• Wednesday, January 22, 2025

ଓଡ଼ିଶାର ସିଡ୍ସ ଗର୍ଲ ହର୍ଷିତା ମହାନ୍ତି

Subhadra Live:Seed-Girl-Of-Odisha-Harsita-Mohanty

କୋରାପୁଟର ବିଶିଷ୍ଟ ସ୍ବଦେଶୀ ବିହନ ସଂରକ୍ଷକ ପଦ୍ମଶ୍ରୀ କମଳା ପୂଜାରୀଙ୍କ କାମରେ ଅନୁପ୍ରାଣିତ ହୋଇ କୋରାପୁଟ ଜୟପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀ ହର୍ଶିତା ପ୍ରିୟଦର୍ଶନୀ ମହାନ୍ତି ବିରଳ ପ୍ରଜାତିର ଧାନ ଓ ମିଲେଟ ବିହନ ସଂରକ୍ଷଣ କରି ପ୍ରସଂଶିତ ହୋଇଛନ୍ତି ।

ପାଠପଢାରୁ ଅବସର ଟିକେ ପାଇଲେ ସେ ଆଖପାଖ ଗାଁ ,ସାପ୍ତାହିକ ହାଟବଜାର ,ଓ ଚାଷ କ୍ଷେତ ପରିଦର୍ଶନ କରିଥାନ୍ତି । ବିଭିନ୍ନ ପ୍ରକାର ବିହନ ବିଷୟରେ ସୂଚନା ସହିତ ନମୁନା ସଂଗ୍ରହ କରିଥାନ୍ତି । ଏବେ ତାଙ୍କ ନିକଟରେ ୧୫୧ ପ୍ରଜାତିର ବିରଳ ଧାନ ବିହନ ସହିତ ୫୩ ପ୍ରକାରର ମାଣ୍ଡିଆ ବିହନ ସାଇତା ହୋଇ ରହିଛି । ସୁନ୍ଦର ସୁନ୍ଦର କାଚ ଜାର ଗୁଡିକରେ ସେ ଏସବୁ ବିହନ ରଖି ନିଜ ଘରକୁ ଏକ ମିନି ମିୟୁଜିୟମର ରୂପ ଦେଇଛନ୍ତି । ହର୍ଶିତାଙ୍କ ନିକଟରେ ଏବେ କଳାଜିରା ,ଚାଟିଆନାକି,ଉମୁରିଆ ,ଚୁଡ଼ି ,ନଡ଼ିଆ ଭୋଗ ,ତୁଳସୀ ଭୋଗ ,କଳାବତୀ ,ରାଧା ବଲ୍ଲଭ ,ବାଦଶାହ ,ପଟାଣ ଗୋଡ଼ା ,ଡୁବରାଜ ,ଵର୍ମାଚାଉଳ ,ମାଛକଣ୍ଟା ,ହାତୀଦାନ୍ତ ,ମହୁଲକୁଞ୍ଚି ଭଳି ବିହନ କିସମ ରହିଛି । ଏସବୁ ପ୍ରଜାତି ଏବେ ଆଉ ଚାଷ କ୍ଷେତରେ ଦେଖିବାକୁ ମିଳୁନି  ।

କମ ବୟସରୁ ବିହନ ସଂରକ୍ଷଣ ଦିଗରେ ରୁଚି ରଖିଥିବାରୁ ହଷିତାଙ୍କୁ କେନ୍ଦ୍ର ସରକାର କୃଷକଙ୍କ ଅଧିକାର ସମ୍ପର୍କିତ ଏକ ଗ୍ଲୋବାଲ ସିଂପୋଜିୟମକୁ ନିମନ୍ତ୍ରିତ କରିଥିଲେ । ୧୨୫ ଦେଶରୁ ପ୍ରତିନିଧିତ୍ବ କରିଥିବା କୃଷକ ,ବିଜ୍ଞାନୀ ଓ ଗବେଷକଙ୍କ ମଧ୍ୟରୁ ସେ ଥିଲେ ସର୍ବ କନିଷ୍ଠ । ହରେକୃଷ୍ଣ ମହାନ୍ତିଙ୍କ କନ୍ୟା ହର୍ଷିତା ଭବିଷ୍ୟତରେ ଜଣେ କୃଷି ବିଜ୍ଞାନୀ ହେବାର ଲକ୍ଷ ରଖିଛନ୍ତି ।

ଅଧିକ ପଢନ୍ତୁ: ଖରାପ ଇଁରାଜୀ କହୁଥିବାରୁ ହେଉଥିଲେ ଲୋକହସା ,ଆଇ ଏ ଏସ ହୋଇ ଦେଖାଇଲେ ପ୍ରତିଭା

TAGS

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.