• Thursday, January 15, 2026

ଶୈଶବ ବିତିଥିଲା ଶରଣାର୍ଥୀ ଶିବିରରେ ଏବେ ୬୫୦୦ କୋଟିର ସାମ୍ରାଜ୍ୟ

Subhadra Live:Childhood-spent-in-refugee-camps-now-an-empire-worth-Rs-65-billion
ଖବର ଓଡିଶା: 05/12/2025

ପାକିସ୍ଥାନ ଠାରୁ ବିଭାଜିତ ହେବା ବେଳେ ଶବ ଭର୍ତ୍ତି ଯେଉଁ ଟ୍ରେନ ପାକିସ୍ଥାନ ପଟୁ ଭାରତକୁ ଆସିଥିଲା ,ସେଥିରେ ଛୋଟ ଏକ ଶିଶୁ ରଜନୀ ବେକଟର ମଧ୍ୟ ଥିଲେ । କିଛିବର୍ଷ ଶରଣାର୍ଥୀ ଶିବିରରେ ରହିବା ପରେ ୧୭ ବର୍ଷ ବୟସରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଶୈଶବ ଶରଣାର୍ଥୀ ଶିବିରରେ ବିତିଥିବାରୁ ଆନୁଷ୍ଠାନିକ ଉଚ୍ଚ ଶିକ୍ଷା ସମ୍ଭବ ହୋଇପାରିନଥିଲା । ଭୟ .ଆଶଙ୍କା ,ଅନିଶ୍ଚିତତା ଭିତରେ ସେ କେବଳ ବଂଚି ରହିବାକୁ ଏକ ମାତ୍ର ଲକ୍ଷ ଧରି ନେଇଥିଲେ।

ରୋଷେଇ ତାଙ୍କର ପ୍ରିୟ ପସନ୍ଦ ଥିଲା । ସ୍ୱାମୀଙ୍କ ଠାରୁ ୩୦୦ ଟଙ୍କା ନେଇ ସେ ଏକ ଓଭାନ କିଣିଲେ  । ଘରେ ବିସ୍କୁଟ ତିଆରି କରି ପରିବାର ଓ ପଡୋଶୀ ଙ୍କୁ ଖୁଆଇଲେ । ପରେ ଆଇସକ୍ରିମ ମଧ୍ୟ ତିଆରି କଲେ । ବିସ୍କୁଟ ଓ ଆଇସକ୍ରିମ ର ସ୍ୱାଦ ଓ ସୁଗନ୍ଧ ନିଆରା ଥିଲା। ସମସ୍ତେ ରଜନୀ ଙ୍କ ସ୍ୱାଦିଷ୍ଟ ବିସ୍କୁଟର ପ୍ରସଂଶା କରିଥିଲେ । କିନ୍ତୁ ସେ ଏହାକୁ ନେଇ ବ୍ୟବସାୟିକ ପରିକଳ୍ପନା କରିନଥିଲେ ।

୭୦ ବର୍ଷ ବୟସରେ ସେ ମେକଡୋନାଲ୍ଡ ବାବଦରେ ପଢିବା ପରେ ଖାଦ୍ୟର ବ୍ୟବସାୟ ଉପରେ ପ୍ରେରଣା ପାଇଲେ। ନିଜର ଏକ ଖାଦ୍ୟ କମ୍ପାନୀ ପାଇଁ ସ୍ବପ୍ନ ଦେଖିଲେ । ୨୦ ହଜାର ଟଙ୍କାର ପୁଞ୍ଜିରେ କ୍ରିମ ବିସ୍କୁଟ ତିଆରି ପ୍ରକଳ୍ପ ଆରମ୍ଭ କଲେ । ଯେଉଁ ବୟସରେ ନାତି ନାତୁଣୀଙ୍କ ସହ ଖେଳିବା କଥା ,ସେହି ବୟସରେ ରଜନୀ କ୍ରିମିକ ଫୁଡ ଇଣ୍ଡଷ୍ଟ୍ରି ନାଁରେ କମ୍ପାନୀ ଆରମ୍ଭ କରି ସ୍ୱାଦିଷ୍ଟ ବିସ୍କୁଟ ଓ କେକ ସହିତ ବ୍ୟବସାୟ ଆରମ୍ଭ କଲେ । ଏବେ ତାଙ୍କର ଏହି CREMICA FOOD INDUSTRY ୬୫୦୦ କୋଟିର ବ୍ୟବସାୟିକ ସାମ୍ରାଜ୍ୟ ପରିଚାଳନା କରୁଛି । କ୍ରିମରୁ ଏହି ବ୍ୟବସାୟ ଆରମ୍ଭ ହୋଇଥିବାରୁ କମ୍ପାନୀର ନାଁ କ୍ରିମକା ଫୁଡ ରହିଛି । ଆଜି ଏହି କମ୍ପାନୀ ଦେଶର ୨୩ ରାଜ୍ୟର ୩ ୫୦ ୦୦୦ ଷ୍ଟୋରରେ ନିଜର ଏକାଧିକ ପ୍ରଡକ୍ଟ ଉପଲବ୍ଧ କରାଇଛି ।

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.