• Wednesday, January 22, 2025

୫ ହଜାର ଅଚିହ୍ନା ଶବକୁ ଦେଇଛନ୍ତି କାନ୍ଧ

Subhadra Live:Delhi-woman-performs-last-rites-of-abandoned-dead

 ଦିଲ୍ଲୀର ବାସିନ୍ଦା ପୂଜା ଶର୍ମା । ମହିଳା ହୋଇ ମଧ୍ୟ ପାଲଟିଛନ୍ତି ଶବଙ୍କ ସଖା । ତାଙ୍କର ବୟସ ୨୭ କିନ୍ତୁ କଲେଣି ୫ ହଜାର ଅଚିହ୍ନା ଶବର ସତ୍କାର । ଯେଉଁ ଶବ ର କେହି ନାହିଁ ତାକୁ କାନ୍ଧ ଦେଉଛନ୍ତି ପୂଜା । ଡାକ୍ତରଖାନା ,ପୋଲିସ ଓ ସ୍ବେଛାସେବୀଙ୍କ ସହିତ ତାଳମେଳ ରଖି ଅଜଣା ଶବର ଶେଷ କ୍ରିୟାକର୍ମ ପାଇଁ କରିଛନ୍ତି ନିଜକୁ ଉତ୍ସର୍ଗ । ହିନ୍ଦୁ ରୀତିନୀତି ଅନୁଯାୟୀ ମହିଳାଙ୍କୁ ଶ୍ମଶାନ ପ୍ରବେଶ ମନା । କିନ୍ତୁ ନିଜ ମା ଓ ବଡ଼ ଭାଇଙ୍କ ମୃତ୍ୟୁ ପରେ  କୋମାକୁ ଚାଲିଯାଇଥିଲେ ବାପା । ଏଭଳି ସମୟରେ ପୂଜା ସାଜିଥିଲେ ନିଜ ପରିବାର ପାଇଁ ପୁରୁଷ । ନିଜ ମା ଓ ଭାଇଙ୍କ ଶବ ଉଠାଇବା ପାଇଁ କେହି ଆସିନଥିବା ବେଳେ ଏ କାମ ପୂଜାଙ୍କୁ କରିବାକୁ ପଡିଥିଲା । ସେଦିନ ସେ ବୁଝିଥିଲେ ଶବ ପାଇଁ ଶେଷ କୃତ୍ୟର କେତେ ରହିଛି ଗୁରୁତ୍ୱ  ।

ପିଲାଦିନେ ଅସରପିକୁ ଡ଼ରୁଥିବା ପୂଜା ଶ୍ମଶାନରେ ଶବ ସତ୍କାର କରିବାକୁ ଡରିଲେ ନାହିଁ  । ରାତି ହେଉକି ବଡ଼ି ଭୋର  । ଶ୍ରାବଣର ଢ଼ୋ ଢ଼ୋ ବର୍ଷା ହେଉକି ଦିଲ୍ଲୀର ଦିଲ ଦୋହଲା ଶୀତ ହେଉ ଶବଟିଏ ପଡିଥିବା ଶୁଣିଲେ ସେ ତତ୍କାଳ ଶ୍ମଶାନରେ ଉପସ୍ଥିତ ହୁଅନ୍ତି  । ସନାତନି  ହିନ୍ଦୁର ଶବ ହୋଇଥିଲେ ଜୁଇ ଯୋଗାଡ଼ କରନ୍ତି  । ମୁସଲମାନ ହୋଇଥିଲେ କବର ଦେବା ସହିତ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଶବକୁ ତାଙ୍କ ଧର୍ମ ଅନୁସାରେ କରିଥାନ୍ତି ଶେଷ କୃତ୍ୟ  । ଅଜଣା ଶବ ଶେଷ ସମୟରେ ସମ୍ମାନ ପାଉ ଏହା ହେଉଛି ପୂଜାଙ୍କ ଲକ୍ଷ  ।

ବିଗତ ଦୁଇବର୍ଷ ଭିତରେ ପୂଜା କେବଳ ଦିଲ୍ଲୀ ସହରରେ ୫ ହଜାର  ଅଜଣା ଶବଙ୍କୁ ଦେଇଛନ୍ତି ଶେଷ ସମ୍ମାନ । ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ ୨୦୧୮ ମସିହାରୁ ୨୦୨୨ ମଧ୍ୟରେ ଦିଲ୍ଲୀ ସହରର ପରିସୀମା ମଧ୍ୟରୁ ଉଦ୍ଧାର ହୋଇଛି ୧୧ ହଜାର ଶବ  । ଏଥିରୁ ୧୫୦୦ ଚିହ୍ନଟ ହୋଇଥିବା ବେଳେ ବାକି ଗୁଡିକ ଅଜଣା  । ପୋଲିସ ୭୨ ଘଣ୍ଟା ଶବର ଯତ୍ନ ନେଇ ରଖିଥାଏ  । ପୋଷ୍ଟମର୍ଟମ ପରେ ସେଗୁଡିକୁ ନଷ୍ଟ କରିଦିଆଯାଏ  । ଏଭଳି ସମୟରେ ପୂଜାଙ୍କ ଭଳି ସାମାଜିକ କର୍ମୀଙ୍କ ରହିଛି ଗୁରୁ ଦାୟିତ୍ୱ  । ଯାହାକୁ ବ୍ରତ କରିଛନ୍ତି ଦିଲ୍ଲୀର ଏହି ମହିଳା ପୂଜା ଶର୍ମା  ।

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.