• Saturday, September 21, 2024

ସାହସର ପ୍ରତୀକ କ୍ୟାପଟେନ ସୁସ୍ମିତା ପାଣ୍ଡେ

Subhadra Live:Captain-Sushmita-Pandey-is-the-epitome-of-courage
ଉତ୍ତରପ୍ରଦେଶ:17/06/2023:

ବିବାହର ୬ ବର୍ଷ ପରେ ସେନା ଅଧିକାରୀ ଥିବା ସ୍ୱାମୀ ଶହୀଦ ହେବା ପରେ ନିଜ ଛାତିକୁ ପଥର କରି ସ୍ୱାମୀଙ୍କ ପଦାଙ୍କ ଅନୁସରଣ ପାଇଁ ଦିନରାତି ଏକା କରିଦେଇଥିଲେ ଉତ୍ତରପ୍ରଦେଶର ବାସିନ୍ଦା ସୁସ୍ମିତା ପାଣ୍ଡେ । ସ୍ୱାମୀଙ୍କ ମୃତ୍ୟୁର  ମାତ୍ର ୬ ମାସ ଭିତରେ ସେ ସେନା ଭର୍ତ୍ତି ପାଇଁ ଆୟୋଜିତ ଏସ ଏସ ସି ପରୀକ୍ଷାରେ ସଫଳତା ହାସଲ କଲେ ଓ ପ୍ରଶିକ୍ଷଣ ପରେ ସ୍ୱାମୀଙ୍କ ରେଜିମେଣ୍ଟରେ ଯୋଗ ଦେଇ ଦେଶମାତୃକାର ସେବା ପାଇଁ ଦେଲେ ନିଜର ଯୋଗଦାନ ।

ଉତ୍ତରପ୍ରଦେଶ  ଗୋରଖପୁରର ଏକ ମଧ୍ୟବିତ୍ତ ବ୍ରହ୍ମଣ ପରିବାରରେ ସୁସ୍ମିତାଙ୍କ ଜନ୍ମ । ୨୦୧୦ମସିହାରେ  ମେଜର ନୀରଜ ପାଣ୍ଡେଙ୍କ ସହିତ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଥିଲା । ବିବାହ ପରେ ସୁସ୍ମିତା ନୀରଜଙ୍କ ସହିତ ତାଙ୍କର କର୍ମସ୍ଥଳୀ ଶ୍ରୀନଗରକୁ ଯାଇଥିଲେ । ପରେ ନୀରଜ ରାଜସ୍ଥାନର ଅଲୱରକୁ ବଦଳି ହୋଇଥିଲେ । ୨୦୧୩ରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲା । ପୁଅର ନାଁ ଦେଇଥିଲେ  ରୁଦ୍ରାଂଶ । ସେଠାରୁ ନୀରଜଙ୍କୁ ଅରୁଣାଚଳ ପ୍ରଦେଶକୁ ବଦଳି ହୋଇଥିଲା । ସେଠାରେ ସେନାର ଏକ ‘ଅପରେସନ୍ ରାଇନୋ’ ରେ ନିୟୋଜିତ ହୋଇ ପାଟ୍ରୋଲିଂ ସମୟରେ ପାହାଡ଼ ଧସିଯିବାରୁ ମେଜର ନୀରଜପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁବେଳକୁ ନିରଜଙ୍କୁ ହୋଇଥିଲା ମାତ୍ର ୩୨ ବର୍ଷ । ନୀରଜଙ୍କ ମୃତ୍ୟୁର  ଛଅମାସ ପରେ ସୁସ୍ମିତା ଏସ ଏସ ସି  ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ୨୦୧୭ରେ ସେ ଚେନ୍ନାଇସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଦେଇ ୨୦୧୮ରେ ନୀରଜଙ୍କ ରେଜିମେଣ୍ଟରେ କର୍ପସ ଅଫ୍ ସିଗନାଲରେ ସେନା ଯୋଗାଯୋଗ ଅଧିକାରୀ ଭାବେ ନିଯୁକ୍ତ ହେଲେ ।

ପ୍ରଶିକ୍ଷଣ ସମୟ ଥିଲା ତାଙ୍କ ପାଇଁ ବିବିଧ ଅନୁଭବରେ ଭରା । ପ୍ରଶିକ୍ଷଣର ପ୍ରଥମ ଛଅମାସ  ସେ ନିଜ ପୁଅ ସହ ମଧ୍ୟ  କଥା ହେବାକୁ  ସମୟ ପାଉନଥିଲେ । କିନ୍ତୁ ପ୍ରତିଦିନ ତା’ ପାଇଁ ଚିଠି ଲେଖୁଥିଲେ । ପ୍ରଶିକ୍ଷଣ ଶେଷ ହେବା ପରେ ଏବେ ସେ ଇନ୍ଦୋର ନିକଟସ୍ଥ ମଉଠାରେ ଥିବା ମିଲିଟାରୀ କଲେଜ ଅଫ୍ କମ୍ୟୁନିକେସନ ଇଞ୍ଜିନିୟରିଂରେ କ୍ୟାପଟେନ୍ ପଦରେ ଅବସ୍ଥାପିତ ଅଛନ୍ତି ଏବଂ ନିଜର ୯ବର୍ଷର ପୁଅକୁ ମଉସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲରେ ପଢ଼ାଉଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.