• Friday, November 15, 2024

ଥିଲେ ଜଣେ ମାନବ କମ୍ପ୍ୟୁଟର

Subhadra Live:Shakuntala-Devi-The-Human-Computer

ଏଇ ନଭେମ୍ବର ମାସରେ ଆମ ଦେଶରେ ଜନ୍ମ ଲାଭ କରିଥିଲେ ଜଣେ ଯୋଗଜନ୍ମା ମହିଳା । ତାଙ୍କର ନାଁ ହେଉଛି ଶକୁନ୍ତଳା ଦେବୀ । ତାଙ୍କର ଥିଲା ସୁପର ବ୍ରେନ ଓ ବିଚକ୍ଷଣ ସ୍ମୃତି । କମ୍ପ୍ୟୁଟର ଠାରୁ ଦ୍ରୁତ ବେଗରେ ସେ ଜଟିଳ ଗଣିତର କରିପାରୁଥିଲେ ସରଳ ସମାଧାନ । ଏଥିପାଇଁ ସେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ସହିତ ଆନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଥିଲେ ।

ନଭେମ୍ବର ୪ ,୧୯୨୯ ମସିହାରେ ବାଙ୍ଗାଲୁରର ଏକ ସ୍ୱଚ୍ଛଳ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶକୁନ୍ତଳା ଦେବୀ ପିଲାଟି ଦିନରୁ ପ୍ରଦର୍ଶିତ କରିଥିଲେ ନିଜର ଅସାଧାରଣ ସ୍ମୃତି ଶକ୍ତି । ୪ ବର୍ଷର ଶକୁନ୍ତଳା ଦିନେ ପିତାଙ୍କ ନିକଟରେ ବସିଥବା ବେଳେ ତାଙ୍କର ଜଣେ ସମ୍ପର୍କୀୟ ଏକ ଜଟିଳ ଅଙ୍କର ସମାଧାନ ପାଇଁ ଉପସ୍ଥିତ ହେଲେ । ପିତା ଉତ୍ତର ଦେବା ପୂର୍ବରୁ ବାଳୁତ ଶକୁନ୍ତଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ତତକ୍ଷଣାତ କହିଦେଇଥିଲେ ଉତ୍ତର । ସେଦିନ ଠାରୁ ପିତା ତାଙ୍କର ଗଣିତ ଜ୍ଞାନର ଉପଯୁକ୍ତ ବିକାଶ ପାଇଁ କରିଥିଲେ ପ୍ରଯତ୍ନ ।

ଗଣିତର ପ୍ରସାର ପାଇଁ ଶକୁନ୍ତଳା ଦେବୀ ସାରା ବିଶ୍ୱ କରିଥିଲେ ଭ୍ରମଣ । ୫୦ ସେକେଣ୍ଡ ସମୟ ମଧ୍ୟରେ ୨୦୧ ଡିଜିଟ ନମ୍ବରର ୨୩ ତମ ରୁଟ କହିଦେଇ ସେ ଗଣିତ ଜ୍ଞାନ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ତାଙ୍କର ଏହି ଅସାଧାରଣ ଗଣିତ ଜ୍ଞାନ ପାଇଁ ୧୯୮୨ ମସିହାରେ ତାଙ୍କୁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡର ସମ୍ମାନ ପ୍ରଦାନ କରାଯାଇଥିଲା ।ଦି ଜୟ ଅଫ ନମ୍ବର ନାମକ ଏକ ପ୍ରସିଦ୍ଧ ପୁସ୍ତକରେ ତାଙ୍କର ଅସାଧାରଣ ବୁଦ୍ଧିମତା ଓ ପ୍ରଚଣ୍ଡ ସ୍ମୃତି ଶକ୍ତିର ପରିଚୟ ପ୍ରଦାନ କରାଯାଇଛି । ୨୧ ଏପ୍ରିଲ ୨୦୧୩ ମସିହାରେ ୮୩ ବର୍ଷ ବୟସରେ ଦେଶ ତାଙ୍କ ଭଳି ଏକ ସୁପର ହ୍ୟୁମାନ କମ୍ପ୍ୟୁଟର ରୁପି  ଜଣେ ପ୍ରବୀଣ ଗଣିତଜ୍ଞଙ୍କୁ ହରାଇଲା ।

କିନ୍ନରଙ୍କ ଜୀବିକାକୁ ସଶକ୍ତ କରିବା ପାଇଁ ବିଦ୍ୟାର୍ଥୀ ବଢ଼ାଇଲେ ସହଯୋଗର ହାତ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.