• Saturday, September 21, 2024

ଏହାଠୁ ଅଦ୍ଭୁତ ଆଉ କିଛି ନାହିଁ

Subhadra Live:95YO-Woman-Living-Dances-To-The-Beats-Of-A-Tamil-Song

ତାମିଲନାଡୁର ଜରା ନିବାସରେ ରହୁଥିବା ଜଣେ ୯୫ ବର୍ଷ ବୟସ୍କା ମହିଳାଙ୍କର ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି । ନୃତ୍ୟ କରିବାର ଶୈଳୀ ସହିତ ତାଙ୍କର ଉତ୍ସାହ ଦର୍ଶକଙ୍କ ହୃଦୟ ଜିତିଛି । ଏହି ମହିଳା ଜଣଙ୍କ ଖୁସି ମନରେ ନାଚୁଥିବା ବେଳେ କେହି ଜଣେ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଦେଇଥିଲେ । ଜୁନ ୨୩ ରେ ଅପଲୋଡ଼ ହୋଇଥିବା ଏହି ଭିଡିଓକୁ ୫ହଜାର ରୁ ଅଧିକ ଦର୍ଶକ ପସନ୍ଦ କରିଥିବା ବେଳେ  ଦେଢ଼ଲକ୍ଷ ଦର୍ଶକ ଏହାକୁ ସୋସିଆଲ ମିଡ଼ିଆରୁ ଦେଖିଛନ୍ତି ।

ଏହି ମହିଳା ଜଣଙ୍କ ହେଉଛନ୍ତି ରଶିକୁମ ସୀମାନନ । ଅନନ୍ତରୂପାନ ଗୁଡା ହେଉଛି ତାଙ୍କର ମୂଳଘର । ପରିଣତ ବୟସରେ ସେ ନିଜର ସ୍ୱାମୀଙ୍କୁ ହରାଇ ଏକା ହୋଇଯିବା ପରେ ବିଶ୍ରାନ୍ତି ହୋମରେ ଆଶ୍ରୟ ନେଇଛନ୍ତି। ୧୯୪୦ ଦଶକରେ ସେ କଳାକ୍ଷେତ୍ର ଫାଉଣ୍ଡେସନର ଛାତ୍ରୀ ଥିଲେ । ୧୯୪୮ରେ ସେ ତାମିଲ ସିନେମା ଚନ୍ଦ୍ରଲେଖାରେ ଅଭିନୟ ସହିତ ଡ୍ୟାନ୍ସ କରିଥିଲେ । ପିଲାଦିନୁ ନୃତ୍ୟ ପ୍ରତି ଦୁର୍ବଳତା ରଖିଆସିଥିବା ଏହି ବୁଢ଼ୀ ମାଉସୀ ଜରା ନିବାସରେ ନିଜର ନିଃସଙ୍ଗତା ଓ ଉଦାସକୁ ଦୂରେଇବା ପାଇଁ ନୃତ୍ୟ କରି ଖୁସି ହୋଇଥାନ୍ତି ।

ଅଧିକ ପଢନ୍ତୁ : ବୃତ୍ତିରେ ପାଚିକା ; ନିଶା କିନ୍ତୁ ବେସାହାରା ରୋଗୀଙ୍କ ସେବା

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.