• Thursday, January 15, 2026

ପୁଣି ଚମକିବ ନରସପୁରମର ଲାଖ କଳା

Subhadra Live:Narasapurams-legendary-lace-craft
ଖବର ଓଡିଶା: 05/12/2025

ବନ୍ଦ ହୋଇଯାଇଥିବା ଲାଖ ପାର୍କରୁ ଖୋଲିବ ତାଲା । ପୂର୍ବ ଭଳି ମିଳିବ ତାଲିମ ,ପ୍ରୋତ୍ସାହନ ଓ ବିପଣନରେ ସହାୟତା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନାବାର୍ଡ ସହିତ ଆଲୋଚନା କରିବା ପରେ ସ୍ୱାକ୍ଷରିତ ହୋଇଛି ନୂଆ ବୁଝାମଣା ପତ୍ର । ଏହା ଫଳରେ ୯୫ ହଜାର ଲାଖ ଶିଳ୍ପୀଙ୍କ ଜୀବିକାରେ ସୃଷ୍ଟି ହୋଇଥିବା ସଙ୍କଟର ଅବସାନ ଘଟିବ ।

ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ନରଶପୁରମ ଦିନେ ଥିଲା ଲାଖ କାମର ପ୍ରମୁଖ ଉତ୍ପାଦନ କେନ୍ଦ୍ର । ଆଖପାଖ ୨୫୦ ଖଣ୍ଡ ଗାଁର ୯୫ ହଜାର ପାରମ୍ପରିକ ଲାଖଶିଳ୍ପୀ ଏଠାରେ ଥିବା ସୀତାରାମପୁରମର ଲାଖ ପାର୍କରୁ ତାଲିମ ,ପ୍ରୋତ୍ସହାନ ଉତ୍ପାଦନ ଓ ବିପଣନ ସୁଯୋଗ ପାଉଥିଲେ । ଲାଖରୁ ତିଆରି କରୁଥିବା ଶଙ୍ଖା ,କଣ୍ଢେଇ ,ଚୁଡ଼ି ,ପେଡି ଓ ଅନ୍ୟାନ୍ୟ ଉପହାର ସାମଗ୍ରୀ ପାର୍କ ଜରିଆରେ ଆନ୍ତର୍ଜାତୀୟ ବଜାରକୁ ଯାଉଥିଲା । କେନ୍ଦ୍ରୀୟ ହସ୍ତଶିଳ୍ପ ବିକାଶ କର୍ପୋରେସନ ଓ ବୟନଶିଳ୍ପ ମନ୍ତ୍ରଣାଳୟ ନିଜ ଦାୟିତ୍ୱରେ ତ୍ରୁଟି କାରଣରୁ ତାଲିମ ଓ ଉତ୍ପାଦନ ବ୍ୟାହତ ହେଲା । ଧୀରେ ଧୀରେ ଲାଖ ପାର୍କ ଅଚଳ ହୋଇଯିବା ସାଙ୍ଗକୁ ଜଉକଳା କୁ ଘନେଇ ଆସିଲା ସଙ୍କଟ । ଏବେ ଚନ୍ଦ୍ର ବାବୁ ନାଇଡୁଙ୍କ ମିଳିତ ସରକାର ପାର୍କର ନୂଆ ଚମକ ଫେରାଇ ଆଣିଛନ୍ତି । ନାବାର୍ଡ ପକ୍ଷରୁ ନୂଆ ଉତ୍ପାଦ ତିଆରି ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ୫୧ ଲାଖ ସମବାୟ ସମିତି ଉତ୍ପାଦନ ଓ ରପ୍ତାନି ପାଇଁ ଯୋଡି ହୋଇଛି । ୨୫୦ ଖଣ୍ଡ ଗାଁର ଶିଳ୍ପୀଙ୍କ ପରିବାରକୁ ଏବେ ଫେରିଛି ଖୁସି । ରାଜ ମହେନ୍ଦ୍ରଭରମ ଅଂଚଳର ଲାଖ କାମ ବିଶ୍ୱ ପ୍ରସିଦ୍ଧ । ଏଠାରୁ ତିଆରି ଲାଖ କାମ ର ରହିଛି ବିଶ୍ଵବ୍ୟାପୀ ଆଦୃତି । ହସ୍ତଶିଳ୍ପ ମନ୍ତ୍ରଣାଳୟ ଓ ବୟନଶିଳ୍ପ ମନ୍ତ୍ରଣାଳୟ ଜରିଆରେ ଲାଖ ଉତ୍ପାଦକ ସମବାୟ କଞ୍ଚାମାଲ ପାଇବା ସହିତ ତିଆରି କରିଥିବା ଉତ୍ପାଦ ବିକ୍ରିର ପ୍ଲାଟଫର୍ମ ପାଇଛନ୍ତି ।

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.