• Saturday, September 21, 2024

ଝିଅଙ୍କୁ କମାଣ୍ଡୋ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ ଏହି ମହିଳା

Subhadra Live:The-woman-commanded-the-girl-and-closed-the-mouth-of-the-slanderer

 ନିଜ ଝିଅମାନେ କିଭଳି ନିଜ ଗୋଡ଼ରେ ଠିଆ ହେବେ ସେନେଇ ଜଣେ ମା କରୁଥିଲେ କଠିନ ପରିଶ୍ରମ । କିନ୍ତୁ ଆଖପାଖର ଲୋକମାନେ ଏହାକୁ ଭଲ ଦୃଷ୍ଟିରେ ଦେଖିପାରୁନଥିଲେ । ଲୋକଙ୍କ ନିନ୍ଦାକୁ ଖାତିର ନକରି ମା ଜଣଙ୍କ ନିଜ ପ୍ରୟାସରେ ରହିଲେ ଅବିଚଳିତ । ଶେଷରେ ଏଭଳି ଏକ ଦିନ ଆସିଲା ଯେଉଁଠି ସଭିଏଁ କହିଲେ ମା ହେବ ତ ଏମିତି ।

ଆପଣମାନେ ଅମୀର ଖାନଙ୍କ ଅଭିନୀତ ଫିଲ୍ମ ଦଙ୍ଗଲ ଦେଖିଥିବେ । ସେଥିରେ ଜଣେ ପିତା ନିଜ ଝିଅ ମାନଙ୍କୁ ମଣିଷ କରିବା ପାଇଁ କିଭଳି ସଂଘର୍ଷ କରିଛନ୍ତି  ତାହା ପ୍ରଦର୍ଶିତ ହୋଇଥିଲା ।ଏଥର ରିଲ ନୁହଁ ବରଂ ରିୟଲ ଲାଇଫରେ ଜଣେ ମା ନିଜର ଦୁଇଝିଅଙ୍କୁ ମଣିଷ କରିବା ପାଇଁ ଅଧ ରାତିରେ ଦୌଡିବା ଘଟଣା ସୃଷ୍ଟି କରିଛି ଜଣେ ମାର ମହନୀୟ ଆଦର୍ଶ ।ଝିଅ ଦୁହିଁଙ୍କୁ ସେନାରେ ଭର୍ତ୍ତି କରାଇବାର ସ୍ବପ୍ନ ଦେଖି ମା ଜଣଙ୍କ ଅଧରାତ୍ରିରୁ ଉଠି ସେମାନଙ୍କ ସହିତ ଦୁଇବର୍ଷ ଦୌଡ଼ି ଦୌଡ଼ି ଆଣିଦେଇଛନ୍ତି ସେମାନଙ୍କ ପାଇଁ ସଫଳତା  । ଏବେ ଏହି ଦୁଇ ଝିଅ କମାଣ୍ଡୋ ହେବା ପରେ ଟାହିଟାପରା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଯାଇଛି ।

ଏହି ମହିଳା ଜଣଙ୍କ ହେଉଛନ୍ତି ସୋନମତ ଦେବୀ । ସୋନମତଙ୍କ ଘର  ବିହାର ସିୱାନଜିଲ୍ଲା  ମହାରାଜଗଞ୍ଜ ସବଡିଭିଜନର ଜିଗରହାୱାନ ଗାଁରେ । ଏବେ ତାଙ୍କର  ବଡ ଝିଅ ପୁଣିତା ରାଜଗିରୀରେ କମାଣ୍ଡୋ ଟ୍ରେନର ହୋଇଥିବାବେଳେ ସାନ ଝିଅ ପୂଜା କୁମାରୀ ବୋଧଗୟାଠାରେ ବିହାର ସ୍ପେଶାଲ ଆର୍ମଡ ପୁଲିସରେ କମାଣ୍ଡୋ ଭାବରେ କାର୍ଯ୍ୟ କରୁଛନ୍ତି । ସୋନମତି ଦେବୀଙ୍କ କହିବା ଅନୁଯାୟୀ ଯେତେବେଳେ ତାଙ୍କର ଦୁଇ ଝିଅଙ୍କ ସହ ସେ ଦୌଡିବାକୁ ଯାଉଥିଲେ, ସେତେବେଳେ ଲୋକମାନେ ଟାହିଟାପରା କରୁଥିଲେ । ଲୋକଙ୍କ ସମାଲୋଚନା ତାଙ୍କ ପାଦରେ ବେଡି ପକାଇପାରିନଥିଲା । ବରଂ ସେ କୌଶଳ ବଦଳାଇ ଦେଇଥିଲେ ।

ଭୋରରୁ ନ ଦୌଡ଼ି ସେ ଦୁଇଝିଅଙ୍କୁ ଧରି ରାତି ଗୋଟାଏରେ ଦୌଡିବା ଆରମ୍ଭ କରିଥିଲେ । ଲୋକମାନେ ଉଠିବା ପୂର୍ବରୁ ଏହି ମା ଓ ଦୁଇଝିଅ ୪/୫ କିଲୋମିଟର ଦୌଡ଼ି ଫେରୁଥିଲେ । ଦୁଇବର୍ଷର ସଫଳତା ପରେ ପୂଜା ଓ ପୂଣୀଟା ସଫଳତା ପାଇଥିଲେ । ପୂଜା କହନ୍ତି ମା ଯଦି ଆମକୁ ସାଥ ଦେଇନଥାନ୍ତେ ତେବେ ହୁଏତ ଆମକୁ ମିଳିନଥାନ୍ତା ଏଭଳି ସଫଳତା । ଜଣେ ମା ନିଜର ସନ୍ତାନ ମାନଙ୍କ ପାଇଁ କଣ କଣ କରିପାରେ ତାହା ଏହି ଘଟଣାରୁ ପୁଣି ଠାରେ ଉଜ୍ଜୀବିତ ହୋଇଛି ।

Author Image

Subhadra

0 Comments

Add Comment




Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.