• Saturday, September 21, 2024

ଇତିହାସ ରଚିଲେ ମନୁ ଭାକର

Subhadra Live:Indian-shooter-Manu-Bhaker-created-history-at-the-2024-Paris-Olympics-by-winning-two-medals-in-the-same-editio

ସେ ଅର୍ଜୁନ। ତାଙ୍କର ସାରଥୀ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ।  ପିସ୍ତଲରେ ଲକ୍ଷ୍ୟଭେଦ କରି ଅଲମ୍ପିକ୍ ରେ ଦେଶର ପ୍ରଥମ ମହିଳା ଭାବେ ଦୁଇ ଦୁଇଟି ପଦକ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଶିଷ୍ଟ ଖେଳାଳି ମନୁ ଭାକର

ତୃତୀୟ ପଦକ ଶନିବାର ହାତଛଡ଼ା ହେଇଥିଲେ ହେଁ କୋଟି କୋଟି ଭାରତୀୟଙ୍କ ମନକୁ ଛୁଇଁଛନ୍ତି ମନୁ। ଗୋଟିଏ ଅଲମ୍ପିକ୍ସରେ ମନୁ ଜିତିଛନ୍ତି ଦୁଇଦୁଇଟି ପଦକ। ଏହା ଏକ ରେକର୍ଡ।ପ୍ରଥମ ଭାରତୀୟ କ୍ରୀଡାବିତ୍ ଭାବେ ସେ ଉଭୟ ୫ମିଟର ଓ ୧୦ମିଟର ପିସ୍ତଲରେ ଲକ୍ଷ୍ୟଭେଦ କରି ଚର୍ଚ୍ଚାକୁ ଆସିଛନ୍ତି।

ଗୋଟିଏ ଅଲମ୍ପିକ୍ସରେ ମନୁଙ୍କ ଏଭଳି ସଫଳତାକୁ ଭୂରି ଭୂରି ପ୍ରଶଂସା କରିଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୬ବର୍ଷ ବୟସରେ ମନୁ କମନୱେଲ୍ଥ ଗେମରେ ସ୍ଵର୍ଣ୍ଣ ପଦକ ବିଜୟିନୀ ହୋଇ ସବୁଠୁ କମ ବୟସର ସଫଳ ଭାରତୀୟ ପ୍ରତିଦ୍ବନ୍ଦୀ ଭାବେ ନଜରକୁ ଆସିଥିଲେ। ସେଦିନ ଠାରୁ ଅଦ୍ୟାବଧି ସେ ୧୬ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.