• Saturday, September 21, 2024

୬୫ ବର୍ଷରେ ଆରମ୍ଭ କଲେ କେଶ ତୈଳର ବ୍ୟବସାୟ ;ଆଜି ପୁରା ଦେଶରେ କରୁଛନ୍ତି ବ୍ୟବସାୟ

Subhadra Live:He-started-hair-oil-business-at-the-age-of-65-today-he-is-doing-business-all-over-the-country

ବିଭିନ୍ନ ରୋଗରେ ମୁଣ୍ଡରୁ ଝଡି ପଡୁଥିବା କେଶ ଗୁଡିକ କିଭଳି ଅତୁଟ ରହିବ ସେ ଦିଗରେ ଚିନ୍ତା କରି ଏକ ହର୍ବାଲ ହେୟାର ଅଏଲ ପ୍ରସ୍ତୁତ କରିଛନ୍ତି ଗୁରୁଗ୍ରାମର ବାସିନ୍ଦା ବୀଣା ମାଲହୋତ୍ରା । ୨୦୧୬ରେ ବୀଣା ଚିକେନଗୁନିଆ ରୋଗରେ ପଡିଲେ । ତାଙ୍କର କେଶ ଝଡ଼ିବା ଦେଖି ସେ ଏହାର ଉପାୟ ଚିନ୍ତାକଲେ। ସେ ଆୟୁର୍ବେଦ ପୁସ୍ତକ ଗୁଡିକୁ ଅନୁସରଣ କରି କେତେ ପ୍ରକାର ତୈଳ ତିଆରି କଲେ କିନ୍ତୁ କୌଣସିରୁ ପାଇନଥିଲେ ସଫଳତା ।

କିନ୍ତୁ ଆୟୁର୍ବେଦ ପ୍ରତି ଥିଲା ତାଙ୍କର ଅମାପ ବିଶ୍ୱାସ । ହତାଶ ନ ହୋଇ ସେ ଗବେଷଣାରେ ଲାଗିଲେ । ଦୀର୍ଘ ପାଞ୍ଚବର୍ଷର ପରିଶ୍ରମ ପରେ ସେ ଏକ ବିଶେଷ ତୈଳ ତିଆରି କରିବାରେ ସକ୍ଷମ ହେଲେ । ଗୁରୁଗ୍ରାମର ନିଜ ଘରୁ ମାତ୍ର ୧୫୦୦ ଟଙ୍କା ପୁଞ୍ଜି ନିବେଶରେ ସେ ଆରମ୍ଭ କରିଥିବା ହର୍ବାଲ ହେୟାର ଅଏଲ ଆଜି ଦିନକୁ ୩୦ ଲିଟର ଉତ୍ପାଦନ ଓ ବିକ୍ରିରେ ସକ୍ଷମ ହୋଇପାରିଛି ।

ସେ ଶୁଖିଲା ଭୃଷୁଙ୍ଗାପତ୍ର , ଅଶ୍ୱଗନ୍ଧା , ଶଙ୍ଖପୁଷ୍ପ, ,ମେଥି , କାଲୋଞ୍ଜୀ,ରାଶି , ଅଁଳାଚୁର୍ଣ୍ଣ  ସୋରିଷ ଓ ନଡ଼ିଆ ତେଲରେ ମିଶାଇ ନିଜର ଏକ ସ୍ୱତନ୍ତ୍ର ତେଲ ତିଆରି କରିବା ଆରମ୍ଭ କଲେ । ଏହି ଉପାୟରେ, ସେ ଏହାର ପ୍ରଭାବ ପ୍ରଥମେ ନିଜ କେଶରେ ବ୍ୟବହାର କଲେ ଓ ଚମତ୍କାରିତା ଅନୁଭବ କଲେ । ଚିହ୍ନା ଜଣା ଲୋକଙ୍କ ଅନୁରୋଧ କ୍ରମେ ସେ ତୈଳ ପ୍ରସ୍ତୁତ କରୁ କରୁ ପାଲଟିଗଲେ ବ୍ୟବସାୟୀ ।

ବୀଣା କହନ୍ତି ବ୍ୟବସାୟ କରିବା ପାଇଁ ବୟସ ବାଧକ ନୁହଁ । କିଛିଟା କୌଶଳ ସହିତ ଉତ୍ପାଦରେ ଶୁଦ୍ଧତା ଥିଲେ ବ୍ୟବସାୟରେ ମିଳିପାରିବ ଲାଭ । ବ୍ୟବସାୟରେ ତାଙ୍କ ଝିଅ ଶେଫାଳି ବହୁତ ସହଯୋଗ କରିଥିଲେ । ସୋସିଆଲ ମିଡ଼ିଆକୁ ବିଜ୍ଞାପନ ଭାବେ ବ୍ୟବହାର କରିବା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହୋଇଥିଲେ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.