• Thursday, January 15, 2026

ମିଶ୍ରିତ ଚାଷରୁ ସ୍ୱରୋଜଗାରୀ

Subhadra Live:Rural-women-are-being-empowered-by-taking-advantage-of-government-schemes
ଖବର ଓଡିଶା: 22/12/2025

ସରକାରୀ ଯୋଜନାର ଲାଭ ଉଠାଇ ସଶକ୍ତ ହେଉଛନ୍ତି ଗ୍ରାମୀଣ ମହିଳା । ସଦ୍ୟତମ ଉଦାହରଣ ପାଲଟିଛନ୍ତି ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କଣ୍ଟିସାହିର ବୀଣାପାଣି ମହନ୍ତ । ୨୦୨୦ ମସିହାରେ ବୀଣାପାଣି ଅଙ୍ଗନବାଡି ଦିଦିଙ୍କ ସହଯୋଗରେ ବ୍ଲକ ପ୍ରଶାସନ ଦେଉଥିବା ଛତୁ ଚାଷ ପ୍ରଶିକ୍ଷଣ ନେଇଥିଲେ । ତାଲିମ ପରେ ମିଳିଥିବା ମଞ୍ଜି ଆଣି ଘର ଅଗଣାରେ ଆରମ୍ଭ କରିଥିଲେ ଛତୁଚାଷ । ୧୦ଟି ଶଯ୍ୟାରେ କରିଥିବା ଛତୁ ଚାଷରୁ ଆଶା ଜନକ ଲାଭ ମିଳିବା ପରେ ପରେ ଏହାର ଶଯ୍ୟା ସଂଖ୍ୟା ବଢାଇଥିଲେ । ଚାଷରେ ଆଗ୍ରହ ଥିବାରୁ ବୀଣାପାଣି ଘର ବାଡ଼ିରେ ବାଓଫ୍ଲକ ମାଛ ଚାଷ ସହିତ ଡିପ ଲିଟର ପ୍ରଣାଳୀରେ କୁକୁଡ଼ା ଚାଷ ଆରମ୍ଭ କଲେ । ଆଗ୍ରହ ଓ ନିଷ୍ଠା ତାଙ୍କୁ ସଫଳତା ଆଣିଦେଲା । ଗୃହିଣୀରୁ ଆତ୍ମନିର୍ଭର ହୋଇପାରିଥିବା ବୀଣାପାଣି ଆଜି ମାଛ ,ଛତୁ ଓ କୁକୁଡ଼ା ଚାଷ କରି ଗାଁ ମହିଳାଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । କୃଷି ବିଭାଗ ଓ ଉଦ୍ୟାନ ବିଭାଗର ସହାୟତା ଓ ସହଯୋଗ ଠିକ ସମୟରେ ରହିବାରୁ ବିଣାପାଣିଙ୍କ ଜୀବିକାରେ ଆସିଛି ଉନ୍ନତି । ଏବେ ସେ ନିଜ ଘରେ ରହି ବାର୍ଷିକ ୨ ଲକ୍ଷ ଟଙ୍କାର କରିପାରୁଛନ୍ତି ରୋଜଗାର । ବିଣାପାଣିଙ୍କ ଏସବୁ ପ୍ରକଳ୍ପରେ ସହଯୋଗ କରୁଛନ୍ତି ତାଙ୍କ ସ୍ୱାମୀ ଆଉ ପୁଅ । ପୁରା ପରିବାର ଏସବୁ କାମରେ ନିୟୋଜିତ ହେବା ସାଙ୍ଗକୁ ପ୍ରାଣୀ ପାଳନ  ଜୀବିକାକୁ ନିଶ୍ଚିତତା କରିଛି ।

ବୀଣାପାଣିଙ୍କ ବାଡ଼ିରେ ବସିଛି ୩ଟି କୁଣ୍ଡ । ପ୍ରତିଟି କୁଣ୍ଡରେ ଛଡାଯାଇଛି ୧୦୦୦ ମାଛ ଜାଆଁଳ । କମ ଜମି ,ଅଧିକ ରିହାତି ଓ କମ ଦେଖାରଖା ଖର୍ଚ୍ଚ କରି କୁଣ୍ଡରେ ମାଛଚାଷରୁ ଲାଭବାନ ହେଉଛନ୍ତି ବୀଣାପାଣି । ମାଛ ଚାଷରେ ବେଶ ଅଭିଜ୍ଞତା ହାସଲ କରିବା ସହିତ ବୀଣାପାଣି ନିଜ ପରିବାରର ସଭିଙ୍କୁ ସାଥିରେ ନେଇ ଆରମ୍ଭ କରିଛନ୍ତି ମଧ୍ୟମ ଧରଣର କୁକୁଡ଼ା ଫାର୍ମ । ଏଥିପାଇଁ ଖର୍ଚ୍ଚ ହୋଇଥିବା ମୋଟ ୭ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟରୁ ୪ ଲକ୍ଷ ୩୨ ହଜାର ଟଙ୍କା ସବସିଡି ବାବଦରେ ଯୋଗାଇଦେଇଛନ୍ତି ସରକାର । ଜଣେ ମହିଳା ଚାଷୀ ଭାବେ ଅଗ୍ରଣୀ ଭୂମିକା ନେଇଥିବାରୁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବୀଣାପାଣିଙ୍କୁ ସମ୍ମାନିତ କରାଯାଇଛି । 

TAGS

Author Image

Henil Prava Swain

Author

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.