• Tuesday, April 15, 2025

ରେକର୍ଡ ରଚି ପୃଥିବୀକୁ ଫେରିଲେ ସୁନୀତା

Subhadra Live:Nasa-astronauts-Sunita-Williams-and-Butch-Wilmore-made-spectacular-splashdown-after-286-days-in-space

 ଗତ ୭ ଜୁନରେ ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିଲେ ଦୁଇ ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ତଥା ସେମାନଙ୍କର ଅନ୍ୟ ଦୁଇ ସହଯୋଗୀ । ଏମାନେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି । ୮ ଦିନ ପରିବର୍ତ୍ତେ ମହାକାଶରେ ସେମାନେ ବିତାଇଛନ୍ତି ୨୮୬ ଦିନ । ବୋଇଙ୍ଗର ଯେଉଁ ଷ୍ଟାର ଲାଇନର ଯାନ ଏମାନଙ୍କୁ ମହାକାଶରୁ ପୃଥିବୀକୁ ଫେରେଇ ଆଣିବାର ଥିଲା ସେହି ଯାନ ମହାକାଶରେ ପହଂଚିବା ମାତ୍ରକେ ଖରାପ ହୋଇଗଲା  । ଏଥିପାଇଁ ଏମାନଙ୍କୁ ଏତେ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଲା । ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଡ୍ରାଗନ କ୍ୟାପସୁଲ ଜରିଆରେ ଏହି ମହାକାଶ ବିଜ୍ଞାନୀ ମାନେ ଭାରତୀୟ ସମୟ ବୁଧବାର ଭୋର ୩ ରେ ଫ୍ଲୋରିଡ଼ା କୂଳରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।

ସୁନିତା ନିଜର ଗୋଟିଏ  ଯାତ୍ରାରେ ତୃତୀୟ ସର୍ବାଧିକ ଦିନ ମହାକାଶରେ ବିତାଇଥିବା ମହିଳା ବୈଜ୍ଞାନିକ ଭାବେ ରଚିଛନ୍ତି ନୂଆ ରେକର୍ଡ । ଏହା ସହିତ ସେ ମହାକାଶରେ ୯ ଥରରେ ସର୍ବାଧିକ ୬୨ ଘଣ୍ଟା ୬ ମିନିଟ ସ୍ପେସ ୱାକ କରି ନିଜ ନାଁରେ କରିଛନ୍ତି ଆଉ ଏକ ବିରଳ ରେକର୍ଡ । ୨୮୬ ଦିନ ମଧ୍ୟରେ ସୁନିତା ୯୦୦ ଘଂଟାର ଗବେଷଣା କରିବା ସହିତ ୧୫୦ ବୈଜ୍ଞାନିକ ପ୍ରୟୋଗ କରିଛନ୍ତି ଯାହା ଚଳିତ ଦଶକରେ ମଙ୍ଗଳ ଗ୍ରହରେ ମାନବର ଅବତରଣ ଦିଗରେ ନାସାକୁ କ୍ରିୟାଶୀଳ ଫଳାଫଳ ମିଳିବ।

ମହାକାଶ ବିଜ୍ଞାନ କ୍ଷେତ୍ରରେ  ବଡ଼ ସଫଳତା ମିଳିଛି । ୯ ମାସ ପରେ ପୃଥିବୀକୁ ସୁରକ୍ଷିତ ଫେରିଛନ୍ତି ମହାକାଶ ବିଜ୍ଞାନୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର । ପ୍ରତିକ୍ଷାର ଘଟିଛି ଲମ୍ବା ଅନ୍ତ । ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ୍ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ । ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟରେ ଫ୍ଲୋରିଡ଼ା ତଟରେ ଲ୍ୟାଣ୍ଡିଙ୍ଗ କରିଛି ସ୍ବତନ୍ତ୍ର ସ୍ପେସକ୍ରାଫ୍ଟ,। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଏହି ସ୍ପେସକ୍ରାଫ୍ଟର ବେଗ ଘଣ୍ଟା ପ୍ରତି ୨୭ ହଜାର କିଲୋମିଟର ଥିଲା ଓ ଯାନର ବାହାର ଉତ୍ତାପ ଥିଲା ୨୦୦୦ ଡିଗ୍ରୀ ତାପମାତ୍ରା । ବାହାର ଆବରଣ ନିଆଁ ପିଣ୍ଡୁଳାର ରୂପ ନେଇଥିବା ବେଳେ ପ୍ରତି ପାଡପାଦେ ପୁରୀ ରହିଥିଲା ବିପଦ । ଗୁଜୁରାଟର ମୂଳ ବାସିନ୍ଦା ସୁନିତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଗୁଜୁରାଟରେ ହୋଇଥିଲା ହୋମ ଯଜ୍ଞ । ନିଜେ ପ୍ରଧାନମନ୍ତ୍ରୀ ସୁନିତାଙ୍କୁ ଫେରିବା ପରେ ଭାରତକୁ ଆସିବାକୁ ନିମନ୍ତ୍ରଣ କରିଥିଲେ । ଏବେ ସୁନିତା ଫେରିଲେ ସୃଷ୍ଟି ହେଲା ମହାକାଶ ବିଜ୍ଞାନର ଗବେଷଣା କ୍ଷେତ୍ରରେ ନୂଆ ରେକର୍ଡ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.