• Saturday, September 21, 2024

ନିଜେ ପୋଡି ଯାଇଥିଲେ ନିଆଁରେ,ଏବେ ଅଗ୍ନି ଦଗ୍ଧ ୨୫ ହଜାର ରୋଗୀଙ୍କୁ ଦେଇଛନ୍ତି ଜୀବନ

Subhadra Live:Padma-Shri-to-Prema-Dhanraj-Surviving-as-a-child-from-a-fire-accident-after-rose-to-be-a-pioneer-in-reconstructive-surgery

 ତାମିଲନାଡୁ ଭେଲୋରର ବାସିନ୍ଦା ପ୍ରେମା ଧନରାଜଙ୍କୁ ନିକଟରେ ମିଳିଛି ପଦ୍ମଶ୍ରୀ ସମ୍ମାନ । ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇବା ପରେ ଖୁସି ପ୍ରକଟ କରିଛନ୍ତି ୭୨ ବର୍ଷ ବୟସ୍କ ପ୍ରେମା ଧନରାଜ । ପ୍ରେମା ହେଉଛନ୍ତି ଦେଶର ଜଣେ ଖ୍ୟାତନାମା  ପ୍ଲାଷ୍ଟିକ ସର୍ଜନ । ନିଆଁରେ ପୋଡି ଯାଇଥିବା ରୋଗୀଙ୍କୁ ନୂଆ ଶରୀର ଦେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରେମାଙ୍କ ଜୀବନ କାହାଣୀ ଏକ ସିନେମାର କାହାଣୀ ପରି ।

ପିଲାଦିନେ ସୁନ୍ଦର ଗୀତ ଗାଉଥିଲେ ପ୍ରେମା । ସଂଗୀତ ପ୍ରତିଯୋଗିତା ଗୁଡିକରେ ପୁରସ୍କୃତ ହେଉଥିଲେ । ଜଣେ ସଫଳ ଗାୟିକା ହେବା ଥିଲା ତାଙ୍କ ଜୀବନର ଲକ୍ଷ । ଦିନେ ସେ କିଚେନରେ ରୋଷେଇ କରୁଥିବା ବେଳେ ଲିଭିଯାଇଥିଲା  ଷ୍ଟୋଭ । ପମ୍ପ ଦେବା ସତ୍ୱେ ଷ୍ଟୋଭ ନ ଲାଗିବାରୁ ସେ କିରୋସିନି ସରିଯାଇଥିବ ମନେକରି କିରୋସିନି ଭର୍ତ୍ତି କରୁଥିବା ବେଳେ ଅଚାନକ ଲାଗିଯାଇଥିଲା ନିଆଁ । ସେ ନିଆଁରେ ତାଙ୍କର ମୁହଁ ,ବେକ ଓ ଶରୀରର ଅନ୍ୟ ଅଂଶ ପୋଡି ଯାଇଥିଲା । ୫୦ ପ୍ରତିଶତ ପୋଡିଯିବା ପରେ ସେ ପ୍ରଥମେ ଭେଲୋର ଖ୍ରୀଷ୍ଟିଆନ ହସ୍ପିଟାଲ ଓ ପରେ ବାଙ୍ଗାଲୋରରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ । ତିନି ତିନି ଥର ଅସ୍ତ୍ରୋପଚାର ବିଫଳ ହେବା ସତ୍ୱେ ସେ ହରାଇନଥିଲେ ଧର୍ଯ୍ୟ । ଲମ୍ବା ସମୟ ଧରି ଚିକିତ୍ସା ପରେ ସେ ବାହାରକୁ ଆସିଲେ ସତ କିନ୍ତୁ ଲକ୍ଷପଥ ବଦଳିଗଲା । ଯେଉଁ ନିଆଁ ପାଇଁ ସେ ନିଜର ନିଜର ସ୍ବପ୍ନ ହାସଲ କରିପାରିଲେ ନାହିଁ ସେ ନିଆଁରେ ଅନ୍ୟ କାହାର ଭବିଷ୍ୟତ ପୋଡି ନଯାଉ ସେ ଦିଗରେ କାମ କରିବା ପାଇଁ ଡାକ୍ତରୀ ପଢିଲେ ପ୍ରେମା । ସଫଳ ବି ହେଲେ । ନିଜକୁ ଜଣେ ଟପ ପ୍ଲାଷ୍ଟିକ ସର୍ଜନ ଭାବେ ପ୍ରତିଷ୍ଠିତ କରିବା ସାଙ୍ଗକୁ ୧୯୯୯ରେ ଅଗ୍ନିରକ୍ଷ ନାଁରେ ଏକ ସଂଗଠନ ଗଢିଲେ । ଯେଉଁ ହସ୍ପିଟାଲରେ ନିଜେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ସେହି ହସ୍ପିଟାଲର ବର୍ଣ୍ଣୱାର୍ଡର ମୁଖ୍ୟ ଭାବେ କାମ କରି ୨୫ ହଜାର ଅଗ୍ନିଦଗ୍ଧ ରୋଗୀଙ୍କୁ ଚିକିତ୍ସା କରି ନୂଆ ଜୀବନ ଦେଲେ । ଆଜି ଦେଶ ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଁ ତାଙ୍କୁ ମନୋନୟନ କରିଛି । ନିଜ ପ୍ରତିକ୍ରିୟାରେ ପ୍ରେମା କହିଛନ୍ତି ଯେ ମଣିଷର ରୂପ ନୁହଁ ,ଜୀବନ ମୂଲ୍ୟବାନ ।

ପତିଙ୍କୁ ପକ୍ଷାଘାତ ,ପତ୍ନୀ ସାଜିଛନ୍ତି ବାଇକ ମିସ୍ତ୍ରୀ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.