• Thursday, October 16, 2025

ଲକ୍ଷପତି ମହିଳା ପିଜୁଳି ଚାଷୀ

Subhadra Live:guava-farmer-become-lakhpati-didi

 ପାରମ୍ପରିକ ଫସଲ ଅପେକ୍ଷା ଉଦ୍ୟାନକୃଷି ହୋଇଛି ଲାଭଦାୟକ । ଲୋକେ ଆଖପାଖରେ ସଫଳ ଉଦ୍ୟାନକୃଷିର କାହାଣୀ ଦେଖି ଆକର୍ଷିତ ହେଉଛନ୍ତି । ଏଭଳି କୃଷିରେ ସଫଳ କାହାଣୀ ତିଆରି କରିଥିବା ଜଣେ ମହିଳାଚାଷୀ ଏବେ ଖବରର ଆଗରେ ଅଛନ୍ତି । ଏହି ମହିଳା ଜଣଙ୍କ ହେଉଛନ୍ତି ଉତ୍ତରପ୍ରଦେଶ ଅମରୋହା ଜିଲ୍ଲାର ହିତୈଷୀ ଚୌଧୁରୀ । ହିତୈଷୀ ବାଓ ଏନର୍ଜି କୃଷକ ଉତ୍ପାଦକ କମ୍ପାନୀ ଗଢି ତାଇୱାନ ପିଜୁଳି ଚାଷ ସହିତ ବଡ଼ ବ୍ୟବସାୟରେ ଚାଷୀଙ୍କୁ ସପୋର୍ଟ କରୁଛନ୍ତି । ତାଇୱାନ ପିଙ୍କ ପ୍ରଜାତିର ବିଶେଷତ୍ୱ ହେଉଛି ଏହା ରୋପଣ ହେବାର ୬ ମାସ ମଧ୍ୟରେ ଫଳ ଦେବ । ପ୍ରଥମ ବର୍ଷରେ ହିଁ ବିନିଯୋଗ ରାଶିର ଦୁଇଗୁଣା ଠାରୁ ଅଧିକ ଦେଇପାରିବ ଲାଭ । ଉତ୍ତରପ୍ରଦେଶ ଉଦ୍ୟାନକୃଷି ବିଭାଗର ମାର୍ଗଦର୍ଶନରେ ଅମରୋହା ଜିଲ୍ଲାରେ ବିପ୍ଲବର ରୂପ ନେଇଛି ପିଜୁଳି ଚାଷ । ଜିଲ୍ଲାରେ ଏବେ ୧୨୦ ଏକର ଜମିରେ ତାଇୱାନ ପିଙ୍କ ପ୍ରଜାତିର ପିଜୁଳି ହୋଇଥିବା ବେଳେ ଆଗକୁ ୫୦୦ ଏକରରେ ଚାଷ ପାଇଁ ରହିଛି ଯୋଜନା । ଏଭଳି କ୍ଷେତ୍ରରେ ହିତୈଷୀଙ୍କ ଫାର୍ମର ପ୍ରଡ୍ୟୁସର ଗ୍ରୁପ ନୂଆ ପ୍ରଯୁକ୍ତିରେ ଚାଷ ସହିତ ବିକ୍ରି ପାଇଁ ଚାଷୀଙ୍କୁ ଯୋଗାଉଛି ବଜାର । ନିଜେ ୪ ଏକର ଜମିରେ ପିଜୁଳି ଚାଷ କରୁଛନ୍ତି ହିତୈଷୀ । ଆମ୍ବ ଭଳି ପିଜୁଳିକୁ ଗଛରେ କାଗଜ ମୁଣାରେ କ୍ୟାପିଙ୍ଗ କରାଯାଉଛି । କ୍ୱିପିଙ୍ଗ କ୍ୱାଲିଟିକୁ ନିଶ୍ଚିତ କରାଯାଉଛି । ହିତୈଷୀ ପ୍ରତି ଏକର ପିଜୁଳି ଚାଷ ପାଇଁ ୪୦ ହଜାର ଖର୍ଚ୍ଚ କରୁଥିବା ବେଳେ ୩ ଲକ୍ଷ ଟଙ୍କାର ଫଳ ବିକ୍ରୀକରିବାରେ ସକ୍ଷମ ହୋଇଛନ୍ତି । ବଜାରରେ ତାଇୱାନ ପିଙ୍କ ପ୍ରଜାତିର ପିଜୁଳି କେଜି ପ୍ରତି ୮୦ ଟଙ୍କାରେ ବିକ୍ରି ହୋଇଯାଉଥିବାରୁ ବର୍ଷେ ଭିତରେ ଲକ୍ଷପତି ହୋଇଛନ୍ତି ମହିଳଚାଷୀ ହିତୈଷୀ ଚୌଧୁରୀ । ପୂର୍ବରୁ ସେ ଆମ୍ବ ,ଅମୃତଭଣ୍ଡା ଓ କଦଳୀ ଚାଷ କରି ଯାହା ପାଇଥିଲେ ଏବେ ପିଜୁଳି ଚାଷରୁ ସେ ଢେର ଅଧିକ ଆୟ କରୁଛନ୍ତି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.