• Saturday, September 21, 2024

ନିଆଳି ମୁଣ୍ଡାସାହି ବସ୍ତିରେ ମାଗଣା ପଢ଼ାଉଛନ୍ତି ସସ୍ମିତା ଦିଦି

Subhadra Live:Sasmita-Didi-is-teaching-for-free-in-Niali-Mundasahi-Basti

ଦୀପରେ ଜଳୁଥିବା ସଳିତାକୁ ତେଜି ଦେବା ପାଇଁ ଛୋଟ ଏକ କାଠିଟିଏର ଯେଭଳି  ଆବଶ୍ୟକତା ରହିଛି ଅନୁରୂପ  ଭୂମିକା ନିର୍ବାହ କରୁଛନ୍ତି ନିଆଳିର ଜଣେ ଗୃହିଣୀ ସସ୍ମିତା ପାଣି । ଶିକ୍ଷାର ସୁଯୋଗରୁ ବଂଚିତ ମୁଣ୍ଡା ସାହିର ପିଲାଙ୍କୁ ଏକାଠି କରି ସସ୍ମିତା ମାଗଣା ଶିକ୍ଷାଦାନ ଜରିଆରେ  ବାଣ୍ଟିଚାଲିଛନ୍ତି ଜ୍ଞାନର ଆଲୋକ । ଗାଁ ମୁଣ୍ଡ ଗଛ ମୂଳେ ଜରିପାଲ ବିଛାଯାଇଛି ।

ଆଗପଛ ହୋଇ ବସିଛନ୍ତି ୩୦ରୁ ଅଧିକ ବିଦ୍ୟାର୍ଥୀ । ଆବଶ୍ୟକୀୟ ପିଲା ଅଭାବରୁ ରାଜ୍ୟରେ ଅନେକ ସରକାରୀ ସ୍କୁଲକୁ  ବନ୍ଦ କରିଦିଆଯାଇଥିବା ବେଳେ ଏଠି କିନ୍ତୁ ଦେଖିବାକୁ ମିଳିଛି ଓଲଟା ଦୃଶ୍ୟ । ସ୍କୁଲ ନଥିବାରୁ ପଢ଼ିବାର ସୁଯୋଗରୁ ବଂଚିତ ନିଆଳି ମୁଣ୍ଡା ସାହିର ଏହି ପିଲାଙ୍କ ପାଇଁ ଆଶା ସଂଚାର କରିଛନ୍ତି ସସ୍ମିତା । ନିଜ ସମୟରୁ ଦୁଇଘଣ୍ଟା ବାହାର କରି ସେ ମଣିଷ ଗଢିବାର ନେଇଛନ୍ତି ଦାୟିତ୍ୱ ।

ଦିଦିଙ୍କ ଏଭଳି ସହଯୋଗ ମୁଣ୍ଡା ସାହିରେ ନୂଆ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଛନ୍ତି ବାସିନ୍ଦା । ମୁଣ୍ଡା ସାହିରେ ଅଧିକାଂଶ ଗରିବ । ମୁଲିଆ ହେଉଛି ସେମାନଙ୍କର ପରିଚୟ । ପିଲାଙ୍କ ଶିକ୍ଷା ପାଇଁ ସେମାନଙ୍କ ନିକଟରେ ସମ୍ବଳ ନଥିବାରୁ ଶିକ୍ଷାରୁ ବଂଚିତ ହୋଇଥାନ୍ତି ସେମାନଙ୍କର ଶିଶୁ । ଏସବୁ ଦେଖିବା ପରେ ନିଜ ସମାଜସେବୀ ସ୍ୱାମୀଙ୍କ ପ୍ରେରଣା ଓ ସହଯୋଗରେ ସସ୍ମିତା ଆରମ୍ଭ କରିଛନ୍ତି ଶିକ୍ଷାଦାନ ।

ମାଗଣାରେ ଶିକ୍ଷାଦାନ ସହିତ ମାଗଣାରେ ଖାତା ବହି ଯୋଗାଇ ବଢ଼ାଇଛନ୍ତି ଶିକ୍ଷାପ୍ରତି ଆଗ୍ରହ  । ପିଲା ଆସୁଥିବା ଯାଏଁ ଶିକ୍ଷାଦାନ ଚାଲିବ ବୋଲି କହିଛନ୍ତି ସସ୍ମିତା । ତାଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସରପଞ୍ଚ ଓ ବୁଦ୍ଧିଜୀବୀ  ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.