେଉଛନ୍ତି ଲୋବସାଙ୍ଗ ଜାମୟାଙ୍ଗ। ତିବ୍ବତୀୟ ସାଧୁ ଜାମୟାଙ୍ଗ ପିଙ୍କିଙ୍କ ବସ୍ତିକୁ ଯାଇ ତାଙ୍କ ଦୁଃଖ ଦେଖିବା ପରେ ପ୍ରତିପାଳନ ପାଈଁ ତାଙ୍କୁ ନିଜ ସହିତ ନେଇ ଆସିଥିଲେ। ପିଙ୍କି ଦୟାନନ୍ଦପବ୍ଲିକ ସ୍କୁଲରେ ଆରଂଭ କରିଥିଲେ ପାଠ ପଢା। ପିଙ୍କି ବୁଝି ଯାଇଥିଲେ ଯେ ଶିକ୍ଷା ହିଁ ତାଙ୍କ ଗରିବୀ ସ୍ଥିତିକୁ ବଦଳାଇ ପାରିବ। ସେ ମନ ଦେଇ ପାଠ ପଢ଼ିଲେ ଓ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପ୍ରତିଟି ଶ୍ରେଣୀରେ ଭଲ ନମ୍ୱର୍ ସହିତ ଉତ୍ତୀର୍ଣ୍ଣ ହେଲେ। ନିଟ ପରୀକ୍ଷାରେ ଭଲ ନମ୍ବରଥିଲା।ଘରୋଇ କଲେଜରେ ପଢ଼ିବା ପାଇଁ ସେ ଆର୍ଥିକ ଦୃଷ୍ଟିରୁ ସକ୍ଷମ ନ ଥିଲେ। ୟୁକେର ଏକ ବଦାନ୍ୟ ସଂଗଠନର ସହଜୋଗ କ୍ରମେ ସେ ଚୀନର ଏକ ସମ୍ମାନ ଜନକ ମେଡିକାଲ କଲେଜରେ ନାଁ ଲେଖାଇଲେ। ଏବେ ସେ ହିମାଚଳ ପ୍ରଦେଶ ଫେରି ଗରୀବ ଲୋକଙ୍କ ସ୍ବାସ୍ଥ୍ୟ ସେବାରେ ବଡ ଭୂମିକା ତୁଲାଉଛନ୍ତି।