• Sunday, September 22, 2024

ଏହି ସେ ଟାଟୁ ଯିଏ ମନୁଙ୍କୁ ଆଣିଦେଲା ଅଲମ୍ପିକ ପଦକ

Subhadra Live:Still-I-Rise-–-A-Tattoo-That-Inspired-Manu-Bhaker-to-Clinch-an-Olympic-Medal-in-Paris

 ଟୋକିଓ ଅଲମ୍ପିକରେ ନିରାଶ ହେବା ପରେ ନିଜ ବେକ ପଛପଟେ ଏକ ଟାଟୁ କରିଥିଲେ କ୍ରୀଡ଼ାବିତ ମନୁ ଭାକର । ମନୁ ନିଜ ବେକ ପଛରେ ଷ୍ଟିଲ ଆଇ ରାଇଜ ବୋଲି ଲେଖି ଚର୍ଚ୍ଚାକୁ ଆସିଥିଲେ । ଏହି ଲେଖା ତାଙ୍କୁ ପୁଣି ପ୍ୟାରିସ ଅଲମ୍ପିକରେ ନୂଆ ଉଚ୍ଚତାରେ ପହଞ୍ଚାଇଥିଲା । ମନୁ ପ୍ରଥମ ମହିଳା ଭାରତୀୟ ଆଥଲେଟ ଭାବେ ପ୍ୟାରିସ ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରି ଭାରତ ପାଇଁ ଗର୍ବ ଆଣିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମନୁଙ୍କ ସଫଳତାକୁ ପ୍ରସଂଶା କରିଛନ୍ତି ।

୨୩ ବର୍ଷର ମନୁ ଭାକର ତିନିବର୍ଷ ତଳେ ଟୋକିଓ ଅଲମ୍ପିକରେ ନିଜ ପିସ୍ତଲ ଖରାପ କାରଣରୁ ପ୍ରତିଦ୍ବନ୍ଦିତାରୁ ଆଉଟ ହୋଇଯାଇଥିଲେ । ସେତେବେଳେ ସେ ନିଜ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସଫଳତା ଓ ବିଫଳତା ଜଣେ ଖେଳାଳିର ଜୀବନ ପାଇଁ ଏକ ସାଧାରଣ କଥା । କିନ୍ତୁ ମୁଖ୍ୟ କଥା ହେଉଛି କ୍ୟାରିୟରର ଉତଥାନ ପତନ ଭିତରେ ପତ୍ତନ ଠାରୁ ଉଠି ପୁଣି କିଭଳି ଉପରକୁ ଯାଇହେବ ସେ ଦିଗରେ ମାନସିକ ଭାବେ ଟାଣ ରହିବା ଜରୁରୀ । ମନୁ ସେଦିନ ଯାହା କହିଥିଲେ ତାହା କରି ଦେଖାଇଲେ । ପ୍ୟାରିସ ଅଲମ୍ପିକର ୧୦ ମିଟର ଏୟାର ପିସ୍ତଲରେ ଭାଗ ନେଇ କରିଥିଲେ ଲକ୍ଷଭେଦ । ଅନେକ ବିଶ୍ୱ କପରେ ପଦକ ବିଜେତା ମନୁ ବିଶିଷ୍ଟ କବୟିତ୍ରୀ ତଥା ମାନବାଧିକାର କର୍ମୀ ମାୟା ଅଞ୍ଜଲାଙ୍କ କବିତାକୁ ନିଜ ଜୀବନରେ ପ୍ରୟୋଗ କରିଥିଲେ ଓ ଖରାପ ସମୟରେ ଦୃଢ ଭାବେ ଠିଆ ହେବାର ପାଇଥିଲେ ପ୍ରେରଣା ।

ଅଧିକ ପଢନ୍ତୁ : ଭାରତୀୟ ଛାତ୍ରୀଙ୍କୁ ମିଳିଲା ଏଲ୍ ଜି ବି ଟି ଗବେଷଣା ପାଇଁ ବିଦେଶୀ ବୃତ୍ତି

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.