• Thursday, October 16, 2025

ଲାଉର ଭାଉ ଉଠାଉଛନ୍ତି ରାୟଗଡାର ଆଦିବାସୀ ମହିଳା

Subhadra Live:Tribal-women-of-Rayagada-are-getting-benifit-from-Lau

 ଜଙ୍ଗଲୀ ଶୁଖିଲା ଲାଉ ଦିନେ ବାଦ୍ୟଯନ୍ତ୍ର ଭାବେ ବ୍ୟବହାର କରୁଥିଲେ ଆଦିବାସୀ । ପାଣି ପିଇବା ପାଇଁ ହେଉଥିଲା ବ୍ୟବହାର । କେଉଁଠି ଏହାକୁ ମାଣ୍ଡିଆ ଯାଉ ସଂରକ୍ଷଣ ପାତ୍ର ଭାବେ ବ୍ୟବହାର ହେଉଥିଲା ତ କେଉଁଠି ଏହାକୁ ବିହନ ରଖିବା ଉପକରଣ ଭାବେ ବ୍ୟବହାର କରାଯାଉଥିଲା । ଦକ୍ଷିଣ ଓଡିଶା ବିଶେଷକରି ରାୟଗଡା ,ନବରଙ୍ଗପୁର ,ମାଲକାନଗିରି ,କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଥିଲା ଏହାର ବ୍ୟବହାର । କିନ୍ତୁ ଏହାର ବ୍ୟବହାର ସୀମିତ ଥିବାରୁ ନ ଥିଲା ମୂଲ୍ୟ । ଏବେ ରାୟଗଡା ଜିଲ୍ଲାର ଆଦିବାସୀ ମହିଳା ମାନେ ଲାଉତୁମ୍ବାରେ ଆକର୍ଷଣୀୟ କାରିଗରୀ ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରିବାରେ ହୋଇଛନ୍ତି ସକ୍ଷମ । ପାଣି ପିଇବା ପାଇଁ ବ୍ୟବହୃତ ଅତୀତର ଲାଉତୁମ୍ବା ଏବେ ଜୀବିକାରେ ଦେଇଛି ଦମ୍ଭ । ଜଙ୍ଗଲ ମୂଲକର ଏହି ଫଳରେ ତିଆରି ହେଉଛି ସୁକ୍ଷ୍ମ ଓ ସୁନ୍ଦର ଘରସଜ୍ଜା ସାମଗ୍ରୀ । ଗଛରୁ ତୋଳି ଆଣି ସଫା ଓ ଖୋଦେଇ କରି କରାଯାଉଛି ମୂଳ୍ୟଯୋଗ । ସୁକ୍ଷ୍ମ ଓ ସୁନ୍ଦର କାରିଗରୀ ବଦଳାଇଦେଇଛି ୫୦୦ ବର୍ଷ ପୁରୁଣା ଏହି ଲତା ଜାତୀୟ ଫଳର ମୂଲ୍ୟ । ଆଦିବାସୀ ସଂସ୍କୃତିର ଅଭିନ୍ନ ଅଂଶ ପାଲଟିଥିବା ଏହି ଫଳର ସୃଜନାତ୍ମକ ବ୍ୟବହାରକୁ କରାଯାଉଛି ପ୍ରସଂଶା ।  ଲାଉ ତୁମ୍ବାରେ ତିଆରି ହେଉଛି ଲାଇଟ ଲ୍ୟାମ୍ପ । ଆକର୍ଷଣ ସାଜିଛି ବିଲେଇ ,ବତକ ,କଇଁଛ ଆଉ ଜିରାଫ ମଡେଲ । ରାୟଗଡା ଭଳି ଅଳ୍ପ ବିକଶିତ ସହରରେ ଏସବୁ ସାମଗ୍ରୀ ତିଆରି କରି ଆୟର ଉତ୍ସ ପାଇଛନ୍ତି ଆଦିବାସୀ ମହିଳା ।


ମାଧ୍ୟମ 'ପାଲଟିଛି ମହିଳାଙ୍କ ପାଇଁ ସୁରକ୍ଷିତ ସ୍ୱର୍ଗ

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.