• Saturday, September 21, 2024

ଭୁବନେଶ୍ୱରରେ ବଢୁଛି ମହିଳା ନିବେଶକଙ୍କ ସଂଖ୍ୟା

Subhadra Live:The-AUM-Of-Women-Investors-In-Bhubaneswar-Has-Grown-More-Than-Twice-As-Much

ଧୀରେ ଧୀରେ ଘରର ଚାରି କାନ୍ଥ ଭିତରୁ ବାହାରକୁ ଆସୁଛନ୍ତି ମହିଳା । ଅର୍ଥନୈତିକ କ୍ଷେତ୍ରରେ ଦେଖିବାକୁ ମିଳୁଛି ସେମାନଙ୍କର ଭାଗିଦାରୀତା । ରୋଜଗାର କରିବା ସହିତ ସେମାନଙ୍କର ବଢିଛି ସଞ୍ଚୟ ମାନସିକତା । ମହିଳାମାନେ ନିବେଶ କରିବାରେ ଆଉ ପଛୁଆ ନାହାନ୍ତି । ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ଏକ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି । ୨୦୧୯ ମାର୍ଚ୍ଚ ୩୧ରୁ ୨୦୨୩ ଡିସେମ୍ବର ମଧ୍ୟରେ ଭୁବନେଶ୍ବରରେ ମହିଳା ନିବେଶକଙ୍କ ସଂଖ୍ୟାରେ ୨.୮ ଗୁଣା ବୃଦ୍ଧି ଘଟିଛି। ସେମାନେ ନିବେଶ କରିଥିବା ରାଶି ପରିମାଣ ଏହି ପାଞ୍ଚ ବର୍ଷରେ ୨.୫ ଗୁଣା ବୃଦ୍ଧି ପାଇଛି। କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟରେ ମହିଳାଙ୍କ ନିବେଶରେ ବୃଦ୍ଧି ଘଟୁଥିବା ରିପୋର୍ଟରୁ ଜଣାପଡ଼ିଛି। ନିବେଶ ନିଷ୍ପତ୍ତି ନେବା ବେଳେ ମହିଳାମାନେ ଅନ୍ୟ ଉପରେ ବିଶେଷ ନିର୍ଭରଶୀଳ ରହୁନାହାନ୍ତି। ପ୍ରାୟ ୭୨ ପ୍ରତିଶତ ମହିଳା ନିବେଶ ନିଷ୍ପତ୍ତି ନିଜେ ନେଉଛନ୍ତି । ୨୫-୩୪ ବର୍ଷ ବୟସ ବର୍ଗରେ ୭୫ ପ୍ରତିଶତ ଏବଂ ୩୫-୪୪ ବର୍ଷ ବୟସ ବର୍ଗରେ ୭୦ ପ୍ରତିଶତ ମହିଳା ନିବେଶ ନିଷ୍ପତ୍ତି ନିଜେ ନେଉଛନ୍ତି ବୋଲି ଏହି ଗବେଷଣା ଲବ୍ଧ ତଥ୍ୟରୁ ସାମ୍ନାକୁ ଆସିଛି । ହାରାହାରି ଭାବେ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ରାଶି ନିବେଶ କରୁଛନ୍ତି । ପ୍ରାୟ ୨୨ ପ୍ରତିଶତ ମହିଳା ନିବେଶକ ପାଞ୍ଚ ବର୍ଷିଆ ଭଳି ଦିର୍ଘମିଆଦୀ ସ୍କିମ୍‌ରେ ନିବେଶ କରିଛନ୍ତି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ସ୍ବଳ୍ପକାଳୀନ ନୁହେଁ, ଦୀର୍ଘକାଳୀନଭିତ୍ତିରେ ସମ୍ପତ୍ତି ବଢ଼ାଇବାକୁ ଚାହୁଛନ୍ତି । ଏହା ରାଜ୍ୟର ମହିଳା ମାନଙ୍କ ଆର୍ଥିକ ସଶକ୍ତି କରଣର ଏକ ସୂଚକ ବୋଲି କୁହାଯାଉଛି । ଶିକ୍ଷା ,ବ୍ୟବସାୟ ,ବୈଷୟିକ ବୃତ୍ତି ଭଳି ଅନେକ କ୍ଷେତ୍ରରେ ମହିଳା ମାନେ ପୁରୁଷ ମାନଙ୍କ ସହିତ ତାଳ ଦେଇ ଆଗକୁ ବଢୁଛନ୍ତି ।

ଅଧିକ ପଢନ୍ତୁ : ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱରର ସୀମା ମଣ୍ଡଳ

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.