• Saturday, September 21, 2024

ଇତିହାସ ରଚିଲେ ପ୍ରୀତି ରଜାକ ;ହେଲେ ସେନାର ପ୍ରଥମ ମହିଳା ସୁବେଦାର

Subhadra Live:Indian-Army-gets-first-woman-Subedar-in-champion-shooter

ମଧ୍ୟପ୍ରଦେଶ ଛୋଟ ସହରର ଝିଅ ଦେଶ ପାଇଁ ସୃଷ୍ଟି କରିଛନ୍ତି ନୂଆ ଇତିହାସ । ଜାନୁଆରୀ ୨୮ ରବିବାର ଦିନ  ସେ ଭାରତୀୟ ସେନାର ପ୍ରଥମ ମହିଳା ସୁବେଦାର ଭାବେ ପାଇଛନ୍ତି ପଦୋନ୍ନତି । ସୁବେଦାର ପଦବୀରେ ପହଂଚିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା । ୨୨ ବର୍ଷ ବୟସ୍କା ପ୍ରୀତି ରଜାକଙ୍କ ଘର ମଧ୍ୟପ୍ରଦେଶ ନର୍ମଦାପୁରମ ଜିଲ୍ଲାର ଛୋଟ ସହର ଇଟାରସିରେ । ସୁବେଦାର ରଜକ  ଡିସେମ୍ବର ୨୨,୨୦୨୨ରେ ମିଲିଟାରି ପୁଲିସ କର୍ପସରେ ସେନାରେ ଯୋଗ ଦେଇଥିଲେ । ସେ ସେନାରେ ହାବିଲଦାର ଭାବେ ନାମ ଲେଖାଇଥିବା ସୁୁଟିଂ ଶୃଙ୍ଖଳାର ପ୍ରଥମ ମେଧାବୀ କ୍ରୀଡ଼ାବିତ୍‌ ଥିଲେ । ଚାଇନାର ହାଙ୍ଗଜୋ ଠାରେ ଅନୁଷ୍ଠିତ ୧୯ତମ ଏସୀୟ କ୍ରୀଡ଼ାରେ ରଜକ ଟ୍ରାପ୍‌ ମହିଳା ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ଆନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ୍ସ ଫେଡେରେସନ ପକ୍ଷରୁ ନିମନ୍ତ୍ରଣ ପାଇ

ସେ ଜର୍ମାନୀରେ ନିଜର ଦକ୍ଷତା ପ୍ରଦର୍ଶିତ କରିବା ସହିତ ରୌପ୍ୟ ପଦକ ହାସଲ କରିଥିଲେ ।

ଭାରତୀୟ ସେନା ପ୍ରୀତିଙ୍କ ଏଭଳି ପଦୋନ୍ନତିକୁ ନେଇ ଅଫିସିଆଲି ଏକ୍ସ ପୃଷ୍ଠାରେ ଟ୍ୱିଟ କରି ଏହା କେବଳ ରଜକଙ୍କ ପାଇଁ କେବଳ ନୁହଁ ଏହା ସମଗ୍ର ନାରୀ ସମାଜ ପାଇଁ ଗର୍ବର ମୁହୂର୍ତ୍ତ ବୋଲି କୁହାଯାଇଛି । ରଜକ ବର୍ତ୍ତମାନ ଭାରତରେ ଟ୍ରାପ୍‌ ମହିଳା ଇଭେଣ୍ଟରେ  ଷଷ୍ଠ ସ୍ଥାନରେ ଅଛନ୍ତି ଏବଂ ପ୍ୟାରିସ୍‌ ଅଲିମ୍ପିକ୍‌ କ୍ରୀଡ଼ା ୨୦୨୪ ପାଇଁ ଅଭ୍ୟାସ କରୁଛନ୍ତି । ତାଙ୍କର ଏହି ସଫଳତା ଦେଶର ଯୁବତୀମାନଙ୍କୁ ଭାରତୀୟ ସେନାରେ ଯୋଗଦେବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେନାପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ : ୧୬ଟି ସରକାରୀ ଚାକିରୀ ଛାଡି ବନିଲେ ଆଇପିଏସ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.