୨୦ ବର୍ଷ ବୟସର ସାନିଆ ଜାହିରା କାଶ୍ମୀର ଉପତ୍ୟକାର ଯୁବ ବର୍ଗଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ନିଜ ଜେଜେ ଓ ପିତା କରୁଥିବା ବୃତ୍ତିରେ ପାଦଥାପି ହୋଇଛନ୍ତି ସଫଳ । ଦିନେ ଯେଉଁ କାଶ୍ମୀର ଉପତ୍ୟକା ଢେଲା ମାଡ ଓ ଗୁଳି ଚାଳନା ପାଇଁ ଅପଖ୍ୟାତି ମୁଣ୍ଡାଇ ଥିଲା ଏବେ ସେହି ଉପତ୍ୟକାକୁ ଫେରିଛି ଶାନ୍ତି । ବିଗତ ୫/୬ ବର୍ଷ ମଧ୍ୟରେ କାଶ୍ମୀରରେ ସହଜ ଓ ସ୍ୱାଭାବିକ ହୋଇଛି ବିକାଶଧାରା । ରକ୍ତପାତ ଓ ହିଂସାକୁ ନେଇ ଶିରୋନାମା ପାଲଟୁଥିବା ଖବରରେ ଦେଖିବାକୁ ମିଳୁଛି ପରିବର୍ତ୍ତନ । ଏଭଳି ପରିବର୍ତ୍ତନ ପଛରେ ରହିଛି ସାନିଆଙ୍କ ପରି ଯୁବତୀ ମାନଙ୍କ ଦୃଢ ସଂକଳ୍ପ ଓ ଇଛାଶକ୍ତିର ନିଦର୍ଶନ । ସାନିଆ ନିଜ ମା ଓ ଜେଜୀମାଙ୍କ ପରି ନିଜକୁ ଘର କୋଣରେ ସୀମିତ ରଖିନଥିଲେ । ଚାରିକାନ୍ଥ ମଧ୍ୟରୁ ବାହାରକୁ ଆସି ସମ୍ଭାଳିଥିଲେ ପିତା ଓ ଜେଜେଙ୍କ ମହୁ ବ୍ୟବସାୟ । ଏହି ବୃତ୍ତି ଝିଅ ମାନଙ୍କ ପାଇଁ ସୁବିଧା ଜନକ ନ ହେଲେ ହେଁ ସାନିଆ ଏହାକୁ ହିଁ ବାଛିଲେ । ମହୁ ବାକ୍ସ ବସାଇବା ଠାରୁ ଆରମ୍ଭ କରି ମହୁମାଛି ଗୁଡିକର ସଂରକ୍ଷଣ ,ଲାଳନ ପାଳନ ଓ ମହୁ ସଂଗ୍ରହ ତଥା ପ୍ରକ୍ରିୟାକରଣ ସହିତ ବଜାରରେ ବିକ୍ରି ଦାୟିତ୍ୱ ସେ ସଫଳତାର ସହିତ ନିର୍ବାହ କରୁଛନ୍ତି । କମ ଜାଗା ,କମ ପରିଶ୍ରମ ଓ ବିନା ପରିବେଶକୁ କ୍ଷତି ପହଞ୍ଚାଇ ମହୁଚାଷ କରାଯାଉଥିବାରୁ ସାନିଆ ଏହାକୁ ଜୀବିକା ପାଇଁ ବାଛିଥିବା କହନ୍ତି । ଏବେ ସାନିଆ ମହୁଚାଷରୁ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରୁଥିବା କହନ୍ତି ।
ସାହସୀ ସଂଯୁକ୍ତା ଦେଇଛନ୍ତି ଵନ୍ୟପ୍ରାଣୀଙ୍କ ସେବାରେ ଦୁଇ ଦଶନ୍ଧିର ସେବା