• Thursday, January 15, 2026

ଉଦ୍ୟୋଗୀ ସୁନିତା ମହାନ୍ତିଙ୍କ ସଂଘର୍ଷ ଓ ସଫଳତା

Subhadra Live:The-struggles-and-success-of-entrepreneur-Sunita-Mohanty

 ସୁନିତା ମହାନ୍ତି – ଏକ ନାମ, ଯାହା ଆଜି ଓଡ଼ିଶାର ଗ୍ରାମାଞ୍ଚଳରେ ନାରୀ ଶକ୍ତିର ପ୍ରତୀକ ଭାବେ ପରିଚିତ। ଏକ ଛୋଟ ଗାଁରୁ ଆସିଥିବା ଏହି ମହିଳା, ଆଜି ରାଜ୍ୟର ସଫଳ ଉଦ୍ୟୋଗୀଙ୍କ ମଧ୍ୟରେ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି।

ଆରମ୍ଭର କଥା

ସୁନିତା ମହାନ୍ତି କଟକ ଜିଲ୍ଲାର ବଡ଼ମ୍ବାରୁ ଆସିଛନ୍ତି। ପିତା ଜଣେ ଛୋଟ ଚାଷୀ ଥିଲେ, ଓ ଘରର ଆର୍ଥିକ ଅବସ୍ଥା ବହୁତ ଦୁର୍ବଳ ଥିଲା । ଦ୍ବାଦଶ ଶ୍ରେଣୀ ପରେ ତାଙ୍କୁ ପାଠ ଛାଡ଼ିବାକୁ ପଡ଼ିଥିଲା, କିନ୍ତୁ ସେ ହାରିନଥିଲେ । ସେ ସ୍ଵପ୍ନ ଦେଖୁଥିଲେ – ନିଜେ କିଛି କରିବା ଓ ଅନ୍ୟ ପାଇଁ ପ୍ରେରଣା ଦାୟୀ କିଭଳି ହୋଇପାରିବେ।

ଉଦ୍ୟୋଗ ଆରମ୍ଭ

୨୦୧୫ ମସିହାରେ ସୁନିତା ମାତ୍ର ₹୫,୦୦୦ ପୁଞ୍ଜି ସହିତ ଘରେ ପକୋଡ଼ା, ଓ ଚପ୍ ତିଆରି କରି ବଜାରରେ ବିକ୍ରି  କଲେ। ପ୍ରଥମେ ସ୍ଥାନୀୟ ଅଞ୍ଚଳରେ, ପରେ କଟକ ସହରର ବିଭିନ୍ନ ଯାଗାରେ । ତାଙ୍କ ସ୍ୱାଦିଷ୍ଟ ଖାଦ୍ୟ ଶୀଘ୍ର ଲୋକପ୍ରିୟ ହେଲା।

ସଫଳତା ଓ ବିସ୍ତାର

୨୦୧୮ ରେ ସେ “ସୁନିତା ସ୍ନାକ୍ସ ଏଣ୍ଡ ଫୁଡ୍ସ” ନାମରେ ଏକ ସ୍ୱଳ୍ପ ପୁଞ୍ଜିର ଉଦ୍ୟୋଗ ଆରମ୍ଭ କଲେ। ଆଜି ତାଙ୍କ ଉଦ୍ୟୋଗ ରେ ୩୦ରୁ ଅଧିକ ମହିଳା କାମ କରୁଛନ୍ତି । ସେ ଗାଁର ମହିଳାମାନେ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି, ଓ ସେମାନେ ମିଶି ଖାଦ୍ୟ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି।

ପୁରସ୍କାର ଓ ସମ୍ମାନ

- ଓଡ଼ିଶା ସରକାରଙ୍କ ତରଫରୁ “ଉତ୍ତମ ମହିଳା ଉଦ୍ୟୋଗୀ” ପୁରସ୍କାର (୨୦୨୧)

- ନାରୀ ଶକ୍ତି ସମ୍ମାନ – କଟକ ଜିଲ୍ଲା ପ୍ରଶାସନ ତରଫରୁ (୨୦୨୨)

ମହିଳା ମାନେ କେବଳ ଘର ସମ୍ଭାଳିବା ପାଇଁ ନୁହେଁ, ସମାଜ ଓ ଦେଶ ଗଢ଼ିବା ପାଇଁ ମଧ୍ୟ ସୃଷ୍ଟି ହୋଇଛନ୍ତି। ଆମେ ଚାହିଁଲେ ସବୁ କିଛି କରିପାରିବା ବୋଲି କହିଛନ୍ତି ସୁନିତା।

କଲମୀ ଟମାଟୋ ଚାଷ କରି କମାଲ କଲେ ଦମୟନ୍ତୀ

Author Image

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.