• Tuesday, April 15, 2025

ୟୁପିଏସସି ଆଶାୟୀଙ୍କ ପାଇଁ ଉଦାହରଣ ଆସନା

Subhadra Live:Defying-odds--inspiring-millions-Meet-Aashna-Chaudhary-the-trailblazing-IPS-officer-who-cracked-the-UPSC-exam-on-her-3rd-attempt-without-coaching

 ପ୍ରଥମ ଓ ଦ୍ୱିତୀୟ ପ୍ରୟାସରେ ବିଫଳ ହେଲେ । ତୃତୀୟ ଥର ୟୁପିଏସସି ପରୀକ୍ଷା ଦେଇ ଆଇ ଏ ଏସ ହେବାର ଯୋଗ୍ୟତା ହାସଲ କଲେ । କିନ୍ତୁ ଆଇଏଏସ ବଦଳରେ ଆଇପିଏସକୁ ବାଛି ୟୁପିଏସସି ଆଶାୟୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ଛୋଟ ଏକ ସହରର ଆସନା ଚୌଧୁରୀ ।

ଆସନାଙ୍କ ଘର  ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାର ପିଲରବୂଟା ନାମକ ଛୋଟ ଏକ ସହରରେ । ତାଙ୍କର ପିତା ଅଜିତ ସିଂ ଏକ ସରକାରୀ କଲେଜରେ ଅଧ୍ୟାପକ ଥିବା ବେଳେ ମା ଇନ୍ଦୁ ସିଂହ ଗୃହିଣୀ । ଆସନା ସେମାନଙ୍କର ଏକ ମାତ୍ର ସନ୍ତାନ ହୋଇଥିବାରୁ ନିରନ୍ତର ପାଉଥିଲେ ପରିବାରର ସ୍ନେହ , ସହାୟତା ଆଉ ସହଯୋଗ । ସେଣ୍ଟ ଜାଭିୟର ଓ ସେଣ୍ଟ ମେରୀ ସ୍କୁଲରୁ ସଫଳତାର ସହିତ ସ୍କୁଲ ଶିକ୍ଷା ଗ୍ରହଣ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଲେଡି ଶ୍ରୀରାମ କଲେଜରେ ଇଂରାଜୀ ଅନର୍ସ ସହିତ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିଥିଲେ । ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୫.୦୫ % ରଖିଥିବା ଆସନା ପରେ ଆନ୍ତଃରାଷ୍ଟ୍ରୀୟ ସମ୍ପର୍କକୁ ନେଇ ଏସିଆନ ୟୁନିଭରସିଟିରୁ ସ୍ନାତକୋତ୍ତର ପାସ ହେବା ପରେ ୨୦୨୦ ମସିହାରେ ବିନା କୋଚିଂରେ ୟୁପିଏସସି ପରୀକ୍ଷା ଦେଇଥିଲେ । କିନ୍ତୁ ମିଳିନଥିଲା ତାଙ୍କୁ ପ୍ରିଲିମିରେ ସଫଳତା ।୨୦୨୧ରେ ପୁଣି ସେ ଦ୍ୱିତୀୟଥର ପାଇଁ ଦେଇଥିଲେ ୟୁପିଏସସି ପରୀକ୍ଷା । ପ୍ରଥମଥର ତୁଳନାରେ ସେ ଭଲ କରିଥିଲେ ହେଁ ତାଙ୍କୁ ମିଳିନଥିଲା ସଫଳତା । ଦୁଇଦୁଇଥର ବିଫଳତା ସତ୍ୱେ ସେ ଭଂଗିନଥିଲେ । ପରିବାରରୁ ଜାରି ରହିଥିଲା ସମାନ ସହଯୋଗ । ୨୦୨୨ରେ ଦ୍ୱିତୀୟଥର ପରୀକ୍ଷା ଦେଇ ସଫଳ ହେଲେ । ସର୍ବ ଭାରତୀୟ ସ୍ତରରେ ରହିଲା ତାଙ୍କର ୧୧୬ ନମ୍ବର । ଆଇଏଏସ ପାଇଁ ଦରକାର ହେଉଥିବା ଅଙ୍କ ତାଙ୍କ ନିକଟରେ ଥିବାରୁ ସମସ୍ତେ ଭାବିଥିଲେ ସେ ଆଇଏଏସ ହେବେ । କିନ୍ତୁ ସେ ଆଇ ପି ଏସ କୁ ବାଛିଲେ । ପିଲାଟି ଦିନରୁ ପୋଲିସ ହେବାର ଅଭିଳାଷ ତାଙ୍କ ମନରେ ଥିଲା । ଏଥିପାଇଁ ସେ ନିଜକୁ ପୋଲିସ ରୂପେ ଗଢିତୋଳିବାକୁ ସଂକଳ୍ପ ନେଲେ ଓ ସଫଳ ହେଲେ  । ଦେଖିବାକୁ ସେ ବହୁତ ସୁନ୍ଦରୀ । ଗ୍ଲାମର ପ୍ରତି ତାଙ୍କର ରୁଚି ମଧ୍ୟ ଥିଲା । ବ୍ରେନ ସହିତ ବିଉଟିର ସେ ହେଉଛନ୍ତି ଅନନ୍ୟ ଏକ ଉପମା ।

ରେକର୍ଡ ରଚି ପୃଥିବୀକୁ ଫେରିଲେ ସୁନୀତା

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.