• Saturday, September 21, 2024

୫୦ବର୍ଷ ଧରି ହ୍ବାଇଟହାଉସ ବଗିଚାକୁ ସମ୍ଭାଳିଛନ୍ତି ଡେଲ ହେନି

Subhadra Live:Dale-Heaney-has-been-tending-the-Beethouse-Gardens-for-50-years

ରାଷ୍ଟ୍ରପତି ଆସନ୍ତି ଆଉ ଚାଲିଯାଆନ୍ତି । କିନ୍ତୁ ବିଗତ ୫୦ ବର୍ଷ ଧରି ହ୍ବାଇଟହାଉସର ୧୮ ଏକର ବ୍ୟାପି ବଗିଚା ,୧୦୦ ପ୍ରକାର ଗଛ ,୧୦୦୦ ପ୍ରକାର ଫୁଲ ଓ ନାନା ରକମର ମୂଲ୍ୟବାନ ଗୁଳ୍ମ ,ଲତା ଓ ଆଳଙ୍କରିକ ଉଦ୍ଭିଦର ପ୍ରମୁଖ ତତ୍ୱାବଧାରକ ଭାବେ ଦାୟିତ୍ୱ ସମ୍ପାଦନା କରିଆସିଛନ୍ତି ଡେଲ । 

ଡେଲ ନିଜର ଚାକିରୀ କାଳରେ ୧୦ଜଣ ରାଷ୍ଟ୍ରପତିଙ୍କ  ଆସିବା ଓ ଯିବା ଦେଖିସାରିଛନ୍ତି । କିନ୍ତୁ ସେ ଅପରିବର୍ତ୍ତିତ ଅଛନ୍ତି । ହ୍ବାଇଟ ହାଉସର ମୁଖ୍ୟ ଗ୍ରାଉଣ୍ଡ କିପର ଭାବେ ସେ ଯୋଗାଇ ଆସିଛନ୍ତି ନିଜର ପାଞ୍ଚଦଶନ୍ଧିର ସେବା । ରାଷ୍ଟ୍ରପତି ମାନଙ୍କ ପରିବାର ଓ ସେମାନଙ୍କ ସହିତ ଥିବା ଅନେକ ପୋଷା ଜୀବଜନ୍ତୁଙ୍କ ଦାୟିତ୍ୱ ମଧ୍ୟ ଡେଲଙ୍କ କାନ୍ଧ ଉପରେ ।

ବଗିଚା ,ଲେନ ,ପୋଷା ଜନ୍ତୁ ଓ ହାଉସ କିପିଙ୍ଗ କର୍ମଚାରୀଙ୍କ ସହିତ ସମନ୍ୱୟ ରଖି ତାଙ୍କୁ କାମ କରିବାକୁ ହୁଏ । ୧୯୭୨ ମସିହାରେ ସେ ଦୁଇବର୍ଷର ଯୋଜନା ନେଇ ହ୍ବାଇଟ ହାଉସକୁ ଆସିଥିଲେ । ସ୍ବପ୍ନ ଥିଲା ଦୁଇବର୍ଷର ଉଦ୍ୟାନ ଅଭିଜ୍ଞତା ଆଧାରରେ ସେ ନିଜେ ଏକ ନର୍ସରୀ ବ୍ୟବସାୟ ଠିଆ କରିଦେଇପାରିବେ । କିନ୍ତୁ ଏପରି ହୋଇନଥିଲା ।

ନିଜେ ଲଗାଇଥିବା ଗଛ ଗୁଡିକର ପ୍ରେମରେ ପଡି ସେ ଚାକିରୀ କରୁଛନ୍ତି ବୋଲି ଏକ ପ୍ରକାର ଭୁଲିଯାଇଥିଲେ  । ବିନା ଛୁଟିରେ ସେ ମାସ ମାସ ବଗିଚାରେ କାମ କରି ଉତାରି ଥିଲେ ଅନେକ ସୁନ୍ଦର ଓ ଆକର୍ଷଣୀୟ ଫୁଲ ବଗିଚା । ଦୁଇବର୍ଷ ବଦଳରେ ସେ ଏବେ ୫୦ବର୍ଷ ପୁରା କରି ନୂଆ ରେକର୍ଡ ରଚିଛନ୍ତି ।

ପ୍ରଥମେ ସେ ମାଳି ଭାବେ ଆରମ୍ଭ କରିଥିଲେ କାମ । ଚାରା ଲଗାଇବା ଥିଲା ତାଙ୍କର ଏକମାତ୍ର ଦାୟିତ୍ୱ । କିନ୍ତୁ ୨୦୦୮ରେ ତାଙ୍କୁ ମୁଖ୍ୟ ଉଦ୍ୟାନ ଅଧିକାରୀ ଭାବେ ପ୍ରମୋସନ ମିଳିଥିଲା ଓ ହ୍ୱାଇଟ ହାଉସ ସ୍ଥାୟୀ କର୍ମଚାରୀ ତାଲିକାରେ ତାଙ୍କ ନାଁ ଯୋଡି ହୋଇଯାଇଥିଲା ।

କାମ ପ୍ରତି ନିଷ୍ଠା ଓ ଆଗ୍ରହ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଦେଇଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.