• Saturday, September 21, 2024

ପିଲାଦିନର ହବି ବଦଳିଗଲା ବ୍ୟବସାୟରେ ଏବେ ମାସକୁ କରୁଛନ୍ତି ୨୦ହଜାର ରୋଜଗାର

Subhadra Live:His-childhood-hobby-has-changed-and-now-he-is-earning-20000-per-month-in-business

୫୭ ବର୍ଷ ବୟସ୍କା ନିଷ୍ଠା ସୁରୀ । ୫୫ ବର୍ଷ ବୟସରୁ ଆରମ୍ଭ କରିଛନ୍ତି ଜୀବନର ଏକ ନୂଆ ଇନିଂସ । ପିଲାଦିନର ଏକ ନିଶା ଏବେ ତାଙ୍କର ବ୍ୟବସାୟରେ ପରିଣତ ହୋଇଯାଇଛି । ଏଥିରୁ ସେ ପ୍ରତି ମାସରେ ୨୦ ହଜାର ଟଙ୍କାରୁ ଅଧିକ ରୋଜଗାର କରିପାରୁଥିବା ଜଣାଯାଇଛି ।

ଫରିଦାବାଦ ସହରରେ ରହନ୍ତି ନିଷ୍ଠା ସୁରୀ । ପିଲାଦିନେ ସେ ନିଜ ମାଙ୍କୁ ଲୁଚି ଲୁଚି ହସ୍ତକଳା କେନ୍ଦ୍ରକୁ ଯାଉଥିଲେ । ପାଠ ପଢିବାକୁ ସ୍କୁଲ ଯିବାକୁ ଯେତିକି ଆଗ୍ରହ ଦେଖାଉଥିଲେ ଅଧିକ ଆଗ୍ରହ ଦେଖାଉଥିଲେ ବିଭିନ୍ନ ପ୍ରକାର ହସ୍ତକଳା ଶିକ୍ଷା ଓ ଘର ସାଜସଜ୍ଜାରେ । କଳାପ୍ରତି ଆଗ୍ରହ ଥିବାରୁ ସେ ବହୁତ କମ ସମୟ ମଧ୍ୟରେ ଅନେକ ପ୍ରକାର ଘରକରଣା ସାଜସଜ୍ଜା ସାମଗ୍ରୀ ସୁନ୍ଦର ଭାବେ ଶିଖି ପାରିଥିଲେ ।

ମେକ୍ରନ କଳାରେ ସେ ସିଦ୍ଧହସ୍ତ ଥିଲେ । ପିଲାଦିନର ଏହି ଆଗ୍ରହ ଏବେ ୫୫ ବର୍ଷ ପରେ ତାଙ୍କୁ ରୋଜଗାରୀ କରାଇବ ବୋଲି ସେ କେବେ ଚିନ୍ତା କରିନଥିଲେ । ଆଜି ତାହାହିଁ ତାଙ୍କ ସହିତ ଘଟିଛି ।

ନିଷ୍ଠା ବିବାହ ପରେ ପାଲଟିଯାଇଥିଲେ ସମ୍ପୂର୍ଣ୍ଣ ଗୃହିଣୀ । ଘର ସଂସାରର ଜଞ୍ଜାଳରେ କଳାକୁ ଦେଇଥିଲେ ଜଳାଞ୍ଜଳି । ଦିନେ ତାଙ୍କ ଝିଅ ତାଙ୍କୁ ହସ୍ତକଳାର ବ୍ୟବସାୟ ଦିଗରେ କିଛି ପରାମର୍ଶ ଦେଲେ । ନିଷ୍ଠାଙ୍କ ମନକୁ ଆସିଲା ଝିଅଙ୍କ ପ୍ରସ୍ତାବ । ତା ପରେ କମ୍ପାନୀ ପଂଜିକୃତ କରି ଆଖପାଖ ମହିଳାଙ୍କୁ ତାଲିମ ସହିତ ଆରମ୍ଭ ହେଲା ଉତ୍ପାଦନ ୟୁନିଟ ।

ସୂତାରେ ଛଂଦ ପକାଇ ବୁଣାଯାଉଥିବା ବିଭିନ୍ନ ସାମଗ୍ରୀ ଗୁଡିକ ଗ୍ରାହକଙ୍କ ପସନ୍ଦ ଆସିଲା। ଅଧିକରୁ ଅଧିକ ଅର୍ଡର ପାଇଁ ନିଆଗଲା ସୋସିଆଲ ମିଡ଼ିଆର ସାହାରା । ଫେସବୁକ ,ହ୍ବାଟସ ଆପ ଓ ଇନଷ୍ଟାଗ୍ରାମକୁ ବ୍ୟବହାର କରାଯାଇ ଅଧିକରୁ ଅଧିକ ଅର୍ଡର ସଂଗ୍ରହ କରାଗଲା । ଏବେ ଏସବୁ ସାମଗ୍ରୀ ତିଆରି ଓ ଅନଲାଇନ ବିକ୍ରି କରି ମାସକୁ ୨୦ ହଜାରରୁ ଅଧିକ ରୋଜଗାର କରୁଛନ୍ତି ନିଷ୍ଠା ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.