• Saturday, September 21, 2024

କରଜ କରି ପରୀକ୍ଷା ଦେଇଥିଲେ ଦିନମଜୁରିଆଙ୍କ ଝିଅ ;ତୃତୀୟ ପ୍ରୟାସରେ ପାଇଥିଲେ ଆଇ ଏ ଏସ

Subhadra Live:Dina-Mazurias-daughter-took-the-exam-with-a-loan-she-got-IAS-in-the-third-attempt

 ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି ଶ୍ରୀଧନ୍ୟା ସୁରେଶଙ୍କର ।ଶ୍ରୀଧନ୍ୟା ଦିନେ ସାଙ୍ଗ ମାନଙ୍କ ଠାରୁ ଟଙ୍କା ଧାର ନେଇ ସାକ୍ଷାତକାରକୁ ଯାଇଥିଲେ ।

ବାପା ଦିନ ମଜୁରିଆ ହୋଇଥିବାରୁ ଶିକ୍ଷା ଓ ପରବର୍ତ୍ତୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସେ ଆବଶ୍ୟକୀୟ ଖର୍ଚ୍ଚ ଭରଣା କରିପାରୁନଥିଲେ । ଯେଉଁଦିନ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାଫଳ ପ୍ରକାଶିତ ହେଲା ସେଦିନ ଶ୍ରୀଧନ୍ୟାଙ୍କ ଆଖିରୁ ଝରି ପଡିଥିଲା କେଇ ବୁନ୍ଦା ଆନନ୍ଦର ଅଶ୍ରୁ ।

ଶ୍ରୀଧନ୍ୟାଙ୍କ ପରିବାର ଆର୍ଥିକ ଅନଗ୍ରସର ଶ୍ରେଣୀର । ବାପା ଶ୍ରମିକ ଭାବେ କାମ କରନ୍ତି । ସମୟ ପାଇଲେ  ଲୁହା ଉପକରଣ ନେଇ ବଜାରରେ ବିକ୍ରି କରନ୍ତି । ଏଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କଠିନ ପରିଶ୍ରମ କରିଚାଲିଥିଲେ ଶ୍ରୀଧନ୍ୟା । ୨୦୧୮ରେ ମିଳିଥିଲା ତାଙ୍କର ଏହି ମେହନତୀର ଫଳ  । ସେହି  ବର୍ଷ ୟୁପିଏସସିରେ ସେ ତୃତୀୟ  ପ୍ରୟାସରେ ହୋଇଥିଲେ କୃତକାର୍ଯ୍ୟ  ।

ସର୍ବଭାରତୀୟ ସ୍ତରରେ ତାଙ୍କୁ ୪୧୦ ତମ ସ୍ଥାନ ମିଳିଥିଲା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେ ହେଉଛନ୍ତି କେରଳର ପ୍ରଥମ ଆଦିବାସୀ ମହିଳା ।

୨୦୧୬ ଏବଂ ୨୦୧୭ରେ ସେ ବିଫଳ ହୋଇଥିଲେ । କିନ୍ତୁ, ବିଚ୍ୟୁତ ହୋଇନଥିଲେ ଲକ୍ଷପଥରୁ । ବିଫଳତାକୁ ପଛରେ ପକାଇ ସେ ଆଗକୁ ବଢିଥିଲେ।

କଠିନ ପରିଶ୍ରମରେ ୨୦୧୮ରେ ଏହି ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଯେତେବେଳେ ତୃତୀୟ ପ୍ରୟାସରେ ସେ ସାକ୍ଷାତକାର ପାଇଁ ଚୟନ ହୋଇଥିଲେ ତାଙ୍କ ପାଖରେ ଦିଲ୍ଲୀ ଆସିବା ପାଇଁ ଟଙ୍କା ନଥିଲା । ନିଜ ସାଙ୍ଗ ପାଖରୁ ସେ ଉଧାର କରି ଦିଲ୍ଲୀ ଆସିଥିଲେ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.