• Tuesday, July 15, 2025

ହାତରେ ପତ୍ର ,ପକେଟରେ ଟଙ୍କା

Subhadra Live:In-West-Bengals-North-Dinajpur-district-women-have-become-integral-to-the-burgeoning-bay-leaf-industry

 ତେଜପତ୍ର ଖୋଲିଛି ଭାଗ୍ୟର ତାଲା  । ଭରିଛି ୧୦ ହଜାର ମହିଳାଙ୍କ ଜୀବିକାରେ ସୁଗନ୍ଧ  । ତେଜପତ୍ର ବାଛିବା ,ବର୍ଗୀକରଣ କରିବା ,ଶୁଖାଇବା ଓ ପ୍ୟାକିଂ କରିବା ଭଳି ସୌଖିନ କାମ କରି ପଶ୍ଚିମବଙ୍ଗ ଉତ୍ତର ଦିନାଜପୁରର ମହିଳା ବେଶ ଦୁଇପଇସା ରୋଜଗାର କରୁଛନ୍ତି  । ଉତ୍ତର ଦିନାଜପୁରରେ ତେଜପତ୍ର ଚାଷ ମହିଳାଙ୍କ ଆୟ ବଢ଼ାଇଛି  । ତେଜପତ୍ର ବ୍ୟବସାୟ ବାର୍ଷିକ ୪୦୦ କୋଟି ଛୁଇଁଥିବା ବେଳେ ପତ୍ର ଶୁଖାଇବା ,ବାଛିବା ଓ ପ୍ୟାକିଂ କରିବା ଭଳି କମ ପରିଶ୍ରମ କରି ଦୈନିକ ୨୦୦ ଟଙ୍କାରୁ ଅଧିକ ଆୟ କରୁଛନ୍ତି ଅଳ୍ପ ପଢିଥିବା ଗ୍ରାମୀଣ ମହିଳା  ।

୨୦ ବର୍ଷ ପୂର୍ବରୁ ଏଠାରେ ତେଜପତ୍ର ଚାଷ ନ ଥିଲା  । କିନ୍ତୁ ଆଜିର କଥା ନିଆରା  । ଦୁଇ ଦଶନ୍ଧି ଭିତରେ ପୁରା ବଦଳିଯାଇଛି ଉତ୍ତର ଦିନାଜପୁର  । ଚାଷୀ ଓ ବ୍ୟବସାୟୀ ମଧ୍ୟରେ ଦ୍ରୁତ ବିସ୍ତାରିତ ହୋଇଛି ତେଜପତ୍ର ଚାଷ  । ଚାଷୀ ଜମିକୁ ୨୦ ବର୍ଷୀୟା ଲିଜ ନେଇ ରୋପଣ କରିଛନ୍ତି ତେଜପତ୍ର  । ୨୦୨୦ ମସିହାରେ ଏଠାରେ ଥିଲା ୨୪୦ ହେକ୍ଟର ଜମିରେ ତେଜପତ୍ର ଚାଷ  । ୨୦୧୪/୨୫ ବର୍ଷରେ ଏହି ଚାଷ ୩୧୮ ହେକ୍ଟର ଜମିକୁ ବିସ୍ତାରିତ ହୋଇଛି  । ଚଳିତ ବର୍ଷ ଏଥିରୁ ମୋଟ ୧୦୧୯ ମେଟ୍ରିକ ଟନ ପତ୍ର ଉତ୍ପାଦିତ ହୋଇଥିବା ବେଳେ ଅନ୍ୟୁନ ୧୦ ହଜାର ମହିଳାଙ୍କୁ ଏଥିରେ କାମ ମିଳିଛି  ।

ତେଜପତ୍ର ଚାଷ କରୁଥିବା ସୁଦେବ ସରକାରଙ୍କ ନିକଟରେ ୨୫ ମହିଳା କାମ କରୁଛନ୍ତି  । ସେମାନେ ପତ୍ରକୁ ବର୍ଗୀକରଣ କରିବା ଠାରୁ ଶୁଖେଇବା ଓ ସଂଗ୍ରହ କରିବା ତଥା ପ୍ୟାକ କରି ବଜାରକୁ ପଠାଇବା ଭଳି କାମ କରନ୍ତି  । ଦିନାଜପୂରରେ ୮୦ ପ୍ରତିଶତ ଚାଷୀ ତେଜପତ୍ର ଚାଷ ଓ ବ୍ୟବସାୟ ସହିତ ଜଡିତ  । ୨୦ ବର୍ଷ ତଳେ ଏହି ଚାଷ ନୂଆ କରି ଏଠାରେ ପ୍ରବେଶ କରିଥିଲା ଏବେ ଏହା ଅଂଚଳର ପରିଚିତି ତିଆରି କରିପାରିଲା  । ଏହି ଚାଷରେ ପୁରୁଷ ମାନେ ଗଛ ଲଗାଇବା ,ଜମି ପ୍ରସ୍ତୁତ କରିବା ଓ ବଜାରକୁ ବିକ୍ରି ପାଇଁ ନେବା କାମକୁ ଛାଡିଦେଲେ ଅନ୍ୟ ସବୁ କାମ କେବଳ ମହିଳା ମାନେ କରିଥାଆନ୍ତି  ।

ରୋପଣ ହେବାର ପ୍ରଥମ ତିନିବର୍ଷ ଛାଡି ବାକି ୨୫ ବର୍ଷ ଯାଏଁ ତେଜପତ୍ର ଗଛ ବାର୍ଷିକ ୨୦ କେଜି ପତ୍ର ଦେଇଥାଏ  । ଏହି ଗଛ ପାଇଁ ନା ଜଳସେଚନ ନା କୀଟନାଶକ ଦରକାର  । କମ ନିବେଶରେ ଲମ୍ବା ସମୟ ଅମଳ ଦେଉଥିବାରୁ ଏହି ଚାଷ ଆଦୃତ ହେବାରେ ଲାଗିଛି  ।

ଦିଦି ଏବେ ଲକ୍ଷପତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.