ଇଂଜିନିୟରିଂ ପଢ଼ୁଥିବା ପ୍ରଗତିପ୍ରଭା ଏକ ଅଣ ରାଜନୈତିକ ସଂଗଠନ ଗଢି କିନ୍ନର ମାନଙ୍କ ଜୀବିକାକୁ ସୁଦୃଢ଼ କରିବା ଦିଗରେ ପ୍ରୟାସ କରିଛନ୍ତି । ତିରୁନଲର ବିଧାୟକ ପି ଆର ଶିବା ପ୍ରଗତିଙ୍କ ଏଭଳି ପ୍ରୟାସକୁ ସମର୍ଥନ କରିଛନ୍ତି । ପ୍ରଗତି କ୍ରାଉଡ ଫଣ୍ଡିଙ୍ଗ ଜରିଆରେ କିନ୍ନର ମାନଙ୍କ ଆର୍ଥିକ ଉନ୍ନତି ପାଇଁ ପାଣ୍ଠି ଯୋଗାଡ଼ କରିଥିଲେ । ସେ ପାଣ୍ଠିକୁ ବ୍ୟବହାର କରି ଭାରତୀୟାର ରୋଡ଼ର ପୁରୁଣା ବସଷ୍ଟାଣ୍ଡ ଅଂଚଳରେ ଏସପି ସି ଫୁଡ ଏଣ୍ଡ ପ୍ରାଇଜ ଭୋଜନାଳୟ ନାଁ ରେ ଏକ ହୋଟେଲ ଖୋଲିଦେଇଛନ୍ତି । ଏହି ହୋଟେଲକୁ ୨୦ରୁ ଅଧିକ କିନ୍ନର ପରିଚାଳନା କରୁଛନ୍ତି ।
ପ୍ରଗତି ପ୍ରଭା ପୁଡୁଚେରୀର ଏକ ଇଂଜିନିୟରିଂ କଲେଜରେ ପଢ଼ନ୍ତି । କଲେଜ ଯିବା ଆସିବା ରାସ୍ତାରେ ସେ କିନ୍ନର ମାନଙ୍କୁ ରାସ୍ତା କଡରେ ଠିଆ ହୋଇ ଲୋକଙ୍କୁ କିଛି ମାଗୁଥିବାର ଦେଖିଲେ । ଏହା ପରେ ସେ କିନ୍ନର ମାନଙ୍କୁ ଭେଟି ସେମାନଙ୍କ ଜୀବନ ଓ ସମସ୍ୟା ବାବଦରେ ଅଧିକ ସୂଚନା ଯୋଗାଡ଼ କଲେ । କରାଇତଥାମର କିନ୍ନର ପ୍ରିୟା ,ମୟୂରୀ ,ସନା ,ରଞ୍ଜନ ଓ ଲକ୍ଷ୍ମୀଙ୍କୁ ଥଇଥାନ ପାଇଁ ସେ ନିଜର ସଞ୍ଚୟ ସହିତ ଅନ୍ୟ ମାନଙ୍କ ଠାରୁ ଅନୁଦାନ ସଂଗ୍ରହ କରି ଏଭଳି ଏକ ହୋଟେଲ ଆରମ୍ଭ କରିଛନ୍ତି । ଏଥିରେ ମୋଟ ୧୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି । ସବୁ ଖର୍ଚ୍ଚ ଯାଇ ଦିନକୁ ଅନ୍ୟୁନ ୫୦୦୦ ଟଙ୍କାରୁ ଅଧିକ ଲାଭ ହେଉଛି । ପୁଡୁଚେରୀ ଇଂଜିନିୟରିଂ କଲେଜରେ ଏମ ଟେକ କରୁଥିବା ପ୍ରଗତି ପିଲାଟି ଦିନରୁ ସମାଜସେବା ପାଇଁ ଦେଖାଇ ଆସିଛନ୍ତି ଆଗ୍ରହ । ତାଙ୍କର ଏଭଳି ଅବଦାନ ପାଇଁ ମହାବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଅଧିକ ପଢନ୍ତୁ :ଶୋଷିତଙ୍କୁ ସଶକ୍ତ କରୁଛନ୍ତି ବିଜୟୱାଡା ମହିଳା