• Saturday, September 21, 2024

ଷ୍ଟାର୍ଟଅପ ଜଗତରେ ବିସ୍ମୟ ସୃଷ୍ଟି କରିଛନ୍ତି ଶାଶୁ -ବୋହୁ ଯୋଡି

Subhadra Live:The-mother-in-law-Bohu-duo-has-created-a-buzz-in-the-startup-world

 ସିନେମା ,ପୁସ୍ତକ ଓ ନାଟକରେ ଶାଶୁ ବୋହୁଙ୍କୁ ପରସ୍ପରର ଶତ୍ରୁ ଭାବେ ଅଧିକ ଚିତ୍ରଣ କରାଯାଇଥାଏ । କିନ୍ତୁ ବାସ୍ତବରେ ଅନେକ ଶାଶୁ ବୋହୁ ଅଛନ୍ତି ଯେଉଁମାନେ ମା ଓ ଝିଅ ଭଳି ଚଳିଥାନ୍ତି । ଏଭଳି ଏକ ଆଦର୍ଶ ଶାଶୁ ବୋହୁଙ୍କ ସଫଳ କାହାଣୀ ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା  ଅଂଚଳରେ । ବିହାର ଦରଭଙ୍ଗା ଅଞ୍ଚଳର ରୁଚି ଝା ଓ ତାଙ୍କର ଶାଶୁ ରେଣୁକା କୁମାରୀ ଏକାଠି ଏକ ଷ୍ଟାର୍ଟଅପ ଆରମ୍ଭ କରି ମାତ୍ର ଦୁଇବର୍ଷ ମଧ୍ୟରେ ଅପାର ସଫଳତା ହାସଲ କରିଥିବା ଜଣାଯାଇଛି ।

ବାପ -ପୁଅ ,ଭାଇ -ଭଉଣୀ ,ଶଳା -ଭିଣୋଇ ଓ ସାଙ୍ଗ -ସାଙ୍ଗ ମିଶି ବ୍ୟବସାୟ କରୁଥିବାର ଅନେକ ନଜିର ଦେଖିବାକୁ ମିଳୁଥିବା ବେଳେ ଶାଶୁ ଓ ବୋହୁ ମିଶି ବ୍ୟବସାୟ ପରିଚାଳନା କରିବା ଖୁବ ବିରଳ । କିନ୍ତୁ ରେଣୁକା ଓ ତାଙ୍କ ବୋହୁ ରୁଚି ଏକାଠି ମିଶି ଯେଉଁ ବ୍ୟବସାୟ ଆରମ୍ଭ କଲେ ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ।

ବ୍ୟାଙ୍କରେ ଚାକିରୀ କରୁଥିବା ରୁଚି ଚାକିରୀ ବଦଳରେ ନିଜେ ଏକ ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କଲେ । ତାଙ୍କ ଶାଶୁ ଏହାକୁ ପୂର୍ଣ୍ଣ ସମର୍ଥନ କଲେ । i ମୈଥିଳୀ ପେଇଁଟିଙ୍ଗସର ଅନଲାଇନ ବ୍ୟବସାୟ ପାଇଁ ସେମାନେ ଏକ ଷ୍ଟାର୍ଟଅପ ଆରମ୍ଭ କଲେ । ପ୍ରଥମେ ପ୍ରଥମେ ବ୍ୟବସାୟ କ୍ଷତି ସହିଲା । ସ୍ଥାନୀୟ ଆର୍ଟିଷ୍ଟ ମାନେ ମଧ୍ୟ ବିଶ୍ୱାସକୁ ନେଇନଥିଲେ । କିନ୍ତୁ ରୁଚି ଓ ତାଙ୍କର ଶାଶୁ ରେଣୁ ମାନିନଥିଲେ ହାର । ବଛା ବଛା ତୈଳଚିତ୍ର ଓ ଉତ୍ପାଦ ଗୁଡିକୁ କିଣି ସୋସିଆଲ ମିଡିଆରେ ଧନୀ ଓ ଉଚ୍ଚବର୍ଗର ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରଯତ୍ନ ଆରମ୍ଭ କରିଥିଲେ ।

ସରକାରୀ ସହାୟତା ସେମାନଙ୍କ ମନରେ ଭରିଦେଇଥିଲା ଉତ୍ସାହ । ବିଭିନ୍ନ ଜାଗାରେ ପ୍ରଦର୍ଶନୀ ଆୟୋଜନ କରିବା ଠାରୁ ଆରମ୍ଭ କରି ଆନ୍ତଃ ରାଜ୍ୟ କାର୍ଯ୍ୟକ୍ରମ ସଂଚାଳନା ଜରିଆରେ ସେମାନେ ଶିଳ୍ପୀ ଓ ବଜାର ପାଇବାରେ ସକ୍ଷମ ହେଲେ । ଦୁଇବର୍ଷ ମଧ୍ୟରେ ବ୍ୟବସାୟ କୋଟିଏ ଟଙ୍କାରେ ପହଂଚିବା ସହିତ ସ୍ଥାନୀୟ କାରିଗର ମାନଙ୍କୁ ନେଇ ଶିଳ୍ପୀ ସମବାୟ ଗଠିତ ହୋଇପାରିଲା । ଶାଶୁ -ବୋହୁ ଙ୍କ ଏହି ବ୍ୟବସାୟ ଏବେ ୧୦୦ ପରିବାର ମୁହଁରେ ଆଣିଛି ହସ । ମହିଳାଙ୍କ ପାଇଁ ଏହି ଯୋଡି ପାଲଟିଛନ୍ତି ପ୍ରେରଣା । ଜିଲ୍ଲା ଓ ରାଜ୍ୟ ପ୍ରଶାସନ ପକ୍ଷରୁ ଉଭୟଙ୍କୁ କରାଯାଇଛି ସମ୍ବର୍ଦ୍ଧିତ ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.